Advertisment

Wildlife Trafficking Racket Busted: ବାଘଛାଲ ବିକ୍ରି ସମୟରେ ମାଡିବସିଲା ବନବିଭାଗ ଟିମ୍, ୩ ଜଣଙ୍କୁ ଧରିଲା

ଡିଲ ବେଳେ ମୋଟ ତିନି ଜଣକୁ ଧରିଛି ବନବିଭାଗ। ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ଏବଂ ଜଣେ କ୍ରେତା ରହିଥିବା ବେଳେ ମୋଟ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନ ବିଭାଗ ଟିମ।

author-image
Tapan Swain
Tiger Skin

Tiger Skin Photograph: (OTV)

କଲରାପତରିଆ ବାଘ ଛାଲ ଜବତ। ବିକ୍ରି ପାଇଁ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗାଁ ନିକଟରେ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ।  ୫ ଲକ୍ଷ ଟଙ୍କାରେ ହେଉଥିଲା ବାଘ ଛାଲ ଡିଲ।

Advertisment

ବିଶେଷସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଡିଲ ବେଳେ ମୋଟ ତିନି ଜଣକୁ ଧରିଛି ବନବିଭାଗ। ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ଏବଂ ଜଣେ କ୍ରେତା ରହିଥିବା ବେଳେ ମୋଟ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନ ବିଭାଗ ଟିମ। ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ଘଟଣା ଦେଖିବାକୁ ମିଳିଛି । 

ତେଣୁ ଏହି ଘଟଣାକୁ ବନ ବିଭାଗ ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ତଦନ୍ତ କରୁଛି। ତେବେ ବାଘ ଛାଲ କେଉଁଠୁ ଆସିଲା ଏବଂ ବାଘର ବୟସ କେତେ କିଛି ସ୍ପଷ୍ଟ କରାଯାଇନି । ଏନେଇ ବନବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

 ବାଘଛାଲ ଜବତ: ୩ ଗିରଫ

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜରେ ବାଘଛାଲ ଜବତ
ବିକ୍ରି ସମୟରେ ମାଡିବସିଲା ବନବିଭାଗ ଟିମ୍, ୩ ଗିରଫ 

Accused Detained Tiger Skin
Advertisment
Related Articles
Advertisment