Advertisment

Amur Falcons' Epic 5,400km Dash: 'ଏମୁର ଫାଲକନ୍'ର ଦୁଃସାହସିକ ଯାତ୍ରା... ଉଡ଼ିଲା ୫ହଜାର ୪ଶହ କିମି

ଛଞ୍ଚାଣ ଉଡ଼ିଲା ୫ହଜାର ୪ଶହ କିମି। ମଣିପୁରରୁ ଯାତ୍ରା ଆରମ୍ଭ କରି ସୋମାଲିଆରେ ପହଞ୍ଚିଲେ ୩ ଛଞ୍ଚାଣ। ଆରବ ସାଗରରେ ନନଷ୍ଟପ୍ ଉଡ଼ିଲେ ୩ ଛଞ୍ଚାଣ। ଏକ୍ସରେ ସୂଚନା ଦେଲେ ଆଇଏଏସ ସୁପ୍ରିୟା ସାହୁ।

author-image
Chinmayee Sahoo
MIGRATED_FALCON

MIGRATED_FALCON Photograph: (OTV)

୫ଦିନରେ ଛଞ୍ଚାଣ ଉଡ଼ିଲା ୫ହଜାର ୪ଶହ କିମି । 'ଏମୁର ଫାଲକନ୍' ବା ଛଞ୍ଚାଣ ଏଭଳି ଦୁଃସାହସିକ ଯାତ୍ରା କରିଛି । ଏହି ଦୁଃସାହସିକ ଯାତ୍ରାରେ ସାମିଲ ଥିଲେ ତିନି ଛଞ୍ଚାଣ । ଏହି ତିନିଟି ଛଞ୍ଚାଣଙ୍କ ମଧ୍ୟରେ ରହିଛି ଗୋଟିଏ ପୁରୁଷ ଛଞ୍ଚାଣ ଯାହାର ନାଁ ଆପାପାଙ୍ଗ, ଅନ୍ୟ ଦୁଇ ମାଈ ଛଞ୍ଚାଣ ଯାହାର ନାଁ 'ଆଲଙ୍ଗ' ଓ 'ଆହୁ' ।

Advertisment

ମଣିପୁରରୁ ଯାତ୍ରା ଆରମ୍ଭ ପୂର୍ବରୁ ଏହି ତିନି ଛଞ୍ଚାଣଙ୍କ ଦେହରେ ବନ୍ୟାପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ଯନ୍ତ୍ରାଂଶ ଖଞ୍ଜା ଯାଇଥିଲା । ଏହି ଛଞ୍ଚାଣ ମାନେ ମଣିପୁରରୁ ଯାତ୍ରା ଆରମ୍ଭ କରି ସୋମାଲିଆରେ ପହଞ୍ଚିଛନ୍ତି। ଏହି ତିନି ଛଞ୍ଚାଣ, ପୂର୍ବ ଏସିଆର ମଣିପୁର ଓ ନାଗାଲାଣ୍ଡ ଜଙ୍ଗଲରୁ ନିଜର ଉଡାଣ ଯାତ୍ରା ଆରମ୍ଭ କରିଥିଲେ ।

ଏହା ପରେ ଉତ୍ତର ପୂର୍ବାଞ୍ଚଳରେ କିଛି ସମୟ ରହିବା ପରେ ଆଫ୍ରିକା ଅଭିମୁଖେ ନିଜର କ୍ରମାଗତ ଉଡ଼ାଣ ଜାରି ରଖିଥିଲେ। ପୁରୁଷ ଛଞ୍ଚାଣଟି ନିଜ ଯାତ୍ରାକୁ ୫ଦିନରେ ସମାପ୍ତ କରିଥିଲା । ଯାହା ପ୍ରତିଦିନ ୧ହଜାର କିମିର ଯାତ୍ରା ରହିଥିଲା । ପୁରୁଷ ଛଞ୍ଚାଣ 'ଆପାପାଙ୍ଗ' ଗତକାଲି ପର୍ଯ୍ୟନ୍ତ ୫ହଜାର ୪ଶହ କିମିର ଯାତ୍ରା କରିସାରିଛି।

Advertisment

ଯେଉଁଥିରେ ସେ ଭାରତର କେନ୍ଦ୍ରୀୟ ଭାଗ ସହ ଚ୍ୟାଲେଞ୍ଚପୂର୍ଣ୍ଣ ଆରବ ସାଗର ରହିଥିଲା। ଏହି ଯାତ୍ରାକୁ ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରକାଶ କରିଛନ୍ତି ଆଇଏଏସ ସୁପ୍ରିୟା ସାହୁ ।

•    ଛଞ୍ଚାଣ ଉଡ଼ିଲା ୫ହଜାର ୪ଶହ କିମି 
•    ୫ଦିନରେ ଛଞ୍ଚାଣ ଉଡ଼ିଲା ୫ହଜାର ୪ଶହ କିମି 
•    'ଏମୁର ଫାଲକନ୍' ବା ଛଞ୍ଚାଣର ଦୁଃସାହସିକ ଯାତ୍ରା 
•    ମଣିପୁରରୁ ଯାତ୍ରା ଆରମ୍ଭ କରି ସୋମାଲିଆରେ ପହଞ୍ଚିଲେ ୩ ଛଞ୍ଚାଣ
•    ୫ଦିନରେ ଯାତ୍ରା ସମାପ୍ତ କଲା ପୁରୁଷ ଛଞ୍ଚାଣ 'ଆପାପାଙ୍ଗ' 
•    ଆରବ ସାଗରରେ ନନଷ୍ଟପ୍ ଉଡ଼ିଲେ ୩ ଛଞ୍ଚାଣ
•    ଏକ୍ସରେ ସୂଚନା ଦେଲେ ଆଇଏଏସ ସୁପ୍ରିୟା ସାହୁ

Arabian Sea
Advertisment
Related Articles
Advertisment