Advertisment

‘Modi Hug’ Goes Global: ୱାର୍ଲଡ ଫେମସ୍ 'ମୋଦି ହଗ୍', ପ୍ରତି ଦେଶରେ ମୋଦିଙ୍କ ଅଭିବାଦନ ଶୈଳୀ ଭିନ୍ନ ଭିନ୍ନ

ମୋଦି ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ 'ହଗ୍ ଡିପ୍ଲୋମାସୀ' ତ କେବେ ବିଶ୍ୱ ନେତାମାନଙ୍କ ସହ ଗାଡ଼ିରେ ବସି ବୁଲିବା ଅବତାରରେ ତାଙ୍କୁ ଦେଖିବାକୁ ମିଳିଥାଏ।

author-image
Tapan Swain
PM Modi

PM Modi Photograph: (OTV)

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲିଙ୍ଗନ। ବିଶ୍ୱ ନେତାଙ୍କୁ ମୋଦି ସ୍ୱାଗତ କରିବାର ନିଜସ୍ୱ ଅନ୍ଦାଜ ୱାର୍ଲଡ ଫେମସ୍ ହୋଇଛି। ପିଏମ୍ ମୋଦି କେବଳ ହ୍ୟାଣ୍ଡସେକ୍ କରନ୍ତି ନାହିଁ, ବରଂ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ଆଲିଙ୍ଗନ ବା 'ହଗ୍' କରି ବନ୍ଧୁତ୍ବର ନୂଆ ପରିଭାଷା ସୃଷ୍ଟି କରୁଛନ୍ତି। ଅଲଗା ଅଲଗା ଦେଶରେ ତାଙ୍କର ଅଭିବାଦନ କରିବାର ଶୈଳୀ ଭିନ୍ନ ଭିନ୍ନ।

Advertisment

ମୋଦି ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ 'ହଗ୍ ଡିପ୍ଲୋମାସୀ' ତ କେବେ ବିଶ୍ୱ ନେତାମାନଙ୍କ ସହ ଗାଡ଼ିରେ ବସି ବୁଲିବା ଅବତାରରେ ତାଙ୍କୁ ଦେଖିବାକୁ ମିଳିଥାଏ। ଗତକାଲି ମୋଦି ହଗ ଉପରେ କହି ପିଏମ୍ ମୋଦିଙ୍କୁ ତାରିଫ କରିଥିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ତାଙ୍କୁ ଭାଇ ବୋଲି ବି ସମ୍ବୋଧନ କରିଥିଲେ। ... 

ମଧ୍ୟପ୍ରାଚ୍ୟରେ ପୁରୁଷ ବନ୍ଧୁ କି ସହକର୍ମୀ ପରସ୍ପରକୁ ଆଲିଙ୍ଗନ କରିବା ସହ ଦୁଇ ଗାଲରେ ଚୁମ୍ବନ ଦେବା ସାଧାରଣ ପରମ୍ପରା। ଏଠାରେ କରମର୍ଦ୍ଦନ ଦୀର୍ଘ ସମୟ ଧରି ଚାଲେ। ଆବୁଧାବି ପ୍ରିନ୍ସ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କ ସହ ମୋଦିଙ୍କ ଆଲିଙ୍ଗନ ବେଶ୍ ସ୍ୱାଭାବିକ ରହିଥିଲା। ...

Advertisment

ରୁଷିଆରେ ଲୋକମାନେ ବେଶ ଭାବପ୍ରବଣ। ସେଠି ପ୍ରିୟ ବନ୍ଧୁଙ୍କୁ ଆଲିଙ୍ଗନ କରିବା, ପିଠି ଥାପୁଡ଼େଇବା ଓ ଗାଲରେ ଚୁମ୍ବନ ଦେବା ଶିଷ୍ଟାଚାର। ସେଥିପାଇଁ ପୁତିନ୍ ଓ ମୋଦିଙ୍କ ଭିତରେ ଏହି ନିବିଡ଼ତା ଦେଖିବାକୁ ମିଳିଥିଲା। ...

କିନ୍ତୁ ଆମେରିକାରେ ପୁରୁଷମାନେ ଆଲିଙ୍ଗନ ଅପେକ୍ଷା କରମର୍ଦ୍ଦନକୁ ବେଶୀ ପସନ୍ଦ କରନ୍ତି। ପ୍ରଥମ ସାକ୍ଷାତରେ ଆଲିଙ୍ଗନ କରିବା ସେଠାରେ ଟିକେ ଅସହଜ ଲାଗେ। ମୋଦି ଯେତେବେଳେ ଦୁଇ ହାତ ଧରି ଟ୍ରମ୍ପଙ୍କୁ ଆଲିଙ୍ଗନ କରିଥିଲେ, ସେ ଘାବରେଇ ଯାଇଥିଲେ। କିନ୍ତୁ ପରେ ସେ ଏଥିରେ ଅଭ୍ୟସ୍ତ ହୋଇଯାଇଥିଲେ। ... 

ଏୟାର କିସ କିମ୍ବା ଜୋରରେ ହ୍ୟାଣ୍ଡସେକ୍

ସେପଟେ ଫ୍ରାନ୍ସରେ ଆଲିଙ୍ଗନର ବିଶେଷ ପ୍ରଚଳନ ନାହିଁ। ସେଠି ଲୋକ ଏୟାର କିସ କିମ୍ବା ଜୋରରେ ହ୍ୟାଣ୍ଡସେକ୍ କରନ୍ତି। ତେଣୁ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ମୋଦି ଯେତେବେଳେ ଆଲିଙ୍ଗନ କରିଥିଲେ, ସେ ଟିକେ ଆଶ୍ଚର୍ଯ୍ୟ ହୋଇ 'ସାଇଡ୍ ହଗ୍' ଦେଇଥିଲେ। ...

ଜାପାନରେ ଅଭିବାଦନ ନିୟମ ଟିକେ ଅଲଗା। ଅତିଥି ପରସ୍ପର ଆଗରେ ମୁଣ୍ଡ ନୁଆଁଇବା ପରମ୍ପରା ରହିଛି। ସେଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଯେତେବେଳେ ମୋଦି କୁଣ୍ଢାଇ ଧରିଥିଲେ, ସେ କିଛି ସମୟ ଅପ୍ରସ୍ତୁତ ହୋଇଥିଲେ ଓ ପରେ ହସି ଦେଇଥିଲେ। ...

ମେକ୍ସିକୋର ଲୋକମାନେ ଆଲିଙ୍ଗନ ନେଇ ସେତେଟା ଆଗ୍ରହୀ ନୁହନ୍ତି। ସେମାନେ ଦୂରତା ବଜାୟ ରଖିବାକୁ ପସନ୍ଦ କରନ୍ତି। ତେଣୁ ରାଷ୍ଟ୍ରପତି ଏନରିକେ ପେନା ନିଏଟୋଙ୍କୁ ମୋଦି ଆଲିଙ୍ଗନ କରିବା ସମୟରେ ତାଙ୍କ ଚେହେରାରେ ସାମାନ୍ୟ ଅସହଜତା ଦେଖିବାକୁ ମିଳିଥିଲା। ... 

Narendra Modi PM Modi
Advertisment
Related Articles
Advertisment