Advertisment

New Contractor Management System Launched: ଠିକାଦାର ଡାଟାବେସ୍ ବ୍ୟବସ୍ଥାର ଶୁଭାରମ୍ଭ, ପରିଚାଳନା ବ୍ୟବସ୍ଥା ଆହୁରି ସ୍ବଚ୍ଛ ଓ ସରଳ ହେବ

ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରମାନଙ୍କ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ ହୋଇଛି।

author-image
Chinmayee Sahoo
New Contractor Management System

New Contractor Management System Photograph: (OTV)

ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରମାନଙ୍କ ପାଇଁ ନୂଆ ବ୍ୟବସ୍ଥା। ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ବ୍ୟତୀତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ। 

Advertisment

୨୦୧୮ ମସିହାରେ ମାନୁଆଲ ପରିଚାଳନା ବ୍ୟବସ୍ଥା ଦୂର କରି ଇ-ଗଭର୍ଣ୍ଣାସ ଅଂଶ ବିଶେଷ ଭାବେ CDMS ଆପ୍ଲିକେସନ ଆରମ୍ଭ ହୋଇଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ କିଛି ଅପଡେଟ ସହ ନୂଆ ବ୍ୟବସ୍ଥାରେ ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ୟଦକ୍ଷତା ସଂରକ୍ଷିତ ରହିବ। 

CDMA 3.0 ଏଆଇଏମଏଲ ଏବଂ ଡାଟା ଆନାଲିଟିକ୍ସ ଭଳି ପ୍ରଯୁକ୍ତି ଯୋଡି ହେବ। ଗୋଟିଏ ପ୍ୟାନ-ଗୋଟିଏ ଲାଇସେନ୍ସ ପ୍ରଣାଳୀ ଦ୍ୱାରା ଦୁର୍ନୀତି ହ୍ରାସ ଓ କାମର ଗୁଣବତ୍ତା ଉପରେ ନଜର ରଖାଯିବ। ଏହି ନୂଆ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

Advertisment

ପୂର୍ତ୍ତ ବିଭାଗ ପକ୍ଷରୁ ଇ-ଆଇବି ଡିଜିଟାଲ ବୁକିଙ୍ଗ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି। ସେହିପରି ପୂର୍ତ୍ତ ବିଭାଗ ଅଧୀନରେ ଥିବା ଡାକବଙ୍ଗଳା ବୁକିଙ୍ଗ ଓ ଆବଣ୍ଟନ ପ୍ରକ୍ରିୟାକୁ ଇ-ଆଇବି ପ୍ଲାଟଫର୍ମ ସହଜ ଓ ସରଳ କରିବ। ଏହା ବିଭାଗ ଓ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ। 

ଅନଲାଇନ ମାଧ୍ୟମରେ ରୁମ ବୁକିଂ ଓ ବାତିଲ ବ୍ୟବସ୍ଥା ସହ ବୁକିଂ ସମ୍ବନ୍ଧୀୟ ସୂଚନା ଯେ କୌଣସି ସ୍ଥାନରୁ ଜାଣିହେବ। ଏଥିସହ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୮୨ଟି ରାସ୍ତା, ବିଲ୍ଡିଂ, ବ୍ରିଜର ସମୀକ୍ଷା କରିଥିଲେ ପୂର୍ତ୍ତ ମନ୍ତ୍ରୀ ।

PWD
Advertisment
Related Articles
Advertisment