Advertisment

How To Check If Hair Fall is Normal: ଆପଣଙ୍କ ଚୁଟି ଝଡୁଛି କି… ଏହା ବଡ଼ ରୋଗର କାରଣ ନୁହେଁ ତ… ଜାଣନ୍ତୁ

ଆପଣଙ୍କର ଯଦି ଚୁଟି ଝଡୁଛି ଆଉ ଆପଣ ଚିନ୍ତାରେ ଅଛନ୍ତି, ଆଉ ଜାଣିବାକୁ ଚାହୁଁଛନ୍ତି ଏହା ସ୍ୱାଭାବିନ ନା କୌଣସି ଶାରିରୀକ ସମସ୍ୟା ପାଇଁ ହେଉଛି, ତେବେ ପୂରା ଖବରଟିକୁ ପଢନ୍ତୁ।

author-image
Pramod Behera
How To Check If Hair Fall is Normal

ଆପଣଙ୍କ ଚୁଟି ଝଡୁଛି କି… ଏହା ବଡ଼ ରୋଗର କାରଣ ନୁହେଁ ତ… Photograph: (OTV)

ସେ ପୁରୁଷ ହେଉ କି ମହିଳା, ଚୁଟି ଉଭୟଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରେ। କିନ୍ତୁ, ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଚୁଟି ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ବର୍ତ୍ତମାନ, ଲୋକମାନେ ପ୍ରାୟତଃ ଏହାକୁ ଦେଖି ଚିନ୍ତାରେ ପଡିଯାଆନ୍ତି। ଯେତେବେଳେ ସେମାନେ ନିଜ ପାନିଆ, ତକିଆ କିମ୍ବା ବାଥରୁମରରେ ଚୁଟି ଦେଖନ୍ତି, ସେତେବେଳେ ଭୟ ଆସିଯାଏ କାଳେ ସେମାନେ ଚନ୍ଦା ହୋଇଯିବେ।

Advertisment

ଯଦିଓ ଚୁଟି ଝଡ଼ିବା ସ୍ୱାଭାବିକ ହୋଇପାରେ, କେତେକ ସମୟରେ ଶରୀରରେ କିଛି ସମସ୍ୟା ନଥାଇ ବି ଅଳ୍ପ ପରିମାଣର ଚୁଟି ଝଡ଼ି ଥାଏ। ତେବେ ଆପଣଙ୍କର ଯଦି ଚୁଟି ଝଡୁଛି ଆଉ ଆପଣ ଚିନ୍ତାରେ ଅଛନ୍ତି, ଆଉ ଜାଣିବାକୁ ଚାହୁଁଛନ୍ତି ଏହା ସ୍ୱାଭାବିନ ନା କୌଣସି ଶାରିରୀକ ସମସ୍ୟା ପାଇଁ ହେଉଛି, ତେବେ ପୂରା ଖବରଟିକୁ ପଢନ୍ତୁ।

ସ୍ୱାଭାବିକ ଚୁଟି ଝଡ଼ିବା:

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ, ଦିନକୁ ୫୦ରୁ ୧୦୦ ଚୁଟି ଝଡ଼ିବା ସମ୍ପୂର୍ଣ୍ଣ ସ୍ୱାଭାବିକ। ଏହା ଏଇଥିପାଇଁ ହୁଏ ଯେ କାରଣ ଆମ ଶରୀର ସବୁଦିନ ନିଜକୁ ନବୀକରଣ କରେ। ଯେପରି ମୃତ କୋଷଗୁଡ଼ିକ ଚର୍ମରୁ ବାହାରି ଯାଏ, ସେହିପରି ମୁଣ୍ଡ ପୁରୁଣା ଚୁଟିକୁ ବାହାର କରି ନୂଆ ଚୁଟି ପାଇଁ ସ୍ଥାନ ସୃଷ୍ଟି କରେ।

