Advertisment

Rise of Jitendra Maharana: କିଚେନ ଗାର୍ଡେନରୁ କମ୍ପାନୀ ମାଲିକ , ଭାଗ୍ୟ ବି ଏମିତି ବଦଳେ

୨୦୨୧ ମସିହାରେ ଜଣେ ମାତ୍ର ଶ୍ରମିକକୁ ନେଇ ଜିଆ ଖତ ଉତ୍ପାଦନ ଆରମ୍ଭ କରିଥିନା ବେଳେ ବର୍ତ୍ତମାନ ସେ ୨୧ ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ଦୈନିକ ରୋଜଗାର ଯୋଗାଇ ପାରିଛନ୍ତି। ତାଙ୍କର ଏହି ଜୈବିକ ଖତ ଛତିଶଗଡ ସମେତ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଭଳି ଅନେକ ଜିଲ୍ଲାକୁ ରପ୍ତାନି ହେଉଛି।

author-image
Manas Ranjan Mohanty
Nabarangapur-Kitchen-Garden

Nabarangapur-Kitchen-Garden Photograph: (OTV)

ଜିତେନ୍ଦ୍ର ମହାରଣା। ଦିନେ କିଚେନ ଗାର୍ଡେନ ପାଇଁ ଜିଆ ଖତ ପ୍ରସ୍ତୁତ କରୁଥିଲେ ଆଉ ଆଜି ନିଜେ ଜୈବିକ ଖତ କମ୍ପାନୀର ମାଲିକ। ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ଆଉ ୨୧ ଜଣଙ୍କୁ ଦୈନିକ ରୋଜଗାର ଯୋଗାଉଛନ୍ତି। ଆଜିକାଲି ରାସାୟନିକ ସାରର ବହୁଳ ବ୍ୟବହାର ହେଉଥିବା ବେଳେ ଅନେକ ଚାଷୀଙ୍କୁ ସଚେତନତା କରି ଜିଆ ଖତ ପ୍ରୟୋଗ କରିବାର ଶିକ୍ଷା ଦେଇ ସଫଳ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ସଦରମୁହକୁମା ଜୟନ୍ତୀ ନଗରର ଏହି ଯୁବ ଉଦ୍ୟୋଗୀ।

Advertisment



୨୦୨୧ ମସିହାରେ ଜଣେ ମାତ୍ର ଶ୍ରମିକକୁ ନେଇ ଜିଆ ଖତ ଉତ୍ପାଦନ ଆରମ୍ଭ କରିଥିନା ବେଳେ ବର୍ତ୍ତମାନ ସେ ୨୧ ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ଦୈନିକ ରୋଜଗାର ଯୋଗାଇ ପାରିଛନ୍ତି। ତାଙ୍କର ଏହି ଜୈବିକ ଖତ ଛତିଶଗଡ ସମେତ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଭଳି ଅନେକ ଜିଲ୍ଲାକୁ ରପ୍ତାନି ହେଉଛି। ଫଳରେ ସେ ବାର୍ଷିକ ୪୦୦ ମାଟ୍ରିକ ଟନ ଜିଆ ଖତ ଉତ୍ପାଦନ କରୁଥିବା ବେଳେ ୩୦ ଲକ୍ଷରୁ ଅଧିକ ଟଙ୍କାର ରୋଜଗାର କରିପାରୁଛନ୍ତି। 

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର ଚାଷୀ ଆସି ତାଙ୍କ ପାଖରୁ ଜିଆଖତ ପ୍ରସ୍ତୁତି ଉପରେ ତାଲିମ ନେଉଛନ୍ତି। ତାଙ୍କ ଠାରୁ ଚାଷୀ ଜିଆଖତ ଆଣି ଜମିରେ ପକାଉଥିବା ବେଳେ ଜମି ଉର୍ବର ହେଉଥିବା କହିଛନ୍ତି। ଶ୍ରମିକମାନେ ଏଠାରେ ଦୈନିକ ରୋଜଗାର ପାଉଥିବାରୁ ତାଙ୍କ ପରିବାର ପ୍ରତିପୋଷଣ ହେଉଥିବା ଶ୍ରମିକମାନେ ଖୁସି ପ୍ରକାଶ କରିଛନ୍ତି.. ଅନ୍ୟପଟେ ଯୁବ ଉଦ୍ୟୋଗୀଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ସ୍ୱାଗତ କରାଯାଇଛି।

ତେବେ ଜିଆ ଖତ ପ୍ରସ୍ତୁତି ପାଇଁ ସେ ୯୦ ପ୍ରତିଶତ ଦେଶୀ ଗାଈ ଗୋବର ଓ ୧୦ ପ୍ରତିଶତ କାଠି କୁଟା ଓ ଶୁଖୁଲା ଡାଳପତ୍ରକୁ କଞ୍ଚାମାଲ ଭାବେ ବ୍ୟବହାର କରନ୍ତି। ପ୍ରଥମେ ସମତୁଲ ସ୍ଥାନରେ ପଲିଥିନ ବେଡ ପକାଯାଏ ଏବଂ ସେହି ବେଡ଼ ଉପରେ ସଂଗ୍ରହ କରିଥିବା କାଟିକୁଟା, ଡାଳପତ୍ର କିମ୍ବା ଚାଷର ବଳକା ଅଂଶ ପକାନ୍ତି। ତା ଉପରେ ଗୋବର ପକାଯାଏ। ଏହା ୮ ରୁ ୧୦ ଦିନ ପରେ ଜିଆ  ଛଡ଼ା ଯାଏ। ଏହା ପରେ ଜିଆ ଖତ ଉତ୍ପାଦିତ ହୋଇଥାଏ।

Advertisment
Advertisment
Related Articles
Advertisment