Advertisment

A Mother’s Wail: ମୁଣ୍ଡ ପିଟି ପିଟି ବାହୁନୁଛି ମାଆ, ମନେ ପଡୁଛି ସହିଦ ପୁଅ

ମୁଣ୍ଡ ପିଟି ପିଟି ବାହୁନୁଛି ମାଆ। ତା ସୁନା ପୁଅର ସ୍ମୃତି ଆଜି ବି ତା ଆଖିରୁ ଝରାଉଛି ଲୁହ। ଆଜିକୁ ୧୧ ବର୍ଷ ହେଲା ଦେଶ ପାଇଁ ତାଙ୍କ ପୁଅ ସହିଦ ହୋଇଛନ୍ତି। ହେଲେ ମାଆଙ୍କ ବିଶ୍ବାସ ଆଜି ବି ତାଙ୍କ ପୁଅ ତାଙ୍କ ସହିତ ଅଛି।

author-image
Tapan Swain
MARTYRED SON

MARTYRED SON Photograph: (OTV)

ମୁଣ୍ଡ ପିଟି ପିଟି ବାହୁନୁଛି ମାଆ। ତା ସୁନା ପୁଅର ସ୍ମୃତି ଆଜି ବି ତା ଆଖିରୁ ଝରାଉଛି ଲୁହ। ଆଜିକୁ ୧୧ ବର୍ଷ ହେଲା ଦେଶ ପାଇଁ ତାଙ୍କ ପୁଅ ସହିଦ ହୋଇଛନ୍ତି। ହେଲେ ମାଆଙ୍କ ବିଶ୍ବାସ ଆଜି ବି ତାଙ୍କ ପୁଅ ତାଙ୍କ ସହିତ ଅଛି।

Advertisment

ବରଗଡ ସିମେଣ୍ଟ ନଗରର ବାସିନ୍ଦା ଶର୍ମିଲା ମାଝୀ। ବଡ ପୁଅ ସହିଦ ପଦ୍ମଲୋଚନ ମାଝୀ ସିଆରପିଏଫ ଯବାନ ଭାବରେ ୨୦୦୧ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୪ ମସିହାରେ ନକ୍ସଲ ଦମନ ପାଇଁ ଛତିଶଗଡ ଯାଇଥିବା ବେଳେ ଲଢେଇରେ ସହିଦ ହୋଇଥିଲେ। ସେକଥାକୁ ବିତିଗଲାଣି ୧୧ ବର୍ଷ। ହେଲେ ଆଜି ବି ସହିଦ ପଦ୍ମଲୋଚନଙ୍କୁ ଛୁରୁଛନ୍ତି ପରିବାର। ପଦ୍ମଲୋଚନ ରହୁଥିବା କୋଠରୀରେ ତାଙ୍କ ଫଟୋ, ପଦକ, ପ୍ୟାଣ୍ଟ ସାର୍ଟ ସବୁ କିଛି ସଜା ହୋଇ ରଖାଯାଇଛି। ପ୍ରତିଦିନ ସକାଳୁ ମାଆ ସହିଦ ପୁଅକୁ ପ୍ରଥମେ ଖାଇବାକୁ ଦିଅନ୍ତି। ସେହି ଘରେ ପୁଅ ଫଟୋ ପାଖରେ ବିଛଣା ପକାଇ ଶୋଇଥାନ୍ତି। ପୁଅ ସବୁବେଳେ ତାଙ୍କ ପାଖରେ ଥିବା କହନ୍ତି ।

ସାଥୀଙ୍କ ଜୀବନ ବଞ୍ଚାଇ ସହିଦ ହୋଇଗଲେ

ନକ୍ସଲଙ୍କ ସହ ଲଢେ଼ଇ ବେଳେ ସେଦିନ ସହିଦ ପଦ୍ମଲୋଚନ ଦେଖାଇଥିବା ବୀରତ୍ୱ କଥା ଶୁଣିଲେ ଏବେ ବି ଲୋମ ଟାଙ୍କୁରି ଯାଏ। ନିଜ୧୪ ଜଣ ସାଥୀ ଯବାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଏକୁଟିଆ ଲଢ଼ିଥିଲେ। ଆଉ ନକ୍ସଲଙ୍କ ଗୁଳିର କଡ଼ା ଜବାବ ଦେଇଥିଲେ। ସାଥୀ ଯବାନଙ୍କ ଜୀବନ ସିନା ବଞ୍ଚାଇ ଦେଲେ ହେଲେ ୧୪ଟି ଗୁଳି ଖାଇ ସହିଦ ହୋଇଗଲେ। ସେଥିପାଇଁ ପଦ୍ମଲୋଚନଙ୍କୁ ମରଣୋତ୍ତର ଭାବେ ପରାକ୍ରମ ପଦକରେ ସମ୍ମାନିତ ମଧ୍ୟ କରାଯାଇଥିଲା । 

Advertisment

୧୧ ବର୍ଷ ହେଲାଣି ପଦ୍ମଲୋଚନଙ୍କ ଫଟୋ ଓ ସ୍ମୃତିକୁ ଦେଖି କଟୁଛି ତାଙ୍କ ପରିବାରର ଦିନ। ସାନ ଭାଇ ରାଜେନ୍ଦ୍ର ମାଝୀ ମଧ୍ୟ ଭାଇକୁ ଖୁବ ଝୁରୁଛନ୍ତି। ସେଥିପାଇଁ ବଡ ଭାଇଙ୍କ ସ୍ମୃତିରେ ସିମେଣ୍ଟ ନଗରଠାରେ ଏକ ସ୍ମାରକୀ ନିର୍ମାଣ କରିଛନ୍ତି। ପ୍ରତିଦିନ ସେ ସେଠାକୁ ଯାଆନ୍ତି, ବଡ ଭାଇଙ୍କୁ ମନେ ପକାନ୍ତି। ଆଉ ସେ ସବୁବେଳେ ତାଙ୍କ ପାଖରେ ଥିବା ଅନୁଭବ କରନ୍ତି। 
ଦେଶପାଇଁ ପଦ୍ମଲୋଚନ ମାଝୀ ସହିଦ ହୋଇଛନ୍ତି । ହେଲେ ଆଜି ବି ଅଞ୍ଚଳର ଲୋକମାନେ ତାଙ୍କ ନାଁ ନେଇ ଗର୍ବ ଅନୁଭବ କରନ୍ତି ।  ତାଙ୍କ ବୀରତ୍ୱର ଗୁଣଗାନ କରନ୍ତି । 

Martyr Odisha Jawan Martyred Soldier
Advertisment
Related Articles
Advertisment