Advertisment

Power vs People: ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ମନ୍ତ୍ରୀ ଓ ବିଧାୟକ, ଜନତାଙ୍କ ମତ କିନ୍ତୁ…

ସମବାୟ ମନ୍ତ୍ରୀ କହିଲେ, ବେଶି ନୁହେଁ ସାଢ଼େ ୩ ଗୁଣା ଦରମା । ଦିନକୁ ଜମାରୁ ପଡ଼ୁଛି ମାତ୍ର ୧୧ ହଜାର । ଏତିକି ଟଙ୍କାରେ କ’ଣ କରିବ ଜଣେ ବିଧାୟକ ?  ଲକ୍ଷେ ଟଙ୍କାରୁ ଏକାଥରେ ବିଧାୟକଙ୍କ ଦରମା ୩ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଛି ।

author-image
Tapan Swain
Salary Hike

Salary Hike Photograph: (OTV)

ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ବିଧାୟକ ! ସମବାୟ ମନ୍ତ୍ରୀ କହିଲେ, ବେଶି ନୁହେଁ ସାଢ଼େ ୩ ଗୁଣା ଦରମା । ଦିନକୁ ଜମାରୁ ପଡ଼ୁଛି ମାତ୍ର ୧୧ ହଜାର । ଏତିକି ଟଙ୍କାରେ କ’ଣ କରିବ ଜଣେ ବିଧାୟକ ?  ଲକ୍ଷେ ଟଙ୍କାରୁ ଏକାଥରେ ବିଧାୟକଙ୍କ ଦରମା ୩ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଛି ।

Advertisment

ଆଉ ସେଥିରେ ମୋବାଇଲ୍ ସହ ବହିକିଣା ଖର୍ଚ୍ଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ଏହାରି ଭିତରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଯାହାକୁ ନେଇ ଏବେ ସାଧାରଣରେ ଖୁବ୍ ଆଲୋଚନା ଆରମ୍ଭ ହେଲାଣି । 

୧୮ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ସରିଲା I ମୋଟ ୨୯ଟି କାର୍ଯ୍ୟ ଦିବସରୁ ମାତ୍ର ୧୧ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କଲେ ବାଚସ୍ପତି I ଆଉ ସେହି ଅନ୍ତିମ ଦିନରେ ବିଧାୟକଙ୍କ ଦରମା ବିଲ୍ ଆଗତ ହେଲା । ଆଉ କିଛି ସମୟ ଭିତରେ ସାଢ଼େ ୩ ଲକ୍ଷ ଟଙ୍କିଆ ଦରମା ଓ ଭତ୍ତା ପାରିତ ହୋଇଗଲା । ବିଧାୟକଙ୍କ ସେହି ମୋଟା ଅଙ୍କର ଦରମାକୁ ବିଧାନସଭାର ୧୪୬ ବିଧାୟକ ସମର୍ଥନ କରିଥିବାବେଳେ ମାତ୍ର ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିରୋଧ କରିଥିଲେ । ଯାହାକୁ ନେଇ ଏବେ ବିଜେଡି ବିଧାୟକ ସାରଦା ଜେନା ଟାର୍ଗେଟ୍ କରିଛନ୍ତି । ଆଉ କହିଛନ୍ତି, ଯାହାର ଦରମା ଦରକାର ନାହିଁ ସେ ନ ନିଅନ୍ତୁ… ।

Advertisment

କପେ କପେ ଚା’ ରେ ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ

ତେବେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଏହା ବେଶି ନୁହେଁ । କପେ କପେ ଚା’ ରେ ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି । ଜଣେ ବିଧାୟକ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା ଜଣେ ତାଙ୍କ ସାଙ୍ଗରେ ବୁଲିଲେ, ଜାଣିପାରିବେ ବୋଲି ସେ କହିଛନ୍ତି ।  । 
ହେଲେ ବିଧାୟକଙ୍କ ଏକାଥରେ ସାଢ଼େ ତିନି ଗୁଣା ଦରମା ବୃଦ୍ଧିକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରିନାହାନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ଢେର୍ ଚର୍ଚ୍ଚା ହେଉଛି । 

Pradeep Balsamant mla salary hike
Advertisment
Related Articles
Advertisment