/odishatv-khabar/media/media_files/2025/12/13/kiss-student-death-2025-12-13-16-33-56.jpg)
KISS STUDENT DEATH Photograph: (OTV)
କିଟ୍ ପରେ କିସ୍ ମୁଣ୍ଡରେ ଲାଗିଛି କଳଙ୍କ । ନବମ ଶ୍ରେଣୀ ଛାତ୍ରର ସନ୍ଦେହଜନକ ମୃତ୍ୟୁ ପରେ ଆସିଛି ହତ୍ୟା ଅଭିଯୋଗ । ମୃତ ଛାତ୍ରଙ୍କ ପରିବାର ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । ସନ୍ଦେହଜନକ ମୃତ୍ୟୁ ପରେ କିସ୍ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ ନକରାଇ ମୃତଦେହ ଘରକୁ ପଠାଇ ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ଛାତ୍ରଙ୍କ ବେକରେ ମୋଟା ଲାଲ୍ ଦାଗ ରହିଥିଲେ ବି କାହିଁକି ପୋଷ୍ଟମର୍ଟମ କରାଗଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।
ମୃତ ନବମ ଶ୍ରେଣୀ ଛାତ୍ର କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଶିବ ମୁଣ୍ଡା । ତାଙ୍କ ବାପା ରଘୁନାଥଙ୍କ ଅଭିଯୋଗ ଅନୁସାରେ କାଲି ତାଙ୍କ ପାଖକୁ କିସରୁ ଫୋନ୍ ଆସିଥିଲା । ପୁଅ ଝାଡ଼ା ଗଲା ବେଳେ ପାଇଖାନାରେ ପଡ଼ି ଯାଇଛି, ଚିକିତ୍ସା ଚାଲିଛି ଶୀଘ୍ର ଆସ ବୋଲି କହିଥିଲେ । ଖବର ପାଇ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରଘୁନାଥ ପହଞ୍ଚିବା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ପୋଷ୍ଟମର୍ଟମ ନକରାଇ ଆମ୍ବୁଲାନ୍ସ କରି ପୁଅର ମୃତଦେହ ନେଇଯିବାକୁ ବ୍ୟବସ୍ଥା କରିଦେଇଥିଲେ କିସ୍ କର୍ତ୍ତୃପକ୍ଷ । ଏହା ସହ କିଛି କାଗଜରେ ତାଙ୍କଠାରୁ ସେମାନେ ଦସ୍ତଖତ କରାଇ ନେଇଥିବା ମଧ୍ୟ ରଘୁନାଥ କହିଛନ୍ତି ।
ମୃତ ଶିବଙ୍କ ବେକରେ ଲାଲ୍ ମୋଟା ଦାଗ
କେନ୍ଦୁଝରରେ ମୃତଦେହ ଧରି ପହଞ୍ଚିବା ପରେ ସବୁକଥା କହିଛନ୍ତି ରଘୁନାଥ । ପରିବାର ପରିଜନ ମୃତଦେହ ଦେଖିବା ପରେ ତାତି ଉଠିଥିଲେ । ମୃତ ଶିବଙ୍କ ବେକରେ ଲାଲ୍ ମୋଟା ଦାଗ ରହିଥିବା ଦେଖାଯାଇଥିଲା । ଝାଡ଼ା ଯାଇଥିବା ଶିବ ପାଇଖାନାରେ ପଡ଼ି ମୃତ୍ୟୁବରଣ କରିଥିବା ସ୍କୁଲ କର୍ତ୍ତପକ୍ଷ କହିଥିଲା ବେଳେ ତଳେ ପଡ଼ିଲେ ବେକରେ କିଭଳି ଦାଗ ହେବ ବୋଲି ପ୍ରଶ୍ନ କରିଥିଲେ ପରିବାର ସଦସ୍ୟ । ପରେ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲେ । ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଏବଂ ଏହାର ପ୍ରକୃତ ତଦନ୍ତ କରାଯିବାକୁ ଦାବି କରିଥିଲେ ପରିବାର । ଏହା ସହ କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ । ଟାଉନ ଥାନା ପୋଲିସ ଏନେଇ ଏକ ଜିରୋ ଏଫ୍ଆଇଆର୍ କରିଥିବା ବେଳେ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରତିଶ୍ରୁତି ଦେଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି, ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାଙ୍କ ମୃତ୍ୟୁ ହେଲା କିପରି ?
ଯଦି ପାଇଖାନାରେ ପଡ଼ି ମୃତ୍ୟୁ ହେଲା ତେବେ ଅନ୍ୟ କେଉଁଠି କିଛି ଦାଗ ନଥାଇ ବେକରେ ଦାଗ ଲାଗିଲା କିଭଳି ?
ବେକରେ ଦାଗ ଥିଲେ ବି କିସ୍ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ କରାଇଲେ ନାହିଁ କାହିଁକି ?
କେଉଁ ଲେଖା ତଳେ ରଘୁନାଥଙ୍କ ଦସ୍ତଖତ କରାଇ ମୃତଦେହ ଦେଲେ କିସ୍ ଅଧିକାରୀ ?
ଏ ସମସ୍ତ ବିଷୟରେ ଆମେ ଜାଣିବା ପାଇଁ କିଟ୍ ଏବଂ କିସ୍ ଲୋକ ସଂପର୍କ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି ତାହା ମିଳିପାରିନାହିଁ ।
From Soil to Success:୨୦ ଦିନରେ ୨୦ ହଜାର ରୋଜଗାର, ଗେଣ୍ଡୁ ଚାଷ କରି ମାଲେମାଲ୍

A Mother’s Wail: ମୁଣ୍ଡ ପିଟି ପିଟି ବାହୁନୁଛି ମାଆ, ମନେ ପଡୁଛି ସହିଦ ପୁଅ

Bloodied Yet Brave: ରିଅଲ୍ ଲାଇଫ୍ ଧୁରନ୍ଧର, ଗୁଳି ବାଜି ଦେହରୁ ରକ୍ତ ବାହାରୁଥିଲେ ବି ଲଢୁଥିଲେ ଆତଙ୍କୀଙ୍କ ସହ

Public Fund Fraud: ପୋଷ୍ଟମାଷ୍ଟର ଖାଇଦେଲେ ଜମାକାରୀଙ୍କ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

Anganwadi Centers Face Food Shortages: ଖାଦ୍ୟ ଯୋଗାଣରେ ଅବହେଳା, ମିଳୁନି ଛତୁଆ

Peace Returns to Malkangiri: ହିଂସା ପରେ ମାଲକାନାଗିରିରେ ଫେରୁଛି ଶାନ୍ତି; ପ୍ରଶାସନ ବାଣ୍ଟୁଛି କମ୍ବଳ, ଚାଦର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)