Advertisment

Big News for Indian Economy: ଦୃତଗତିରେ ଦୌଡୁଛି ଭାରତର ଅର୍ଥନୀତି , ପୂର୍ବ ୧୮ ମାସ ଭିତରେ ସବୁଠୁ ଭଲ ପ୍ରଦର୍ଶନ

ଭାରତ ଅର୍ଥନୀତି ପାଇଁ ବଡ଼ ଖବର। ମୋଟ ଘରୋଇ ଉତ୍ପାଦ GDPରେ ଦମଦାର ବୃଦ୍ଧି । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକର ଅଭିବୃଦ୍ଧି ହାର ୮.୨ ପ୍ରତିଶତରେ ପହଞ୍ଚିଛି ।

author-image
Manas Ranjan Mohanty
GDP

GDP Photograph: (OTV)

ଭାରତ ଅର୍ଥନୀତି ପାଇଁ ବଡ଼ ଖବର। ମୋଟ ଘରୋଇ ଉତ୍ପାଦ GDPରେ ଦମଦାର ବୃଦ୍ଧି । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକର ଅଭିବୃଦ୍ଧି ହାର ୮.୨ ପ୍ରତିଶତରେ ପହଞ୍ଚିଛି । ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବା ନେଇ ଆକଳନ କରିଥିଲା ଆରବିଆଇ । ମାତ୍ର ସମସ୍ତ ଆକଳନକୁ ପଛରେ ପକାଇ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଛୁଇଁବା ଉଲ୍ଲେଖନୀୟ।

Advertisment

ଏହି ଅଭିବୃଦ୍ଧି ସହ ଭାରତ ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ଲକ୍ଷ୍ୟରେ ଆଗକୁ ବଢିଛି । ଜୁଲାଇରୁ ସେପ୍ଟେମ୍ବର କ୍ୱାର୍ଟରରେ ଭାରତର ଅର୍ଥନୀତିକୁ ମିଳିଛି ବଳ। ଦେଶର ଅର୍ଥନୀତିକ ଅଭିବୃଦ୍ଧି ହାର ବା ଜିଡିପି ୮.୨ ପ୍ରତିଶତ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଅର୍ଥନୀତିକ ଅଭିବୃଦ୍ଧି ହାର ବେଶ ଉତ୍ସାହ ଜନକ ରହିଛି।

ବର୍ଷକ ତଳେ ସମାନ ସମୟରେ ଦେଶର ବାସ୍ତବ ଜିଡିପି ୫.୬ ପ୍ରତିଶତ ରେକର୍ଡ ହୋଇଥିଲା। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ତୁଳନାରେ ମଧ୍ୟ ଏହା ଅଧିକ। ଉତ୍ପାଦନ, ନିର୍ମାଣ ଓ ସେବା କ୍ଷେତ୍ରକୁ ମିଳିଥିବା ବଳ ଯୋଗୁ ଦେଶର ଅର୍ଥନୀତି ୮.୨% ହାରରେ ଦୌଡ଼ି ଥିବା ଜାତୀୟ ପରିସଂଖ୍ୟନ ଅଫିସ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି।

Advertisment

ସ୍ଥିର ଦରରେ ଜିଡିପି ଜୁଲାଇ-ସେପ୍ଟେମ୍ବର କ୍ୱାର୍ଟରରେ ୪୮.୬୩ ଲକ୍ଷ କୋଟି ରହିଛି। ବର୍ଷକ ତଳେ ଏହା ୪୪.୯୪ ଲକ୍ଷ କୋଟି ରହିଥିଲା। ନୋମିନାଲ ଜିଡିପି ୮.୭% ହାରରେ ବଢ଼ି ୮୫.୨୫ ଲକ୍ଷ କୋଟି ରହିଛି। ତେବେ କୃଷି କ୍ଷେତ୍ରର ଅଭିବୃଦ୍ଧି ସାମାନ୍ୟ ଧିମେଇ ଯାଇଛି। କୃଷି କ୍ଷେତ୍ର କେବଳ ୩.୫% ହାରରେ ବଢ଼ିଥିବା ବେଳେ ବିଜୁଳି, ଗ୍ୟାସ ଓ ଜଳ ଯୋଗାଣର ଅଭିବୃଦ୍ଧି ହାର ୪.୪%ରେ ଆଗେଇଛି। 

ଦୃତଗତିରେ ଦୌଡୁଛି ଭାରତର ଅର୍ଥନୀତି
ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ୮.୨ ପ୍ରତିଶତ
ଆରବିଆଇର ପୂର୍ବାନୁମାନଠୁ ବି ଅଧିକ ସାବ୍ୟସ୍ଥ
ପୂର୍ବ ୧୮ ମାସ ଭିତରେ ସବୁଠୁ ଭଲ ପ୍ରଦର୍ଶନ

Advertisment
Related Articles
Advertisment