Advertisment

ଆମ ମୁଣ୍ଡରେ ପ୍ରାୟ ଏକ ଲକ୍ଷ ହେୟାର ଫଲିକଲ୍ସ(ଚୁଟି ପାଇଁ ଛିଦ୍ର) ଥାଏ ଏବଂ ପ୍ରତ୍ୟେକ ଚୁଟିର ଏକ ଭିନ୍ନ ବୃଦ୍ଧି ଚକ୍ର ଥାଏ। ତେଣୁ, ଦୈନିକ କିଛି ନା କିଛି ଚୁଟି ଝଡ଼ିବା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ଏନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହା ସହିତ, ଅନେକ ସମୟରେ ଅତ୍ୟଧିକ ଚୁଟି ଝଡ଼ିବା ହଠାତ୍ ହୋଇପାରେ। ଏହାକୁ ଟେଲୋଜେନ୍ ଏଫ୍ଲୁଭିୟମ୍ କୁହାଯାଏ। ଏହା ଏକ ପ୍ରକାର ପ୍ରତିକ୍ରିୟାଶୀଳ ଚୁଟି ଝଡ଼ିବା, ଯାହା ସାଧାରଣତଃ ଚାପ କିମ୍ବା ଶାରୀରିକ ପରିବର୍ତ୍ତନ ଯୋଗୁଁ ହୋଇଥାଏ।

ପ୍ରବଳ ଜ୍ୱର, ପ୍ରସବ ପରେ, ହଠାତ୍ ଓଜନ ହ୍ରାସ ଇତ୍ୟାଦି ପରିସ୍ଥିତିରେ ଶକ୍ତି ସଂରକ୍ଷଣ କରିବା ପାଇଁ ଶରୀର ଚୁଟି ବୃଦ୍ଧିକୁ ବନ୍ଦ କରିଦିଏ। ସେହି ସମୟରେ ଚୁଟି ଝଡ଼ି ନଥାଏ, କିନ୍ତୁ ପ୍ରାୟ ୨-୩ ମାସ ପରେ ଅଚାନକ ଏହା ଏକାବେଳେ ଝଡ଼ିବା ଆରମ୍ଭ କରେ। ସବୁଠାରୁ ଭଲ କଥା ହେଉଛି ଯେ ଅଧିକାଂଶ କ୍ଷେତ୍ରରେ ଏହି ଚୁଟି ଝଡ଼ିବା କ୍ଷଣସ୍ଥାୟୀ ଏବଂ ପରେ ଚୁଟି ପୁଣି ବଢ଼ିଥାଏ।

ଅସ୍ୱାଭାବିକ ଚୁଟି ଝଡ଼ିବା:

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ, କିଛି କ୍ଷେତ୍ରରେ ଚୁଟି ଝଡ଼ିବା ଚିନ୍ତାର କାରଣ ହୋଇପାରେ। ଉଦାହରଣ ସ୍ୱରୂପ –

  • ଯଦି ଆପଣ ଆପଣଙ୍କ ମୁଣ୍ଡରେ ଗୋଲ ଦାଗ ଦେଖନ୍ତି କିମ୍ବା ଚୁଟି ଝଡ଼ିବା ସ୍ଥାନ ଚାରିପାଖରେ ଚର୍ମ ଟିକେ ଚିକଣିଆ ଲାଗେ, ତେବେ ଏହା ଆଲୋପେସିଆ ଆରିଆଟା ହୋଇପାରେ।
  • କପାଳ ଚାରିପାଖ ବା ମଥା ଚଉଡା ହେବା ଚିନ୍ତାର କାରଣ ହୋଇପାରେ। ଏହା ଚନ୍ଦାପଣର ଏକ ଲକ୍ଷଣ।
  • ଚୁଟି ଝଡ଼ିବା ସହିତ ମୁଣ୍ଡରେ ଲାଲ ହେବା, ଯନ୍ତ୍ରଣା କିମ୍ବା ଜ୍ୱଳନକୁ ମଧ୍ୟ ଅଣଦେଖା କରିବା ଉଚିତ୍ ନୁହେଁ।
  • ଏସବୁ ବ୍ୟତୀତ, ଯଦି ମୁଣ୍ଡର କୌଣସି ଅଂଶରୁ ଚୁଟି ଝଡୁଛି ଏବଂ ସେଠାରେ ନୂଆ ଚୁଟି ଉଠିପାରୁ ନାହିଁ, ତେବେ ଏହି ଅବସ୍ଥାରେ ଚୁଟି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଦରକାର।
Hair Loss Problems How To Control Hair Fall Health Tips
Advertisment
Advertisment