Advertisment

ପୌର ଭୋଟ ଗଣତିର LIVE UPDATE

ପୌର ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ କିଏ ଆଗରେ.. ଆଜି ରାଜ୍ୟରେ

ଅଦ୍ୟତନ ହୋଇଛି
Municipal Election Results 2022

Municipal Election Results 2022

Advertisment

ପୌର ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ କିଏ ଆଗରେ..
ଆଜି ରାଜ୍ୟରେ ୩ଟି ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ୪୭ଟି ପୌରପାଳିକା ଏବଂ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗଣତି ହେଉଛି । ପ୍ରାୟ ୪୦ ଲକ୍ଷରୁ ଅଧିକ ଭୋଟ ଆଜି ଗଣତି ହେବ । EVMରେ ସିଲ୍‌ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ନିର୍ବାଚନ ଫଳାଫଳର ଅପ୍‌ଡେଟ୍‌ ପାଇଁ OTV ଓ OTVKhabar.in ସହ ଯୋଡ଼ି ହୋଇ ରୁହନ୍ତୁ ।

Advertisment
  • Mar 27, 2022 11:45 IST

    ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ

    ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଫୁଟିଲା ପଦ୍ମ। ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କ ଠାରୁ ୧୦୬୪ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି ମୁକେଶ ଅଗ୍ରଓ୍ୱାଲ। ମୋଟ ୧୨ କାଉନସିଲ ମଧ୍ୟରୁ ୧୦ଟି ବିଜେଡି ଖାତାକୁ ଯାଇଥିବା ବେଳେ,ବିଜେପି ୨ଟି ଆସନ ପାଇଛି।

    ଅଧିକ ପଢନ୍ତୁ...

  • Mar 26, 2022 23:15 IST

    ମେୟର ନିର୍ବାଚନରେ ବିଜେଡିର କ୍ଲିନ୍‌ସ୍ୱିପ୍‌

    ତିନିକୁ ତିନି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସବୁଠି ଶଙ୍ଖନାଦ। ସବୁଠି ବିଜେଡି ଦଖଲରେ ମେୟର ଗାଦି। ଇଏ ସେଇ ଖୁସିର ନାଚ, ଶୋଭାଯାତ୍ରା, ଉତ୍ସବ ଦୃଶ୍ୟ ଭୁବନେଶ୍ୱରର। ଏଠି ଦମଦାର ପ୍ରଦର୍ଶନ ସହ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ମୁକୁଟ ପିନ୍ଧିବାକୁ ଯାଉଛନ୍ତି ସାମ୍ବାଦିକାରୁ ପରେ ନେତ୍ରୀ ହୋଇଥିବା ବିଜେଡିର ସୁଲୋଚନା ଦାସ। ତେବେ ରାଜନୀତିରେ ସଂପୂର୍ଣ୍ଣ ନବାଗତା ବିଜେପିର ସୁନୀତି ମୁଣ୍ଡ କଡ଼ା ଟକ୍କର ଦେଇଥିଲେ ବି ବାଜି ମାରିଛନ୍ତି ସୁଲୋଚନା। 

    ଅଧିକ ପଢନ୍ତୁ...

  • Mar 26, 2022 18:47 IST

    ନୂଆପଡାରେ ମାଟି କାମୁଡିଲା ବିଜେଡି; ହୋମ୍ ଟାଉନରେ ହାରିଲେ ସାଂସଦ-ବିଧାୟକ

    ଆଜି ପ୍ରକାଶ ପାଇଛି ପୌର ଭୋଟ ଗଣତିର ଫଳାଫଳ । ନୂଆପଡା ଜିଲ୍ଲାର ୩ଟି ଏନ୍‌ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍‌ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।

    ଅଧିକ ପଢନ୍ତୁ...

  • Mar 26, 2022 18:41 IST

    ପୁଷ୍ପା ନଇଁଲାନି, ପୌର ନିର୍ବାଚନରେ ମାରିନେଲା ବାଜି

  • Mar 26, 2022 15:07 IST

    ବିଜେପି ଖେଳିଲା ବିଜୟର ହୋଲି

  • Mar 26, 2022 15:06 IST

    ଜଗତସିଂହପୁର ଓ ପାରାଦ୍ୱୀପରେ କେମିତି ଅଛି ନିର୍ବଚାନ ଫଳାଫଳ?

  • Mar 26, 2022 14:59 IST

    ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲର

  • Mar 26, 2022 13:37 IST

    ବିଜେଡିକୁ ଜୁନାଗଡ଼ରେ ହରାଇଦେଲା ବିଜେପି

  • Mar 26, 2022 13:36 IST

    ପିପିଲିରେ ବିଜେଡିର ବିଜୟୋତ୍ସବ..

  • Mar 26, 2022 13:12 IST

    ଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍‌

    ଆସିଲା ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

  • Mar 26, 2022 13:04 IST

    ଢେଙ୍କାନାଳରେ ବିଜେପିର ରାଜ...

  • Mar 26, 2022 12:54 IST

    ଭୁବନେଶ୍ୱରରେ କାହିଁକି ବିଳମ୍ବ ହେଲା ଭୋଟ୍ ଗଣତି?

