Advertisment

Ajit Pawar Funeral: ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍, ଲୁହ ଭରା ଆଖିରେ ଶେଷ ବିଦାୟ

ପ୍ରିୟଜନ ଓ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ସରିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର। ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ସମ୍ମାନ ସହିତ ଅଜିତଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

author-image
Chinmayee Sahoo
Ajit Pawar

Ajit Pawar Photograph: (OTV)

ପଞ୍ଚଭୂତରେ ବିଲୀନ ହେଲେ ଦାଦା। ପ୍ରିୟଜନ ଓ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ସରିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର। ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ସମ୍ମାନ ସହିତ ଅଜିତଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ହିନ୍ଦୁ ରୀତି ନୀତି ଅନୁସାରେ ଅନ୍ତିମ ସତ୍କାର ଶେଷ ହୋଇଛି। 

Advertisment

ଜାତୀୟ ପତାକାରେ ଘୋଡ଼ାଇ ପାୱାରଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନ କାଟେୱାଡିରୁ ଶେଷକୃତ୍ୟ ପାଇଁ ବାରାମତୀ ଅଣାଯାଇଥିଲା। ଦୁଇ ପୁଅ ପାର୍ଥ ପାୱାର ଓ ଜୟ ପାୱାର ଶେଷକୃତ୍ୟ ନୀତି କରିଛନ୍ତି। ପାଖରେ ପତ୍ନୀ ସୁନେତ୍ରା ଓ ଭଉଣୀ ତଥା ସାଂସଦ ସୁପ୍ରିୟା ସୁଲେ ବି ରହିଥିଲେ।

ଅଜିତଙ୍କୁ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କାରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାରରେ ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୁହ ଭିଜା ଆଖି ଓ କୋହ ଭରା ଅଜିତଙ୍କୁ ଶେଷ ଦର୍ଶନ କରିଥିଲେ କରୁଛନ୍ତି ନେତା, କର୍ମୀ, ପ୍ରଂଶସକ ଓ ପ୍ରିୟଜନ।

Advertisment

ସୂଚନାଯୋଗ୍ୟ, ପୁଣେରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ବାରାମତୀ ଏୟାରଷ୍ଟ୍ରିପ୍ ନିକଟରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବୁଧବାର ସକାଳେ ଅଜିତ ପାୱାର (୬୬)ଙ୍କ ମୃତ୍ୟୁ ହୋଇଥିଲା। ବିମାନଟି ଉଡାଣ ଭରିବାର କିଛି ସମୟ ପରେ ଖସି ପଡ଼ିଥିଲା ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୧୫,୦୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିବା କ୍ୟାପ୍ଟେନ ସୁମିତ କପୁର, ସହ-ପାଇଲଟ ଶାମ୍ଭବୀ ପାଠକ, ଅଜିତ ପାୱାରଙ୍କ ପିଏସଓ ବିଦୀପ ଜାଧବ ଏବଂ ବିମାନ ପରିଚାରିକା ପିଙ୍କି ମାଲିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

Ajit Pawar Deputy CM Maharashtra Last Rites Funeral Ajit Pawar
Advertisment
Related Articles
Advertisment