/odishatv-khabar/media/media_files/2025/11/25/ayodhya-2025-11-25-21-15-26.jpg)
AYODHYA Photograph: (OTV)
ପୁଣି ଏକ ନୂଆ ଗାଥା ଲେଖିଲା ରାମ ନଗରୀ ଅଯୋଧ୍ୟା। ଭବ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଆଜି ଏ ବିଶ୍ବାସର ଧ୍ବଜା ସ୍ଥାପନ ଉତ୍ସବବେଳେ ସୃଷ୍ଟି ହୋଇଥିଲା ରାମଭକ୍ତିର ଅଭୁତପୂର୍ବ ପରିବେଶ। ସାକ୍ଷୀ ସାଜିଥିଲେ ହଜାର ହଜାର ସାଧୁ ସନ୍ଥ ଓ ରାମଭକ୍ତ। ଧର୍ମଧ୍ବଜା ସ୍ଥାପନ ପରେ ନିଜ ଅଭିଭାଷଣରେ ମୋଦି କହିଥିଲେ-ଏହା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ସଂଘର୍ଷର ଓ ସାଧନାର ରୂପ। ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ପୂରଣ କରିବାର ସଂକଳ୍ପ ବି ଦୋହରାଇଥିଲେ ମୋଦି।...
ନୂଆ ଯୁଗର ଆରମ୍ଭରେ । ବିଶ୍ବାସ ଜନ୍ମେ ପ୍ରତି ହୃଦୟରେ । ଏହି ମହାନ ବାର୍ତ୍ତା ଦେଇ ଆଜି ହୋଇଛି ଧ୍ବର୍ମଧ୍ବଜାର ପୁନଃସ୍ଥାପନା- ଦିବ୍ୟ- ଭବ୍ୟ ଓ ନବ୍ୟ ଅଯୋଧ୍ୟାରେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶିଖରରେ ଫର ଫର ଉଡିଛି ବିଶ୍ବାସର ପ୍ରତୀକ ।
ପିଏମ୍ ମୋଦିଙ୍କ କରକମଳରେ ଧ୍ବଜା ସ୍ଥାପନ
ଯାହାକୁ ପୂର୍ବ ସ୍ଥିରୀକୃତ ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ଆର୍ଥାତ୍ ରାମ-ସୀତାଙ୍କ ବିବାହ ପଞ୍ଚମୀ ତିଥିର ମାହେନ୍ଦ୍ର ମୁହୂର୍ତ୍ତ ମଧ୍ୟାହ୍ନ ୧୨ଟାରେ ସ୍ଥାପନା କରାଯାଇଛି। ମନ୍ତ୍ରଧ୍ବନିରେ କଂପୁଥିଲା ପରିବେଶ। ସେଇ ବେଳରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଶିଖରରେ ଧର୍ମଧ୍ବଜାର ସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ।
ମୋଦି ପ୍ରଣାମ କରୁଥିବାବେଳେ ଭାବ ବିହ୍ବଳ ହୋଇଯାଇଥିଲେ, ସତେ ଯେମିତି ଭକ୍ତିରେ ଅସ୍ଥିର ହେଉଥିଲା ତାଙ୍କ ଯୋଡ଼ ହସ୍ତ। ଭବ୍ୟ ଶ୍ରୀରାମ ମନ୍ଦିର ଚୂଡ଼ାରେ ତରଙ୍ଗାୟିତ ବିଶାଳ ଗେରୁଆ ରଙ୍ଗ ପତାକାରେ ସ୍ଥାନ ପାଇଛନ୍ତି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍ ’। ରହିଛି କାଞ୍ଚନ ଗଛର ପ୍ରତିଛବି। ଧର୍ମଧ୍ବଜାର ଉଚ୍ଚତା ୧୧ ଫୁଟ୍ ଓ ଲମ୍ବ ୨୨ ଫୁଟ୍ । ଦକ୍ଷିଣ କୋଣ ତ୍ରିକୋଣୀୟରେ ପ୍ରସ୍ତୁତ ସ୍ୱତନ୍ତ୍ର ପତାକା ସାଜିଛି ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ। ଆଜିର ସେହି ଦିବ୍ୟ ମୂହୁର୍ତ୍ତରେ ସାମିଲ ହୋଇଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କାର୍ଯ୍ୟକର୍ତ୍ତା ଏବଂ ହଜାର ହଜାର ସାଧୁ ସନ୍ଥଙ୍କ ସହ ଶ୍ରଦ୍ଧାଳୁ ପାଲଟିଥିଲେ ଦିବ୍ୟ ମୁହୂର୍ତ୍ତର ପ୍ରତ୍ୟକ୍ଷ ସାକ୍ଷୀ।...
ଭବ୍ୟ ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନା ପରେ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। କହିଥିଲେ ଏ ଧର୍ମଧ୍ବଜା ଯୁଗ ଯୁଗ ଧରି ମାନବଜାତିକୁ ଶ୍ରୀରାମଙ୍କ ପ୍ରେରଣା ପହଞ୍ଚାଇବ। ଏ ଧ୍ବଜା ହେବ ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଥିବା ସଂଘର୍ଷର ଓ ସାଧନାର ରୂପ। ଯାହା ଭଗବାନ ରାମଙ୍କ ମୂଲ୍ୟବୋଧକୁ ବଜାୟ ରଖି ଚାଲିବ। ଏଥିସହ ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡ଼ା ଯାଇଛି ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ପୂରଣ କରାଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଭାରତ ହେଉଛି ଲୋକତନ୍ତ୍ରର ଜନନୀ, ଯାହା ଆମ DNAରେ ରହିଛି ବୋଲି କହିଥିଲେ ମୋଦି।...
ଧର୍ମଧ୍ବଜା ସ୍ଥାପନ ପର୍ବ ପୂର୍ବରୁ ପ୍ରଧାନମନ୍ତ୍ରୀ ସୀତା-ରାମଙ୍କ ସହ ମହର୍ଷି ବାଲ୍ମିକୀ, ଅନ୍ନପୂର୍ଣ୍ଣା ଓ ଅନ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ତାସହ ବିଶାଳ ରାମ ମନ୍ଦିର ନିର୍ମାଣରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯୋଗଦାନ କରିଥିବା ଶ୍ରମିକ, କାରିଗର ଓ ସ୍ଥପତିଙ୍କୁ ଅଭିନନ୍ଦନ ବି ଜଣାଇଥିଲେ।
Balasore Love Twist: ବାଲେଶ୍ବର ବୟଫ୍ରେଣ୍ଡ ପାଇଁ ଛାଡିଲେ ଆମେରିକା, ଓଡିଶା ଫେରି କଲେ ମିଛ ନିର୍ଯାତନା କାହାଣୀର ଖୁଲାସା