  • Mar 26, 2022 12:53 IST

    ଭୁବନେଶ୍ୱରରେ କିଏ ଅଛି କେତେ ଆଗରେ ?

  • Mar 26, 2022 12:26 IST

    ଭୁବନେଶ୍ୱରରେ କାହିଁକି ବିଳମ୍ବ ହେଲା ଭୋଟ୍ ଗଣତି ?

  • Mar 26, 2022 11:19 IST

    ଧର୍ମଗଡ଼ରେ ଜିତିଲା ବିଜେପି

  • Mar 26, 2022 11:19 IST

    ବରଗଡ଼ର ଗଣତି କେନ୍ଦ୍ରରୁ ଦେଖନ୍ତୁ ଦୃଶ୍ୟ...

  • Mar 26, 2022 11:18 IST

    କଟକରେ ଏବେ କଂଗ୍ରେସ ଆଗୁଆ। ଦେଖନ୍ତୁ ବର୍ତ୍ତମାନର ବଡ଼ ବ୍ରେକିଂ

  • Mar 26, 2022 11:18 IST

    ନବୀନ ବାବୁ ମତେ କୋଟିଏ ଟଙ୍କା ଦିଅ

  • Mar 26, 2022 11:17 IST

    ବ୍ରହ୍ମପରରେ କେମିତି ପ୍ରସ୍ତୁତି ?

  • Mar 26, 2022 11:16 IST

    ୫୭ଟି ସ୍ଥାନରେ ବିଜେଡି ଆଗଆ

  • Mar 26, 2022 11:16 IST

    କଟକରେ ୩ ସ୍ତରୀୟ ଚେକିଂ ବ୍ୟବସ୍ଥା

  • Mar 26, 2022 11:15 IST

    ବ୍ରହ୍ମପୁରରେ ଆରମ୍ଭ ହୋଇଗଲାଣି ଗଣତି। ଦେଖନ୍ତୁ ଗ୍ରାଉଣ୍ଡ୍ ଜିରୋରୁ ଦୃଶ୍ୟ

  • Mar 26, 2022 11:02 IST

    ଢ଼େଙ୍କାନାଳ ମ୍ୟୁନିସିପାଲିଟିରେ କେଉଁ ୱାର୍ଡରେ କିଏ ବିଜୟୀ, ଜାଣନ୍ତୁ..

  • Mar 26, 2022 10:59 IST

    ବାଲେଶ୍ୱରରେ ଗଣତି ପ୍ରକ୍ରିୟା କେମିତି ହେବ? କେଉଁଠି କେମିତି ପଡ଼ିବ ଟେବୁଲ୍? ଜାଣନ୍ତୁ

  • Mar 26, 2022 10:58 IST

    ବୌଦ୍ଧରେ ବିଜୟୀ ପ୍ରାର୍ଥୀ ମୁଣ୍ଡିଆ ମାରି କହିଲେ 'ଦାଦା ଜୁହାର୍'

  • Mar 26, 2022 10:49 IST

    ବଲାଙ୍ଗୀରରେ କିଏ ରହିଛି ଆଗୁଆ ଜାଣନ୍ତୁ

  • Mar 26, 2022 09:40 IST

    ବଲାଙ୍ଗିର ମ୍ୟୁନିସିପାଲିଟିରେ କିଏ ରହିଛି ଆଗୁଆ ଜାଣନ୍ତୁ

  • Mar 26, 2022 09:38 IST

    ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ

  • Mar 26, 2022 09:37 IST

    ଜାଣନ୍ତୁ, ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ କେଉଁ ପାର୍ଟି ଆଗରେ ରହିଛି.

  • Mar 26, 2022 08:58 IST

    ଆସିଲା ପ୍ରାରମ୍ଭିକ ଟ୍ରେଣ୍ତ

  • Mar 26, 2022 08:06 IST

    ପୌର ଭୋଟ୍ ଗଣତି ହେବା ପୂର୍ବରୁ ଭୁବନେଶ୍ୱର ବିଜେବି କଲେଜ୍ ସ୍ଥିତ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ପ୍ରବଳ ଉତ୍ତେଜନା

  • Mar 26, 2022 08:04 IST

    ଆଜି ଆସିବ ପୌର ନିର୍ବାଚନର ଫଳାଫଳ, କାହା ମୁଣ୍ଡରେ ସୁନା କଳସ ?

    ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ମେୟର। କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ଅଧିକ ଜାଣନ୍ତୁ..

  • Mar 26, 2022 07:24 IST

    ଇଭିଏମ୍‌ରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ, ଆଜି ଆସିବ ଫଳାଫଳ

  • Mar 26, 2022 07:17 IST

    କିଏ କେଉଁଠି ଗଢ଼ିବ ସହର ସରକାର ? କେଉଁ ମହାନଗରର କିଏ ହେବେ ମେୟର ?

    ପରୀକ୍ଷା ପରେ ଆଜି ଆସିବ ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଧାମନଗର ଏନ୍ଏସିରେ ଗଣତି ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ଜାଣନ୍ତୁ..

Odisha Municipal Election Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