/odishatv-khabar/media/media_files/2025/12/05/putin-security-2025-12-05-09-49-46.jpg)
Putin-Security Photograph: (OTV)
୨ ଦିନ ଧରି ଭାରତରେ ରହିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏଥିପାଇଁ ତାଙ୍କ ସୁରକ୍ଷାକୁ କରାଯାଇଛି କଡ଼ା କଡ଼ି। ଏଥିପାଇଁ ପ୍ରାୟ ୪ ଡଜନ ବରିଷ୍ଠ ସୁରକ୍ଷା ଅଧିକାରୀ ଦିଲ୍ଲୀରେ ଆସି ପହଞ୍ଚି ସାରିଛନ୍ତି। ରୁଷ ରାଷ୍ଟ୍ରପତି ସୁରକ୍ଷା ପାଇଁ ୫ ସ୍ତରୀୟ ସୁରକ୍ଷା ବଳୟ ତିଆରି କରାଯାଇଛି। ଯେଉଁଥିରେ ଉଚ୍ଚ ତାଲିମପ୍ରାପ୍ତ ଅଧିକାରୀ, ଭାରତର NSG କମାଣ୍ଡୋ, ସ୍ନାଇପର୍ସ, ଡ୍ରୋନ, ଜାମର୍ସ ଓ ଏଆଇ ମନିଟରିଂ ରହିଛି। ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯିବେ ପୁଟିନ୍।
ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସିଛନ୍ତି ପୁଟିନ। ଆଉ ସେ ଭାରତରେ ପହଞ୍ଚିବା କ୍ଷଣି ତାଙ୍କୁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ବାହ୍ୟ ସୁରକ୍ଷା ବଳୟରେ ଏନଏସ୍ଜି ଓ ଦିଲ୍ଲୀ ପୁଲିସ୍ର ବରିଷ୍ଠ ଅଧିକାରୀମାନେ ରହିଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା କଥା ରୁଷୀୟ ରାଷ୍ଟ୍ରପତି ସୁରକ୍ଷା ସେବାର ଅଧିକାରୀମାନେ ବୁଝିବେ। ପୁଟିନ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଥିବେ ସେତେବେଳେ ଆଭ୍ୟନ୍ତରୀଣ ସୁରକ୍ଷା ବଳୟ ମଧ୍ୟରେ ଭାରତର SPG କମାଣ୍ଡୋମାନେ ମଧ୍ୟ ସାମିଲ ହେବେ।
ସେହିପରି ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। ସେ ଯିବାକୁ ଥିବା ରାସ୍ତା ଉପରେ ଡ୍ରୋନ ଦ୍ୱାରା ନଜର ରଖାଯିବ। ପୁଟିନ ଯେଉଁ ହୋଟେଲରେ ରହିବେ, ତା’ର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ରୁଷୀୟ ସୁରକ୍ଷା ଅଧିକାରୀମାନେ ପୁଟିନ ଯିବାକୁ ଥିବା ପ୍ୟାଲେସର ସୁରକ୍ଷାକୁ ତନଖି କରିଛନ୍ତି। ସେହିପରି ପୁଟିନଙ୍କ ପାଇଁ ଏକ ଆର୍ମଡ ଅତ୍ୟାଧନିକ ଲିମୋଜିନ୍ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ରୁଷରୁ ବିମାନ ଯୋଗେ ଏଠାକୁ ଅଣାଯାଇଛି।
ଶୁକ୍ରବାର ପୁଟିନ ରାଜ ଘାଟରେ ଥିବା ମହାତ୍ମା ଗାନ୍ଧି ସ୍ମାରକୀ ପରିଦର୍ଶନ କରିବେ। ପରେ ହାଇଦ୍ରାବାଦ ହାଉସରେ ଆୟୋଜିତ ସମ୍ମିଳନୀରେ ଯୋଗଦେବେ ଓ ଭାରତ ମଣ୍ଡପମର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ଭୋଜିର ଆୟୋଜନ କରୁଛନ୍ତି। ଯେଉଁଥିରେ ଯୋଗଦେବେ ପୁଟିନ ।
Political Storm: ପ୍ରଫୁଲ୍ଲଙ୍କ ଘରୁ ଖଞ୍ଜା ଯାଇଥିବା ଡିନାମାଇଟରେ ଫାଟୁଛି ଭଦ୍ରକ ବିଜେଡି ବନ୍ଧ, ଦଳରୁ ଇସ୍ତଫା ଦେଉଛନ୍ତି ନେତା

Putin in India: ଭାରତରେ ପ୍ରାୟ ୩୦ ଘଣ୍ଟା ରହିବେ ପୁଟିନ, ଦି ମିଷ୍ଟ୍ରି ମ୍ୟାନଙ୍କ ପାଇଁ ସୁରକ୍ଷାର ଅଭେଦ୍ୟ ଦୁର୍ଗ

Tragic Mystery: ରହସ୍ୟରେ ସମ୍ବଲପୁରର ଆଞ୍ଜେଲ୍ ମୃତ୍ୟୁ, ଡ୍ରେନରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

Birupa River Tragedy Triggers Frenzy: ହଇଚଇ ଖେଳାଇଦେଲା ବିରୂପା ଟ୍ରାଜେଡି, ଅଧରାତି ଯାଏଁ ଚାଲିଲା ରେସ୍କ୍ୟୁ ଅପରେସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)