/odishatv-khabar/media/media_files/2025/11/19/amur-falcon-2025-11-19-16-18-04.jpg)
amur-falcon Photograph: (OTV)
ଆବଶ୍ୟକତା ପଡ଼ିଲେ ଅସମ୍ଭବ କାମ ବି ସମ୍ଭବ କରିହୁଏ । ପକ୍ଷୀଟିଏ ଛୋଟ ହେଲେ ବି ଶୀତରୁ ରକ୍ଷା ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡି ଆସେ । ପୁଣି ଶୀତ ଛାଡ଼ିଗଲେ ନିଜ ଜାଗାକୁ ଫେରିଯାଏ । ଯାହା ପ୍ରକୃତି ପ୍ରେମୀଙ୍କୁ ଖୁବ ଆଶ୍ଚର୍ଯ୍ୟ କରେ । ଶୀତ ଦିନେ ସାଇବେରିଆରୁ ହଜାର ହଜାର ପକ୍ଷୀ ଚିଲିକାକୁ ଉଡିଆସନ୍ତି । ଏଥିପାଇଁ ସେମାନେ ଲଗାତାର ଅନେକ ଦିନ ଧରି ଆକାଶରେ ଉଡନ୍ତି । ଏବେ ଏଭଳି ଏକ ଦୁଃସାହସିକ ଯାତ୍ରା ଚର୍ଚ୍ଚାରେ ରହିଛି ।
୫ଦିନରେ ଛଞ୍ଚାଣ ଉଡ଼ିଲା ୫ହଜାର ୪ଶହ କିମି । 'ଏମୁର ଫାଲକନ୍' ବା ଛଞ୍ଚାଣ ଏଭଳି ଦୁଃସାହସିକ ଯାତ୍ରା କରିଛି । ଏହି ଦୁଃସାହସିକ ଯାତ୍ରାରେ ସାମିଲ ଥିଲେ ତିନି ଛଞ୍ଚାଣ ଯେଉଁମାନଙ୍କ ଶରୀରରେ ଜିପିଏସ ଟ୍ୟାଗ ଲଗାଯାଇଥିଲା । ଏହି ତିନିଟି ଛଞ୍ଚାଣଙ୍କ ମଧ୍ୟରେ ରହିଛି ଗୋଟିଏ ପୁରୁଷ ଛଞ୍ଚାଣ ଯାହାର ନାଁ ଆପାପାଙ୍ଗ, ଅନ୍ୟ ଦୁଇ ମାଈ ଛଞ୍ଚାଣ ଯାହାର ନାଁ 'ଆଲଙ୍ଗ' ଓ 'ଆହୁ' ।
ମଣିପୁରରୁ ଯାତ୍ରା ଆରମ୍ଭ ପୂର୍ବରୁ ଏହି ତିନି ଛଞ୍ଚାଣଙ୍କ ଦେହରେ ବନ୍ୟାପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ଜିପିଏସ ଟ୍ୟାଗ ଲଗାଯାଇଥିଲା । ଏହି ଛଞ୍ଚାଣ ମାନେ ମଣିପୁରରୁ ଯାତ୍ରା ଆରମ୍ଭ କରି ସୋମାଲିଆରେ ପହଞ୍ଚିଛନ୍ତି। ଏହି ତିନି ଛଞ୍ଚାଣ ଅନ୍ୟ ଛଞ୍ଚାଣଙ୍କ ସହ ପୂର୍ବ ଏସିଆର ମଣିପୁର ଓ ନାଗାଲାଣ୍ଡ ଜଙ୍ଗଲରୁ ନିଜର ଉଡାଣ ଯାତ୍ରା ଆରମ୍ଭ କରିଥିଲେ ।
ଏହା ପରେ ଉତ୍ତର ପୂର୍ବାଞ୍ଚଳରେ କିଛି ସମୟ ରହିବା ପରେ ଆଫ୍ରିକା ଅଭିମୁଖେ ନିଜର କ୍ରମାଗତ ଉଡ଼ାଣ ଜାରି ରଖିଥିଲେ। ପୁରୁଷ ଛଞ୍ଚାଣଟି ନିଜ ଯାତ୍ରାକୁ ୫ଦିନରେ ସମାପ୍ତ କରିଥିଲା । ପ୍ରତିଦିନ ପୁରୁଷ ଛଞ୍ଚାଣଟି ପାଖାପାଖି ହଜାରେ କିଲୋମିଟର ଯାତ୍ରା କରୁଥିଲା । ପୁରୁଷ ଛଞ୍ଚାଣ 'ଆପାପାଙ୍ଗ' ଗତକାଲି ପର୍ଯ୍ୟନ୍ତ ୫ହଜାର ୪ଶହ କିମିର ଯାତ୍ରା କରିସାରିଛି। ଏହି ପୁରୁଷ ଛଞ୍ଚାଣର ଓଜନ ରହିଛି ୧୫୦ ଗ୍ରାମ । ସେ ନିଜର ଉଡ଼ାଣ କ୍ଷମତାରେ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।
