/odishatv-khabar/media/media_files/2026/02/26/padmashree-awardee-2026-02-26-17-19-12.jpg)
Padmashree Awardee Photograph: (OTV)
ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ। ୮୦ ବର୍ଷ ବୟସରେ ଆଖି ବୁଜିଲେ ଉତ୍ସବ ଚରଣ ଦାସ। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସିତ ଅବସ୍ଥାରେ ଭୋର୍ ୫ ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘୋଡ଼ାନାଚ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ସେ ସୁନାମ ଅର୍ଜନ କରିଥିଲେ । କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ଉତ୍ସବ ଚରଣ ଦାସ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ତାଙ୍କର ଥିଲା ବିଶେଷ ଅବଦାନ।
ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟ୍ବିଟ କରି ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।
ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ
ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ
୮୦ ବର୍ଷ ବୟସରେ ଭୋର୍ ୫ଟାରେ ଆଖି ବୁଜିଲେ
କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ
ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ବିଶିଷ୍ଟ ଅବଦାନ
Odisha Bhavan in Delhi Gets Foundation Stone: ଦିଲ୍ଲୀରେ ଓଡ଼ିଶା ଭବନର ହେଲା ଶିଳାନ୍ୟାସ, ୪୫ଟି କୋଠରୀ ସହିତ ରହିବ ସୁଇଟ୍ ଏବଂ ଏକ ଆଧୁନିକ ସମ୍ମିଳନୀ କକ୍ଷ

Berhampur Bridge Accident Under Scanner: ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା, ସ୍ପଟରେ ୫ ଜଣିଆ ବୈଷୟିକ ଟିମର ଅନୁଧ୍ୟାନ

Shocking Incident: ଆଖି ବୁଜିଲେ ଚାଷୀ, ମିଲର୍ ଓ ସମ୍ପାଦକକୁ ଦାୟୀ କଲେ ପରିବାର ଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)