• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିଲା ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍‌ରେ ପରାଜିତ କରିଛନ୍ତି ।

ସେହିଭଳି କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ୬୪୬୩ ଭୋଟ୍‌ରେ ପରାଜିତ କରିଛନ୍ତି ।

ସେହିଭଳି କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି ।

ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ ।

ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ ।

ଜୁନାଗଡ଼ ଏନ୍ଏସିରେ ବିଜେପି ବିଜୟୀ । ଜୁନାଗଡ଼ରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ ।

ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ।

ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ବିଜୟୀ ।

ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ ।

ଭୁବନରେ ବିଜେଡିର ଶୁଭେନ୍ଦୁ ସାହୁ ବିଜୟୀ ।

ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା ବିଜୟୀ ।

ଗୋପାଳପୁର ଏନ୍ଏସିରେ ଜେ. ଜାନକୀରାମ ବିଜୟୀ ।

ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ।

ବ୍ୟାସନଗରରେ ବିଜେଡିର ସଂଗୀତା ପିଙ୍ଗୁଆ ବିଜୟୀ ।

ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ ।

କୋଟପାଡ଼ରେ କଂଗ୍ରେସର ଏମ୍. ଶଙ୍କର ରାଓ ବିଜୟୀ

ତେବେ ସାରା ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର NACରେ ଆଜି ଗଣତି ହେଉନାହିଁ । 

ସକାଳ ୧୧.୩୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ସକାଳ ୧୧.୩୦ଟା ସୁଦ୍ଧା ବିଜେଡି ୭୩ଟି ପୌରାଧ୍ୟକ୍ଷ ସିଟ୍‌ରେ ଆଗରେ ରହିଥିବା ବେଳେ ବିଜେପି ୧୮ଟିରେ ଆଗରେ ରହିଛି । ତେବେ କଂଗ୍ରେସ ଖୁବ୍‌ ପଛରେ ରହିଛି । ଦଳ ମାତ୍ର ୬ଟି ପୌରାଧ୍ୟକ୍ଷ ସିଟ୍‌ରେ ଆଗରେ ରହିଛି ।