Advertisment

Attack on Iran: ଆକ୍ରମଣ କରିପାରେ ଆମେରିକା, ଇରାନ ଉପରେ ପଡ଼ିବ ପରମାଣୁ ?

ବିମାନବାହୀ ଜାହାଜ ଏବଂ ପରମାଣୁ ଅସ୍ତ୍ର ବହନକାରୀ ଯୁଦ୍ଧବିମାନ ପଠାଇବା ମଧ୍ୟ ଜାରି ରଖିଛି । ତେଣୁ ଇରାନ ଉପରେ ଯେ କୌଣସି ସମୟରେ ଆମେରିକା ଅତର୍କିତ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।

author-image
Tanmay Kumar Mahalik
WAR

WAR Photograph: (OTV)

ବିଶ୍ବ ଦେଖିବ ବିରାଟ ଯୁଦ୍ଧ ! ଆଜି ରାତିରୁ ଆକ୍ରମଣ କରିପାରେ ଆମେରିକା ! ଇରାନ ଉପରେ ପଡ଼ିପାରେ ପରମାଣୁ ! ଯୁଦ୍ଧ ପାଇଁ ସେନା ସଜାଗ, ଟ୍ରିଗର ଉପରେ ଟ୍ରମ୍ପଙ୍କ ହାତ ! ଆମେରିକା ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ମଧ୍ୟପ୍ରାଚ୍ୟକୁ ବହୁ ସଂଖ୍ୟାରେ ସାମରିକ ସରଞ୍ଜାମ ପଠାଉଛି ।

Advertisment

ତା’ ସହ ବିମାନବାହୀ ଜାହାଜ ଏବଂ ପରମାଣୁ ଅସ୍ତ୍ର ବହନକାରୀ ଯୁଦ୍ଧବିମାନ ପଠାଇବା ମଧ୍ୟ ଜାରି ରଖିଛି । ତେଣୁ ଇରାନ ଉପରେ ଯେ କୌଣସି ସମୟରେ ଆମେରିକା ଅତର୍କିତ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଆମେରିକା ପ୍ରତିରକ୍ଷା ବିଭାଗ ଏନେଇ ସୂଚନା ଦେଇଛି । ପେଣ୍ଟାଗନ୍ କହିଛି, ୟୁଏସ୍‌ଏସ୍‌ ଆବ୍ରାହମ୍ ଲିଙ୍କନ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌କୁ ପ୍ରଶାନ୍ତ ମହାସାଗରରୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଛି…. ତା’ ସହିତ ଏକାଧିକ ଏଫ୍‌-୧୫ଇ ଯୁଦ୍ଧବିମାନ ବ୍ରିଟେନରୁ ଜୋର୍ଡାନକୁ ଯାଇଛି…. ଆଗାମୀ ଦିନରେ ଏଫ୍‌-୧୬ ଏବଂ ଏ-୧୦ ଆଟାକ୍ ଏୟାରକ୍ରାଫ୍ଟ ମଧ୍ୟ ଏହି ଅଞ୍ଚଳରେ ମୁତୟନ କରାଯିବ ….  ତେହେରାନ ଉପରେ  ଆମେରିକା ଆଟାକ୍ କରିପାରେ…. ତେଣୁ ଇସ୍ରାଏଲ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଚଳାଇଛି ।

Advertisment

ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛନ୍ତି ଆମେରିକା, ଇସ୍ରାଏଲ ଓ ଇରାନ । କେତେବେଳେ କେଉଁ ସମୟରେ ବି ଆକ୍ରମଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପାଇଁ ଯୁଦ୍ଧ ପ୍ଲାନ୍ କରୁଛନ୍ତି । ତେଣୁ ଇରାନ ଉପରେ ଏହି ଦୁଇ ଦେଶ ଅତର୍କିତ ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି ।

ସେପଟେ ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ଇରାନକୁ ପୁନଃ ପରମାଣୁ ଚେତାବନୀ ଦେବା ସହ ଯୁଦ୍ଧ କଥା ଉଠାଇଛନ୍ତି ଟ୍ରମ୍ପ । ଏଥି ସହିତ ସହିତ ଆମେରିକା ‘ଟ୍ରିଗର ଉପରେ ଆଙ୍ଗୁଠି ରଖିଛି’ ବୋଲି କହିଛନ୍ତି । 

ସେପଟେ ଟ୍ରମ୍ପଙ୍କ ନାଲି ଆଖି ପରେ ଇରାନ ମଧ୍ୟ ପ୍ରତିକ୍ରିୟା ରଖିଛି । ଇରାନ IRGCର କମାଣ୍ଡର ଜେନେରାଲ ମହମ୍ମଦ ପାକପୁର କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ ଭୁଲ ହିସାବ ଦେଉଛନ୍ତି…. ଗାର୍ଡମାନେ ‘ଟ୍ରିଗର ଉପରେ ଆଙ୍ଗୁଠି ରଖିଛନ୍ତି’…. ଯଦି ଧମକ ଦିଆଯାଏ ତେବେ ଦେଶର ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହୁଛନ୍ତି …. ଆମେ ବି ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି କହିଛନ୍ତି IRGCର କମାଣ୍ଡର ଜେନେରାଲ ମହମ୍ମଦ ପାକପୁର ।

War US Attack On Iran US World
Advertisment
Related Articles
Advertisment