Advertisment

‘Ama Bus’ Accident Triggers Protest: ବାଇକକୁ ଧକ୍କା ଦେଲା 'ଆମ ବସ୍', ଉତ୍ତ୍ୟକ୍ତ ଲୋକ ଟେକାପଥର ମାଡ଼ କରି ଭାଙ୍ଗିଦେଲେ ୩ଟି ବସ୍

ପୁଣି ‘ଆମ ବସ୍’ ଦୁର୍ଘଟଣା । ଭୁବନେଶ୍ୱର ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ୩ଟି ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ ।

author-image
Tapan Swain
Ama Bus

Ama Bus Photograph: (OTV)

ପୁଣି ‘ଆମ ବସ୍’ ଦୁର୍ଘଟଣା । ଭୁବନେଶ୍ୱର ଜନପଥରେ ବାଇକ୍କୁ ଧକ୍କା ଦେଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ଗୋଟିଏ କି ଦୁଇଟି ୩ଟି ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ ।  ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ଆମ ବସ୍ ଭାଙ୍ଗିଦେଲେ ।  ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର ଓ କଣ୍ଡକ୍ଟର ।  

Advertisment

ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା ।  ଦୁର୍ଘଟଣା ପରେ ପ୍ରଥମେ ଗୋଟିଏ ବସ୍ ଉପରକୁ ଟେକାପଥର ମାଡ଼ କରିଥିଲେ କିଛି ଲୋକ ।  ଏହା ପରେ ସେହି ରୁଟରେ ଆସୁଥିବା ଅନ୍ୟ ଦୁଇଟି ବସକୁ ମଧ୍ୟ ଅଟକାଇ ଭଙ୍ଗାରୁଜା କରିଥିଲେ । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପ୍ରଥମେ ମିୟନ୍ତ୍ରଣ କରିପାରିନଥିଲା । ତେଣୁ ଅଧିକ ଫୋର୍ସ ମଗାଯାଇଥିଲା । 

ଆଦୌ ବରଦାସ୍ତ କରାଯିବନି

ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ବସ୍ ଭଙ୍ଗାରୁଜା ଏହା ଅସାମାଜିକ କାର୍ଯ୍ୟ,  ଏହାକୁ ଆଦୌ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି ।  ଗୁରୁତ୍ବର ସହ ଏହାକୁ ନେଇଛୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ସେ କହିଛନ୍ତି ।  ତାଙ୍କ ମତରେ, ଦୁର୍ଘଟଣା ହେବ, ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି ।  କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କେହି କରି ପାରିବେନି  ।

Advertisment

ଆଜି ସକାଳେ ପୁରୀରେ ‘ଆମ ବସ୍’ ଧକ୍କାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Bus Accident Ama Bus
Advertisment
Related Articles
Advertisment