Advertisment

Humane Sagar's Legacy Will Live On: କମ୍ ବୟସରେ ସଫଳତାର ଶୀର୍ଷରେ ଥିଲେ ହ୍ୟୁମାନ... ଅଳ୍ପଦିନରେ ଛାଡିଗଲେ ଅନେକ ସ୍ମୃତି

ଅଫେରା ରାଇଜରେ ଅପ୍ରତିଦ୍ବନ୍ଦୀ ଗାୟକ ହ୍ୟୁମାନ ସାଗର। ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ହ୍ୟୁମାନଙ୍କ ବିୟୋଗ। ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି।

author-image
Chinmayee Sahoo
Humane Sagar

Humane Sagar Photograph: (OTV)

କମ୍ ବୟସରେ ଅନେକ ସଫଳତା। ଅଳ୍ପଦିନରେ ଅନେକ ସ୍ମୃତି। ଓଡ଼ିଶାର ସଙ୍ଗୀତ ଜଗତରେ ଅନ୍ୟତମ ପ୍ରତିଭାବାନ ଓ ଅପ୍ରତିଦ୍ବନ୍ଦୀ ଗାୟକ ଥିଲେ ହ୍ୟୁମାନ ସାଗର। ମାତ୍ର 36 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ, ସମଗ୍ର ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି। ନଜର ପକାନ୍ତୁ ହ୍ୟୁମାନଙ୍କ ସଙ୍ଗୀତ କ୍ୟାରିୟର ଓ ସଫଲତାର ମାଇଲଷ୍ଟୋନ୍ ଉପରେ।
ଇସ୍କ ହେ ତୁ ହିଁ ତୁ ଗୀତରୁ ଆରମ୍ଭ...ଓଡ଼ିଶା ସିନେମାର ପରିଚୟ, ନୂଆ ପିଢ଼ୀର ନୂଆ ସ୍ବର। ରୋମାଣ୍ଟିକ ହେଉ ଅବା ବେଦନା, କାହାଣୀ ହେଉ ଅବା କଳ୍ପନା...ସବୁଥିରେ, ସବୁବେଳେ ସେ ଥିଲେ ହିଟ୍। ବୟସ ସିନା ଅଳ୍ପ ଥିଲା କିନ୍ତୁ ଅଭିଜ୍ଞତା ଯେମିତି ଜନ୍ମରୁ ନେଇ ଆସିଥିଲେ। 
ହ୍ୟୁମାନ...୨୫ ନଭେମ୍ବର ୧୯୯୦ ବଲାଙ୍ଗିର ଟିଟିଲାଗଡ଼ରେ ଜନ୍ମ ନେଇଥିବା ଏଇ କୁନି ପିଲାଟେ ଆଖିରେ ଆଖିଏ ସ୍ବପ୍ନ ଦେଖିଥିଲା। ବାପା, ଜେଜେ ଉଭୟ ଥିଲେ ସଙ୍ଗୀତ ସହ ଜଡ଼ିତ। ବୋଧେ ରକ୍ତ କଥା କୁହେ ଆଉ ସ୍ବର ଯେମିତି ସେ ସବୁକୁ ବୟାନ କରିଦିଏ।...୨୦୧୨ରେ ତରଙ୍ଗର ‘ଭଏସ୍ ଅଫ୍ ଓଡ଼ିଶା’ ସିଜନ୍-୨ର ବିଜେତା, ଏଇ ମଞ୍ଚ ଦେଇଥିଲା ସାରା ରାଜ୍ୟକୁ ଜୁଏଲ୍ ଅଫ୍ ଓଡ଼ିଶା। ଆଉ ଏଇଠୁ ଆରମ୍ଭ ହୋଇଥିଲା ଓଡ଼ିଶା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ସାଗରଙ୍କ ସଫର୍। 
