/odishatv-khabar/media/media_files/2025/11/29/vegitable-2025-11-29-10-22-24.jpg)
VEGITABLE Photograph: (OTV)
ଅସମୟରେ ପରିବା ଦରରେ ନିଆଁ। କାର୍ତ୍ତିକ ଯାଇ ମାର୍ଗଶୀର ଚାଲିଛି। ହେଲେ ଏବେ ପରିବାର ଆକାଶଛୁଆଁ ଦର ଗ୍ରାହକଙ୍କୁ ବେସ୍ ବାଧୁଛି। ନିତି ଦିନିଆ ବଜାର ହେଉ କି ବଡ଼ ପରିବା ମାର୍କେଟ୍। ପରିବା ଦରରେ ହଠାତ୍ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ସାଧାରଣତଃ ଶୀତ ଦିନେ ପରିବା ଦର କମ୍ ରହିଥାଏ। ହେଲେ ବର୍ଷର ଅଧିକାଂଶ ସମୟରେ ଦର ଉଚ୍ଚା ରହୁଥିବାରୁ ସାଧାରଣ ଗ୍ରାହକଟିଏ ମହଙ୍ଗା ମାଡ଼ରେ ଘାଣ୍ଟି ହେଉଛି। କଞ୍ଚା ପରିବାରେ ହାତ ମାରିହେଉନି।
ହେଲେ ଦୁଇ ଦିନ ହେବ ଦର ସାମାନ୍ୟ ହ୍ରାସ ଘଟିଛି। ଆଜି ଭୁବନେଶ୍ବର ୧ନଂ ହାଟରରେ ପରିବା ଦରର ଚାଟ୍ ଉପରେ ନଜର ପକାଇବା । ବାଇଗଣ କେଜି ୪୦ରୁ ୬୦ ଟଙ୍କା, ଝୁଡ଼ଙ୍ଗ-୫୦, ଟମାଟୋ-୪୦, ପୋଟଳ-୪୦, ଫୁଲକୋବି ଗୋଟା-୩୦ରୁ ୪୦, ବନ୍ଧା କୋବି କେଜି ୩୦ ଟଙ୍କା ରହିଛି। ସେହିଭଳି ଶିମ୍ବ-୫୦, ବିନ୍-୭୦, କ୍ୟାପସିକମ୍-୬୦, କଖାରୁ କେଜି ୧୨ରୁ ୧୫ ଟଙ୍କା ରହିଛି ।
ଶୀତ ବିଳମ୍ବରେ ଆସିବା ଏବଂ ଲଘୁଚାପ ବର୍ଷା ଯୋଗୁଁ ସ୍ଥାନୀୟ ପରିବା ଉତ୍ପାଦନରେ ହ୍ରାସ ପାଇଥିଲା । ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ ପରିବା ଉତ୍ପାଦନ ବଢିବାରୁ ୬ରୁ୭ ଦିନରେ ସ୍ଥିତି ସୁଧୁରିବ ବୋଲି କହିଛନ୍ତି ବ୍ୟବସାୟୀ ।
ୟୁନିଟ୍-୧ ହାଟରେ ପରିବା ଦର
ବାଇଗଣ-୪୦ରୁ ୬୦
ଝୁଡଙ୍ଗ-୫୦
ଟମାଟୋ-୪୦
ପୋଟଳ-୪୦
ଫୁଲକୋବି ଗୋଟା- ୩୦ରୁ ୪୦
ବନ୍ଧା କୋବି କେଜି- ୩୦
ଶିମ୍ବ-୫୦
ବିନ-୭୦
କ୍ୟାପସିକମ୍-୬୦
କଖାରୁ-୧୨ରୁ ୧୫
SC Suggests Age Verification: ଆଧାର ନଥିଲେ ଦେଖିପାରିବେନି ଆଡଲ୍ଟ କମେଣ୍ଟ , ୟୁଟ୍ୟୁବ୍, ଓଟିଟି ଉପରେ ଲାଗିବ ଲଗାମ୍ !

Cyclone Diṭwa: ବାତ୍ୟା ଡିଟୱାର ଗତିପଥକୁ ନେଇ ଆଇଏମଡିର ପୂର୍ବାନୁମାନ , ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ୫୬ ଲୋକଙ୍କ ମୃତ୍ୟୁ

Cold Wave and Fog Return: ଡିସେମ୍ବର ୫ ପରେ ପୁଣି ବଢିବ ଶୀତ , ୩୦ରୁ ୨ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ

Gundicha Temple Will Not Open: ଡିସେମ୍ବର ପହିଲାରୁ ଖୋଲିବନି ଗୁଣ୍ଡିଚା ମନ୍ଦିର , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ରିପୋର୍ଟ ପରେ ନିଷ୍ପତ୍ତି ସ୍ଥଗିତ

25 Maoists Surrender: ଡେଡଲାଇନ୍ ପୂର୍ବରୁ ଖାଲି ହେଉଛି ମାଓଗଡ଼ , ଆତ୍ମସମର୍ପଣ କରିଛନ୍ତି ୨୫ ମାଓବାଦୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)