Advertisment

Twist in Pooja Amar Story: ଅମର ମାଗିଥିଲା କୋଟିଏ ଟଙ୍କା ! ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ ...କଣ କରିବେ ସେଜଲ

ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଶା ଚାଲି ଆସିଥିବା ପୌଷ୍ୟା କନ୍ୟା ପୂଜା ଓରଫ ସେଜଲ୍ ଜନ ଓ ଅମର ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ। ପୂଜାଙ୍କ ବୟଫ୍ରେଣ୍ଡ ଅମର ଦାସଙ୍କୁ ଅଟକ ରଖିଛି ପୋଲିସ।

author-image
Manas Ranjan Mohanty
Balesore-Amar-Sezal-Lobe-Story

Balesore-Amar-Sezal-Lobe-Story Photograph: (OTV)

ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଶା ଚାଲି ଆସିଥିବା ପୌଷ୍ୟା କନ୍ୟା ପୂଜା ଓରଫ ସେଜଲ୍ ଜନ ଓ ଅମର ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ। ପୂଜାଙ୍କ ବୟଫ୍ରେଣ୍ଡ ଅମର ଦାସଙ୍କୁ ଅଟକ ରଖିଛି ପୋଲିସ। ତାଙ୍କୁ ବାଲେଶ୍ବର ନାରୀ ସଦନ ପାଖରୁ ଗତକାଲି ଉଠାଇ ନେଇଥିଲା ସହଦେବଖୁଣ୍ଟା ପୋଲିସ। ପୂଜା ଏବେ ବାଲେଶ୍ବର ନାରୀ ଶକ୍ତି ଗୃହରେ ଅଛନ୍ତି। ସେଠାକୁ ଗତକାଲି ପୂଜାଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ ଅମର। ସେହିପରି କାଉନସିଲ୍ ବେଳେ ଜଣା ପଡ଼ିଛି ପୂଜାଙ୍କ ପାଳିତ ବାପାମାଆଙ୍କୁ ଅମର ମାଗିଥିଲା କୋଟିଏ ଟଙ୍କା। ଏଥିପାଇଁ ଅମର ନିଜ ମାଉସୀଙ୍କ ଆକାଉଣ୍ଟ ନମ୍ବର ଦେଇଥିଲା । ତେବେ କାହିଁକି ଅମର ଏତେ ଟଙ୍କା ମାଗିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଅମର ମୋବାଇଲ ଫୋନକୁ ଜବତ କରିବା ସହ ଅଟକ ରଖି ଅଧିକ ପଚରାଉଚରା କରୁଛି ସହଦେବଖୁଣ୍ଟା ଥାନା ପୋଲିସ। ... 

Advertisment

ସେଦିନ ହାତଯୋଡ଼ି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ସେଜଲ୍ । ସାବତ ମାଆ ଆମେରିକାରେ ଅତ୍ୟାଚାର କରୁଥିବାରୁ ଫେରାଇ ନେବାକୁ କହୁଥିଲେ। ପ୍ରେମିକ ଅମର ମଧ୍ୟ କହିଥିଲେ ଯେ ସେଠାରେ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଛି ଆଉ ତାଙ୍କୁ ନିର୍ଯାତନା ଦିଆଯାଉଛି।

ଏଭଳି ଅଭିଯୋଗ ପରେ ସେଜଲଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ହେଲେ ଓଡ଼ିଶା ମାଟିରେ ପାଦ ଦେଉ ଦେଉ ବଡ଼ ଖୁଲାସା କରିଥିଲେ ସେଜଲ୍। ଖୋଲି ଦେଇଥିଲେ ଓଡ଼ିଶା ଫେରିବା ପଛର ଗୁମର। ଭିଡିଓରେ କାନ୍ଦି କାନ୍ଦି କହିଥିଲେ ସବୁ କଥା ମିଛ ଥିଲା। ପାଳିତା ମାଆ ତାଙ୍କ ପ୍ରତି କୌଣସି ଅତ୍ୟାଚାର କରିନଥିଲେ। ବରଂ ବାଲେଶ୍ୱରରେ ରହୁଥିବା ପ୍ରେମିକ ପାଇଁ ସେ ଆମେରିକାରୁ ଫେରିବା ପାଇଁ ଚାହୁଁଥିଲେ।

Advertisment

ତେବେ ବାଲେଶ୍ୱରରେ ରହୁଥିବା ଅମର ଦାସଙ୍କୁ ସ୍କୁଲ ବେଳୁ ଭଲ ପାଉଥିଲେ ସେଜଲ। ଆମେରିକା ଚାଲିଯିବା ପରେ ୨୦୨୪ରେ ଦୁହେଁ ପରସ୍ପରକୁ ସୋସିଆଲ ମିଡ଼ିଆରେ ଭେଟିଥିଲେ। ଆଉ ସେବେଠୁ ଅମରଙ୍କୁ ବାହା ହୋଇ ଓଡ଼ିଶାରେ ରହିବାକୁ ଚାହୁଁଥିଲେ ସେଜଲ। ହେଲେ ଦୁହିଁଙ୍କ ପ୍ରେମ ସେଜଲଙ୍କ ପାଳିତା ମାଆଙ୍କୁ ପସନ୍ଦ ଆସି ନଥିଲା। ଫଳରେ ବାଧ୍ୟ ହୋଇ ଓଡ଼ିଶା ଫେରିବାକୁ ଏପରି ପ୍ଲାନ କରିଥିଲେ ସେଜଲ। ଆଉ ଅମରଙ୍କୁ ନିଜ ସ୍କୁଲ ସାଙ୍ଗ ବୋଲି କହି ସରକାରଙ୍କୁ ଫେରାଇ ନେବାକୁ ନିବେଦନ କରିଥିଲେ ।ବର୍ତ୍ତମାନ ସୁଦ୍ଧା ଏହି ପ୍ରେମ କାହାଣୀର ଅସଲ ଗଣ୍ଠି କ’ଣ ତାହା ଜଣାପଡି ନଥିବା ବେଳେ ପୋଲିସ୍ ତଦନ୍ତ କରୁଛି।

Advertisment
Related Articles
Advertisment