୨୦୧୫ର ସେଇ କ୍ଲଟ୍ କ୍ଲାସିକ୍ ‘ଇସ୍କ ତୁ ହିଁ ତୁ’ରୁ ଡେବ୍ୟୁ ଯେମିତି ପୁରା ଓଡ଼ିଶାକୁ ହଲଚଲ୍ କରି ଦେଇଥିଲା। ପରେ ପରେ ମୁଁ ପରଦେଶୀ ଚଢ଼େଇ, ଅଭୟ, ପ୍ରେମକୁମାର, ଝିଅ ଟା ବିଗିଡ଼ିଗଲା, ବ୍ଲାକମେଲ୍, ତୁମ୍ ମୋ ଲଭ୍ ଷ୍ଟୋରୀ, ଗପ ହେଲେ ବି ସତ ଭଳି ଏକାଧିକ ଫିଲ୍ମରେ ସେ ଗାଇଛନ୍ତି ଅନେକ ଅଭୁଲା ଓ ଅକୁହା ମ୍ୟୁଜିକ୍ କାହାଣୀ।
ସେହଜାଦି ଓ ସେହଜାଦି ଗୀତ...୫୦ରୁ ଅଧିକ ସିନେମାରେ ୧୫୦ରୁ ଅଧିକ ଗୀତ...କେତେବେଳେ ସେ ପରଦେଶୀ ଚଢ଼େଇ, ପୁଣି ପ୍ରେମିକାକୁ ସୁନଜରା କହି ଡାକୁଥିବା ପ୍ରେମିକ, ପୁଣି ଗୋଟେ ସୁଆ ଗୋଟେ ସାରୀର କାହାଣୀ, ଆଉ କେବେ ତୁମ୍ ମୋ ଲଭ୍ ଷ୍ଟୋରୀର ଭିଡ଼ରୁ ବାହାରି ଗାଇଥିଲେ...ତୋତେ ଗାଇ ଦେଲେ...ସେ ଆଲବମରେ ହିଟ୍, ଫିଲ୍ମରେ ସୁପରହିଟ୍ ଆଉ ଷ୍ଟେଜରେ ତ୍ ତାଙ୍କ ବରାବରି ଆଉ କେହି ନୁହେଁ। ସେଥିପାଇଁ ତ ରାଜ୍ୟ ସାରା ଓ ଦେଶର କୋଣଅନୁକୋଣରେ ତାଙ୍କର ଝଲକ ପାଇଁ ଦିୱାନା ଥିଲେ ଫ୍ୟାନ୍। ଅନୁଭବ, ବାବୁସାନ୍, ସ୍ବରାଜ, ଅର୍ଦ୍ଦେନ୍ଦୁଙ୍କ ଭଳି ପ୍ରାୟ ଓଲିଉଡର ସବୁ ଅଭିନେତାଙ୍କ ପାଇଁ ସେ ଗୀତ ଗାଇଥିଲେ। ଗୋଟେ ସମୟରେ ଅନୁଭବଙ୍କ ଭଏସ୍ ଭାବେ ଜଣାଶୁଣା ଥିଲେ। ସେଥିପାଇଁ ବୋଧେ ଶେଷ ଗୀତ ବି ଅନୁଭବଙ୍କ ପାଇଁ ଗାଇଥିଲେ।...
•    ଚାଲିଗଲେ ହ୍ୟୁମାନ ସାଗର
•    କମ୍ ବୟସରେ ଅନେକ ସଫଳତା
•    ମାତ୍ର 36 ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ
•    ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି
•    ୨୦୧୫ ଇସ୍କ ହେ ତୁ ହିଁ ତୁ ଗୀତରୁ କ୍ୟାରିୟର ଆରମ୍ଭ
•    ୫୦ରୁ ଅଧିକ ସିନେମାରେ ୧୫୦ରୁ ଅଧିକ ଗୀତ

Advertisment
Odia Singer Humane Sagar
Advertisment
Advertisment