ଜିପିଏସ ଟ୍ୟାଗ ଖଞ୍ଜା ହେବା ମାତ୍ରେ ଆପାପାଙ୍ଗ ଉଡାଣ ଆରମ୍ଭ କରିଥିଲା । ମାତ୍ର ୭୬ ଘଣ୍ଟାରେ ୩ହଜାରରୁ ଅଧିକ କିମି ଯାତ୍ରା କରିଥିଲା । ବୈଜ୍ଞାନିକ ମାନେ ଏହି ତିନୋଟି ପକ୍ଷୀ ଉପରେ ତୀକ୍ଷ୍ମ ନଜର ରଖିଥିଲେ । କାରଣ ଏମାନେ ପୂର୍ବ ଭାରତର ମଣିପୁର ଜଙ୍ଗଲରୁ ବାହାରି ପୂର୍ବ ଆଫ୍ରିକା ଅଭିମୁଖେ ଯାଇଥିଲେ । ମଝିରେ ପଡ଼ିଥିଲା ଭାରତର କେନ୍ଦ୍ରୀୟ ଭାଗ ସହ ଚ୍ୟାଲେଞ୍ଚପୂର୍ଣ୍ଣ ଆରବ ସାଗର । ଏହାକୁ ପାର କରିବା ବହୁତ କଷ୍ଟସାଧ୍ୟ ଥିଲା । କାରଣ ଏଥିପାଇଁ ଆବଶ୍ୟକ ଅନୁକୂଳ ଜଳବାୟୁ ଓ ପ୍ରଚୁର ଶକ୍ତି । ଏହି ଯାତ୍ରା ବିଷୟରେ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି ଆଇଏଏସ ସୁପ୍ରିୟା ସାହୁ ।
Here is an update - All three satellite-tagged Amur Falcons Apapang (male), Alang (young female) and Ahu (female) are now undertaking their daring Arabian Sea crossing. Apapang has already flown nonstop for 76 hours, covering 3100 km at an average of 1000 km per day, aided by… https://t.co/9ZUV3XcKygpic.twitter.com/QwlyMzfoGl
— Supriya Sahu IAS (@supriyasahuias) November 16, 2025
ପ୍ରତି ନଭେମ୍ବରରେ ଏମୁର ଫାଲକନ୍ ଅନେକ ସଂଖ୍ୟାରେ ରୁଷିଆ, ଚୀନ, କୋରିଆ ଏବଂ ଜାପାନର କିଛି ଅଞ୍ଚଳରେ ଥିବା ନିଜର ପ୍ରଜନନ ସ୍ଥାନ ଛାଡ଼ି ଦକ୍ଷିଣ ଆଫ୍ରିକା ଆଡ଼କୁ ନିଜର ଯାତ୍ରା ଆରମ୍ଭ କରନ୍ତି । ଏହି ଯାତ୍ରାରେ ସେମାନେ ମଝିରେ ଉତ୍ତର-ପୂର୍ବ ଭାରତରେ ବିଶେଷ କରି ମଣିପୁର ଓ ନାଗାଲାଣ୍ଡରେ ଅଟକନ୍ତି ବା ବିଶ୍ରାମ ନିଅନ୍ତି ।
