/odishatv-khabar/media/media_files/2026/01/29/plane-crash-2026-01-29-10-26-08.jpg)
Plane Crash Photograph: (OTV)
ସ୍ୱର୍ଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆଜି ହେବ ଶେଷକୃତ୍ୟ। ବୁଧବାର ସକାଳେ ମୁମ୍ବାଇରୁ ବାରାମତୀକୁ ଦଳୀୟ ସଭାରେ ଯୋଗଦେବାକୁ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨ ପାଇଲଟଙ୍କୁ ମିଶାଇ ୫ଜଣଙ୍କ ମୃତ୍ୟୁ ଘଟିଛି।... ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ୪ ଦଶନ୍ଧୀ ଧରି ଦବଦବା ରଖିଥିଲେ ଅଜିତ୍ ପାୱାର। ୧୯୯୫ରେ ପ୍ରଥମ ଥର ବାରାମତୀରୁ ବିଧାୟକ ହୋଇ ଲଗାତର ୭ ଥର ଜିତି ଥିଲେ। ଥରେ ସାଂସଦ ବି ଥିଲେ। ସର୍ବାଧିକ ୬ ଥର ଉପ-ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରହିଛି ଅଜିତଙ୍କ ନାଁରେ।
ଏସବୁ ଭିତରେ ସାମ୍ନାକୁ ଆସିଛି ଆଉ ଏକ ସିସିଟିଭି ଭିଡିଓ। ଯେଉଁଥିରେ କଏଦ ହୋଇଛି ବିମାନ ଦୁର୍ଘଟଣା ବେଳର ଦୃଶ୍ୟ। ଆଉ ଏଥିରେ ମଝି ଆକାଶରେ ବିମାନ ତଳକୁ ଖସୁଥିବା ନଜରକୁ ଆସୁଛି। ସିସିଟିଭିକୁ ଦେଖିଲେ ଲାଗୁଛି କି ଏହା ଯେମିତି ନିୟନ୍ତ୍ରଣ ହରାଉଛି। ସିଧା ତଳକୁ ଆସି ବିମାନ ରନୱେରୁ କିଛି ବାଟ ପୂର୍ବରୁ ମାଟିରେ ପିଟି ହେଉଛି।
ଦୁର୍ଘଟଣା ସ୍ଥଳ ଓ ରନୱେ ଭିତରେ ପ୍ରାୟ ୧୦୦ ଫୁଟର ବି ବ୍ୟବଧାନ ରହିଛି। ତେଣୁ ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ନା ଆଉ କିଛି କାରଣ ତାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି। ପ୍ରାଥମିକ ଭାବେ କୁହୁଡ଼ି ଯୋଗୁଁ ଭିଜିବିଲିଟି୍ କମ୍ ଥିବା ସନ୍ଦେହ କରାଯାଉଛି। DGCA ଓ AAIB ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାର ତଦନ୍ତ କରୁଛି।
BMC Warning: ଓମଫେଡ୍ ବୁଥରେ ‘ଗୁଟଖା’ ମନା, ଲାଇସେନ୍ସ ବାତିଲ ନେଇ BMCର ଚେତାବନୀ

New Contractor Management System Launched: ଠିକାଦାର ଡାଟାବେସ୍ ବ୍ୟବସ୍ଥାର ଶୁଭାରମ୍ଭ, ପରିଚାଳନା ବ୍ୟବସ୍ଥା ଆହୁରି ସ୍ବଚ୍ଛ ଓ ସରଳ ହେବ

Major Plane Crash: ପୁଣି ବଡ଼ ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଯାତ୍ରୀ ମୃତ

Ajit Pawar's Final Rites Today: କାନ୍ଦୁଛି ମହାରାଷ୍ଟ୍ର, ଆଜି ଅଜିତ ଦାଦାଙ୍କ ଶେଷକୃତ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)