Cyclone Brewing! ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ଗୋଟିଏ ବାତ୍ୟା ରୂପ ନେବା ନିଶ୍ଚିତ !

Debashish Slams Pandian: ପାଣ୍ଡିଆନଙ୍କୁ ଦେବାଶିଷଙ୍କ ନିଶାନା, ବିଜେଡିକୁ ଏବେ ବି ଚଳାଉଛନ୍ତି ଭୈରବ

No Celebrations, Only Condolences: ଶୁଭେଚ୍ଛା ବଦଳରେ ଫ୍ୟାନ୍ ଦେଉଛନ୍ତି ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି, ତେଜିଲା ଦୁଇ ମ୍ୟାନେଜରଙ୍କ ବିରୋଧରେ ତଦନ୍ତ ଦାବି

Is the Grave Crying Too: ସତରେ କଣ ସମାଧି ନିକଟରେ ଶୁଭୁଛି କାନ୍ଦ ? ଆଜି ହ୍ୟୁମାନଙ୍କ ଜନ୍ମଦିନ

Cyclone Brewing: ଗୁରୁବାର ଦିନ ବାତ୍ୟା ! କାଲିଠୁ ବଢିବ ପବନ... ଓଡ଼ିଶାରେ ପଡିବ କି ପ୍ରଭାବ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)