Advertisment

Popular Odia singer Humane Sagar Dies: ଅବେଳରେ ଚାଲିଗଲେ ହ୍ୟୁମାନ ସାଗର, ଟିଟିଲାଗଡ଼ରେ ସଂପନ୍ନ ହେବ ଶେଷକୃତ୍ୟ

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। 34 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର। ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର। ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ।

author-image
Chinmayee Sahoo
Humane Sagar

Humane Sagar Photograph: (OTV)

ଚାଲିଗଲେ ହ୍ୟୁମାନ ସାଗର । ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଛି । ୩୪ ବର୍ଷ ବୟସରେ ଏମସରେ ଆଖି ବୁଜିଛନ୍ତି ସିଙ୍ଗର ହ୍ୟୁମାନ ସାଗର । ଗତକାଲି ରାତି ୯ଟା ୮ରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ହ୍ୟୁମାନ । 
ଲିଭରରେ ସମସ୍ୟା ପାଇଁ ସେ ଗୁରୁତର ହୋଇଥିଲେ ।  ତାଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା। AIIMSର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ଏମ୍ସରୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କ ମୃତଦେହ କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା । 
ସେଠାରେ ଶେଷ ଦର୍ଶନ ପରେ ରାତିରେ ହିଁ ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା ଥିଲେ ହ୍ୟୁମାନ ସାଗର । ତରଙ୍ଗ ଟିଭି ଭଏସ ଅଫ୍ ଓଡି଼ଶା ସିଜିନ 2ର ୱିନର ଥିଲେ ।   
•    ଚାଲିଗଲେ ହ୍ୟୁମାନ ସାଗର
•    ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
•    34 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର
•    ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର
•    ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ 
•    ହ୍ୟୁମାନଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା 
•    ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା
•    ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର
•    ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ଗଲା ମୃତଦେହ
•    ଟିଟିଲାଗଡ଼ରେ ସଂପନ୍ନ ହେବ ଶେଷକୃତ୍ୟ

Advertisment
Humane Sagar
Advertisment
Related Articles
Advertisment