Advertisment

From Frenzy to Fury: ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ, ନିୟନ୍ତ୍ରଣ ବାହାରକୁ ଚାଲିଗଲା ସ୍ଥିତି

ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ। ଫ୍ୟାନ୍ ଭାଙ୍ଗିଲେ ବ୍ୟାରିକେଡ୍, ଫୋପାଡ଼ିଲେ ବୋତଲ। ବାଡ଼େଇ ବାଡ଼େଇ ଚୁନା କରିଦେଲେ ଷ୍ଟାଡିୟମ୍ । ଶେଷରେ ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ।

author-image
Tapan Swain
Messi-Hangama

Messi-Hangama Photograph: (OTV)

ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲର ଲିଓନେଲ ମେସିଙ୍କ ପାଇଁ ରଣକ୍ଷେତ୍ର ପାଲଟିଯାଇଛି କୋଲକାତାର ସଲ୍ଟ ଲେକ ଷ୍ଟାଡିୟମ। ତାଙ୍କୁ ଦେଖି ନପାରିବାରୁ ଷ୍ଟାଡିୟମରେ ଫ୍ୟାନମାନେ କରିଛନ୍ତି ଭଙ୍ଗାରୁଜା। ସେମାନେ ପଡ଼ିଆ ଭିତରକୁ ବୋତଲ ମାଡ଼ କରିବା ସହ ହୋର୍ଡିଂ ଚିରି ଦେଇଛନ୍ତି। ଏପରିକି ପଡ଼ିଆ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ମେସିଙ୍କ ପ୍ରଶଂସକ। 

Advertisment

ସୂଚନା ମୁତାବକ, ଭାରତ ଗସ୍ତରେ ଆସିଥିବା ମେସିଙ୍କର ଆଜି ସଲ୍ଟ ଲେକ ଷ୍ଟାଡିୟମରେ ଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯେଉଁଥିପାଇଁ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ଥିଲେ । କିଏ ୧୦୦ ତ କିଏ ୧୨ ହଜାର ଟଙ୍କାର ଟିକେଟ କରି ଆସିଥିଲେ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ। ହେଲେ ମେସି ଷ୍ଟାଡିୟମରେ ପହଞ୍ଚିବା ମାତ୍ରେ ତାଙ୍କୁ ଘେରିଯାଇଥିଲେ ନେତା ଓ ମନ୍ତ୍ରୀ। ଆଉ ସେଠାରେ ମାତ୍ର ୧୦ ମିନିଟ ରହି ଚାଲିଯାଇଥିଲେ ମେସି। ଏତେ ଟଙ୍କା ଖର୍ଚ୍ଚ କରି ମେସିଙ୍କୁ ନଦେଖି ପାରିବାରୁ ତାତି ଯାଇଥିଲେ ଫ୍ୟାନ। ଆଉ ଷ୍ଟାଡିୟମରେ କରିଥିଲେ ଭଙ୍ଗାରୁଜା ଓ ବୋତଲ ମାଡ଼। 

କାହିଁକି ରାଗିଲେ ଲୋକ ?

ଆୟୋଜକଙ୍କ ଦୁର୍ବଳ ବ୍ୟବସ୍ଥା ପାଇଁ ଏପରି ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଛି। କେବଳ ବଡ଼ ବଡ଼ିଆଙ୍କୁ ମେସିଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା। କିନ୍ତୁ ଲୋକଙ୍କ ଠାରୁ ପଇସା ନେଇ ତାଙ୍କୁ ଠକା ଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିଲା। ଅନେକ ଲୋକ ସକାଳୁ ମେସିଙ୍କ ଟିକିଏ ଝଲକ ପାଇଁ ଅପେକ୍ଷା କରିଥିଲେ ହେଁ ଶେଷରେ ନିରାଶ ହୋଇ ଘରକୁ ଫେରିଛନ୍ତି। 

Advertisment

ସେପଟେ ଷ୍ଟାଡିୟମରେ ବିଶୃଙ୍ଖଳା ନେଇ ଭୁଲ ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭୁଲ ପରିଚାଳନା ପାଇଁ ସେ ଫ୍ୟାନ ଓ ମେସିଙ୍କୁ କ୍ଷମା ମାଗିବା ସହ ଘଟଣାର ବିସ୍ତୃତ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି।

Kolkata Lionel Messi
Advertisment
Related Articles
Advertisment