ମାତ୍ର ଦଶ ବର୍ଷ ପୂର୍ବେ ମଣିପୁର, ନାଗାଲାଣ୍ଡ ଓ ଆସାମର ଅନେକ ଅଞ୍ଚଳରେ ଶୀତ ଋତୁରେ ଏହି ପକ୍ଷୀଙ୍କର ଶିକାର ହେଉଥିଲା । ୨୦୧୩ରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା (WII) ନାଗାଲାଣ୍ଡରେ ନିଜର ପ୍ରଥମ ଟ୍ରାକିଂ ପ୍ରୋଜେକ୍ଟ ଆରମ୍ଭ କରିବା ପରେ ଏହି ପରିସ୍ଥିତି ବଦଳିଗଲା।
ମଣିପୁରର ଚିଉଲୁଆନ୍ ଗାଁ ଦିନେ ଏହି ପକ୍ଷୀର ଶିକାରସ୍ଥଳ ଥିଲା । ଆଜି ଏହି ଗାଁ ପକ୍ଷୀମାନଙ୍କୁ ଆଶ୍ରୟ ଦେଉଛି ଏବଂ ଟ୍ୟାଗିଂ ପ୍ରୟାସରେ ମଧ୍ୟ ଭାଗ ନେଉଛି। ଗତ ବର୍ଷ ଏହି ଗାଁକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଥିଲା ଯେତେବେଳେ ଜିପିଏସ ଟ୍ୟାଗ୍ ଲଗାଯାଇଥିବା ଛଞ୍ଚାଣ ‘ଚିଉଲୁଆନ୍ ୨’ ମହାରାଷ୍ଟ୍ରରୁ ଆରବ ସାଗର ପାର କରି ସୋମାଲିଆ ପହଞ୍ଚିଲା, ତା’ପରେ କେନିଆ, ତାଞ୍ଜାନିଆ ଓ ମୋଜାମ୍ବିକ୍ ଦେଇ ଯାଇ ଜୋହାନସବର୍ଗ ପହଞ୍ଚିଥିଲା ।
ପ୍ରଶ୍ନ ଉଠେ ଏତେ ସଂଖ୍ୟକ 'ଏମୁର ଫାଲକନ୍ ଆସାମ, ମଣିପୁର ଓ ନାଗାଲାଣ୍ଡରେ କାହିଁକି ଅଟକନ୍ତି । ଏକ ରିସର୍ଚ୍ଚରେ କୁହାଯାଇଛି କି ଏମାନେ ଖାଉଥିବା ଉଈ ଏଠାରେ ପ୍ରଚୁର ପରିମାଣରେ ମିଳେ । ଯାହାକୁ ଖାଇଲେ ସେମାନଙ୍କୁ ପ୍ରୋଟିନ ମିଳିଥାଏ । ଏବଂ ଏକ ଦୀର୍ଘ ରାସ୍ତା ଉଡିବା ପାଇଁ ଶକ୍ତି ମିଳିଥାଏ ।
Ram Temple Flag Hoisting Ceremony: ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା: ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ

PM-Kisan Installment: ମୋଦି ପଠାଇବେ ଟଙ୍କା: ଉପକୃତ ହେବେ ୯ କୋଟିରୁ ଊର୍ଦ୍ଧ୍ୱ କୃଷକ

PM Narendra Modi: ସତ୍ୟସାଇ ବାବାଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି: ମହାସମାଧି ସ୍ଥଳରେ ପୂଜାର୍ଚ୍ଚନା

New Kansa Selected: ୭୮ତମ ଧନୁଯାତ୍ରାରେ କଂସ ମହାରାଜ ହେବେ ସୁଶିଲ୍: ଦୁଲୁକେଇବେ ମଞ୍ଚ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)