Advertisment

Gold, Silver Rate Today: ରେକର୍ଡ ଭାଙ୍ଗିଲା ସୁନା ଦର, ରୁପା ୪ ଲକ୍ଷ ଟପିଲା; ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

ସୁନା ରୁପାର ବଡ଼ ଡିଆଁ। ଦର ଏତେ କି ହାତ ମାରିବା ତ ଦୂରର କଥା ଦେଖିବାକୁ ବି ଲାଗୁଛି ଡର। ଗୋଟିଏ ଦିନରେ ସୁନା ୧୦ ହଜାର ବଢ଼ିଥିବା ବେଳେ ରୁପା ୨୫ ହଜାର ବଢ଼ିଛି।

author-image
Chinmayee Sahoo
Gold And Silver

Gold And Silver Photograph: (OTV)

ସୁନା ରୁପାର ବଡ଼ ଡିଆଁ। ଦର ଏତେ କି ହାତ ମାରିବା ତ ଦୂରର କଥା ଦେଖିବାକୁ ବି ଲାଗୁଛି ଡର। ଗୋଟିଏ ଦିନରେ ସୁନା ୧୦ ହଜାର ବଢ଼ିଥିବା ବେଳେ ରୁପା ୨୫ ହଜାର ବଢ଼ିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ବଢ଼ିଛି ୧୦ ହଜାରରୁ ଅଧିକ ଟଙ୍କା, ସେହିପରି ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୭୮ ହଜାରରୁ ଅଧିକ ରହିଛି। 
୧୦ ଦିନରେ ୨୨ କ୍ୟାରେଟ୍ ସୁନା ୨୬ ହଜାରରୁ ଅଧିକ ବଢ଼ିଛି, ୨୪ କ୍ୟାରେଟ୍ ପ୍ରାୟ ୩୦ ହଜାର ଟଙ୍କା ବଢ଼ିଛି। 

Advertisment

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୬୭,୦୮୦ ଟଙ୍କା ଥିବା ବେଳେ ଆଜି ୧,୭୮,୮୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୫୩,୧୫୦ ଟଙ୍କା ଥିବା ବେଳେ ଆଜି ୧,୬୩,୯୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୩୧୦ ଟଙ୍କା ଥିବା ବେଳେ ଆଜି ୧,୩୪,୧୪୦ ଟଙ୍କା ରହିଛି।

ରୁପା ତ ଯେମିତି ବୋଲ ହିଁ ମାନୁନି। ଚାନ୍ଦି କିଲୋ ପିଛା ୪ ଲକ୍ଷ ୨୫ ହଜାର ଛୁଇଁଛି। ଗୋଟିଏ ଦିନରେ ୨୫ ହଜାର ବଢ଼ିଛି ରୂପା ଦର। ଗତ କାଲି ୪ ଲକ୍ଷ ଥିଲା ରୂପା କିଲୋ।

Advertisment

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ (୧ ଗ୍ରାମ୍ ପିଛା):
•    ଚେନ୍ନାଇ: ୨୪ କ୍ୟାରେଟ- ୧୮,୩୨୮ ଟଙ୍କା, ୨୨ କ୍ୟାରେଟ୍- ୧୬,୮୦୦ ଟଙ୍କା, ୧୮ କ୍ୟାରେଟ୍- ୧୩,୯୦୦ ଟଙ୍କା
•    ଦିଲ୍ଲୀ: ୨୪ କ୍ୟାରେଟ- ୧୭,୯୦୦ ଟଙ୍କା, ୨୨ କ୍ୟାରେଟ୍- ୧୬,୪୧୦ ଟଙ୍କା    , ୧୮ କ୍ୟାରେଟ୍- ୧୩,୪୨୯ ଟଙ୍କା
•    ମୁମ୍ବାଇ: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା
•    କୋଲକାତା: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା
•    ବାଙ୍ଗାଲୋର: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା, ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା
•    ହାଇଦ୍ରାବାଦ: ୨୪ କ୍ୟାରେଟ- ୧୭,୮୮୫ ଟଙ୍କା    , ୨୨ କ୍ୟାରେଟ୍- ୧୬,୩୯୫ ଟଙ୍କା, ୧୮ କ୍ୟାରେଟ୍- ୧୩,୪୧୪ ଟଙ୍କା

ଶୁଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

Silver Price In India Silver Price Silver Price Increase Gold Rate Today Gold And Silver Prices Update Gold Rate gold rate update gold rate hike
Advertisment