Advertisment

Tears and Tributes: ସହିଦ ଯବାନଙ୍କୁ ଲୁହ ଭରା ଆଖିରେ ବିଦାୟ, ହତବାକ ପରିବାର

ସହିଦ ଯବାନଙ୍କୁ ଲୁହ ଭରା ଆଖିରେ ବିଦାୟ। ମାଟି ମାଆ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପୁଅ ଘରକୁ ଫେରିଛି। ହେଲେ ସେ ଆଉ ଜୀବତ ନାହିଁ ବାସ୍ ଖାଲି ତା ସ୍ମୃତି।

author-image
Chinmayee Sahoo
Martyred

Martyred Photograph: (OTV)

ସହିଦ ଯବାନଙ୍କୁ ଲୁହ ଭରା ଆଖିରେ ବିଦାୟ। ମାଟି ମାଆ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପୁଅ ଘରକୁ ଫେରିଛି। ହେଲେ ସେ ଆଉ ଜୀବତ ନାହିଁ ବାସ୍ ଖାଲି ତା ସ୍ମୃତି। ନୟାଗଡ଼ ଆନନ୍ଦାପଲ୍ଲୀର ଜିତୁ ବେହେରା ଭାରତୀୟ ସେନାରେ ଯବାନ। କାଶ୍ମୀର ଘାଟିରେ ଡ୍ୟୁଟି ସମୟରେ ହଦୃଘାତ ହେଇ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

Advertisment

ପାର୍ଥିବ ଶରୀର ଘରକୁ ଫେରିବା ପରେ କାନ୍ଦ ବୋବାଲିରେ ଫାଟି ପଡ଼ିଛି ଜନ୍ମମାଟି। ଜିତୁ କିଛି ମାସ ତଳେ ହିଁ ବିବାହ କରିଥିଲେ। ଆଖି ଆଗରେ ସ୍ବାମୀ ଚାଲିଯିବାକୁ ବରଦାସ୍ତ କରିପାରୁନାହାନ୍ତି ସ୍ତ୍ରୀ। ଆଉ ବାପା ମାଆଙ୍କ ଅବସ୍ଥା ତ ଅସମ୍ଭାଳ। କାନ୍ଦି କାନ୍ଦି ନୟାନ୍ତ ଏମାନେ। ନିଜ ପୁଅକୁ ହରାଇ ମାଆ ହତବାକ ହେଇପଡ଼ିଛନ୍ତି। ଗାଁ ସାରା ଲୋକଙ୍କ ବି ସେମିତି କିଛି ଅବସ୍ଥା।

Martyred Indian Army
Advertisment