/odishatv-khabar/media/media_files/2025/12/20/kiss-2025-12-20-08-21-46.jpg)
KISS Photograph: (OTV)
ଆଦିବାସୀ ଛାତ୍ର ହତ୍ୟା ଘଟଣାରେ କିସର ଚାଲବାଜି ଧରାପଡ଼ିବା ପରେ ନିଶାନା କଲେଣି ଆଦିବାସୀ ସଂଗଠନ ଓ ରାଜନେତା। ବିଶ୍ବାସରେ ବିଷ ଦେଇଥିବା ଏ ସଂସ୍ଥା ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କାଠଗଡ଼ାକୁ ଟାଣିବା ସହ ସିବିଆଇ ତଦନ୍ତ ହେଲେ ସବୁ କେଳେଙ୍କାରୀ ପଦାକୁ ଆସିବ ବୋଲି ଦାବି କରିଛନ୍ତି।
ଯେହେତୁ ଅଚ୍ୟୁତ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ତେଣୁ ସବୁବେଳେ ସେ ଏଭଳି କାଣ୍ଡରୁ କୌଶଳ କରି ଖସି ଯାଉଛନ୍ତି। ତାଙ୍କ ସଂସ୍ଥାରେ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ପତ୍ନୀ ଓ ସମ୍ପର୍କୀୟ ଚାକିରି କରୁଥିବାରୁ ସେମାନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ତେଣୁ ସିବିଆଇ ତଦନ୍ତ ହେଲେ ହିଁ କିଟ୍ ରୁ କିସ୍ ପର୍ଯ୍ୟନ୍ତ ସବୁ କେଳେଙ୍କାରୀ ଧରା ପଡ଼ିବ ଓ ଦୋଷୀ ବନ୍ଧା ହେବେ।
ତେଣେ ହତ୍ୟାର ଶିକାର ଛାତ୍ରଙ୍କ ପୋଷ୍ଟମର୍ଟମ୍ ନକରି ହାର୍ଟ ଆଟାକ୍ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ବି ଘେରିଛନ୍ତି ସାମାଜିକକର୍ମୀ। ଏତେ ସବୁ ଅଭିଯୋଗ ଉପରେ ସଂସ୍ଥା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠାରୁ କିଟ୍ କି କିସ୍ କର୍ତ୍ତୃପକ୍ଷ, କାହାରି ପ୍ରତିକ୍ରିୟା ମିଳିନାହିଁ।
• ଆଦିବାସୀ ଛାତ୍ର ହତ୍ୟା ଘଟଣା
• କିସକୁ ଆଦିବାସୀ ସଂଗଠନ ଓ ରାଜନେତାଙ୍କ ନିଶାନା
• ଆଦିବାସୀଙ୍କ ବିଶ୍ବାସରେ ବିଷ ଦେଇଛି କିସ୍
• ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କାଠଗଡ଼ାକୁ ଟାଣିବାକୁ ଦାବି
• ଜୋରଦାର୍ ହେଲା ସିବିଆଇ ତଦନ୍ତ ଦାବି
• ସିବିଆଇ ତଦନ୍ତ ହେଲେ ସବୁ କେଳେଙ୍କାରୀର ହେବ ଖୁଲାସା
• ବିବାଦରେ ହତ୍ୟାର ଶିକାର ଛାତ୍ରଙ୍କ ପୋଷ୍ଟମର୍ଟମ କରିନଥିବା ଡାକ୍ତର
Daily Horoscope 20th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 20th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Ashok Basa's Global Honor: ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସର ଆଭ୍ୟନ୍ତରୀଣ ଅଡିଟର ନିଯୁକ୍ତ

Failed to Return: ହୁଗୁଳା ଜେଲ, ମୁକୁଳା କଏଦୀ...ଜେଲରୁ ପାରୋଲରେ ଯାଇ ଫେରୁନାହାନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)