/odishatv-khabar/media/media_files/2026/01/20/greenland-2026-01-20-18-15-31.jpg)
greenland Photograph: (OTV)
ପାଗଳ ହୋଇଗଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୋଇଲେ ବସିଲେ ଉଠିଲେ କେବଳ ତାଙ୍କ ଆଖି ଆଗରେ ନାଚୁଛି ଗ୍ରୀନଲ୍ୟାଣ୍ଡ। କିଭଳି ଗ୍ରୀନଲ୍ୟାଣ୍ଡ ଉପରେ କବଜା କରିବେ ତାକୁ ନେଇ ଘାରିଛି ଚିନ୍ତା। ପ୍ରଥମେ ଭେନେଜୁଏଲାରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ କରିଥିଲେ। ଆଉ ଏବେ ସୁରକ୍ଷା ଆଳରେ ଗ୍ରୀନଲ୍ୟାଣ୍ଡକୁ ହାତେଇବାକୁ ଚଳାଇଛନ୍ତି ଚେଷ୍ଟା। ଖାଲି ସେତିକି ନୁହେଁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏକ ଫଟୋ ପୋଷ୍ଟ କରି ଆମେରିକାର ମାନଚିତ୍ରରେ ପରିବର୍ତ୍ତନ କରି ଗ୍ରୀନଲ୍ୟାଣ୍ଡ, କାନାଡା ଓ ଭେନେଜୁଏଲାକୁ ନିଜର ବୋଲି ଦର୍ଶାଇଛନ୍ତି।
କାହିଁକି ବରଫ ଆଚ୍ଛାଦିତ ଗ୍ରୀନଲାଣ୍ଡ କବଜା କରିବାକୁ ଚାହୁଁଛି ଆମେରିକା?
ଗ୍ରୀନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦ୍ୱୀପ, ଯାହା ଡେନମାର୍କର ଏକ ସ୍ୱାୟତ୍ତ ଅଞ୍ଚଳ। ଏହାର ଭୌଗୋଳିକ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆର୍କଟିକ ମହାସାଗର ଏବଂ ଉତ୍ତର ଆଟଲାଣ୍ଟିକ ମଧ୍ୟରେ ଅବସ୍ଥିତ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠି ଲଗାତର ବରଫ ତରଳିବାରେ ଲାଗିଛି। ଫଳରେ ନୂଆ ନୌପଥ ଖୋଲୁଛି, ଯାହା ବାଣିଜ୍ୟ ଏବଂ ସୈନ୍ୟ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଆମେରିକାର ପିଟୁଫିକ ସ୍ପେସ ବେସ୍ (ପୂର୍ବରୁ ଥୁଲ୍ ଏୟାର ବେସ୍) ଏଠାରେ ରହିଛି। କିନ୍ତୁ ଟ୍ରମ୍ପ କହୁଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ପୂର୍ଣ୍ଣ ନିୟନ୍ତ୍ରଣ ଦରକାର, ରୁଷିଆ ତଥା ଚୀନର ଆକ୍ରମଣକୁ ରୋକିବା ପାଇଁ।
ଡୋନାଲ୍ଡ ଟ୍ରମ୍ପ ଯଦିଓ ଜାତୀୟ ସୁରକ୍ଷାର ଯୁକ୍ତି ଦେଉଛନ୍ତି, ତଥାପି ଗ୍ରୀନଲ୍ୟାଣ୍ଡରେ ଏମିତି ଏକ ମୂଲ୍ୟବାନ ସମ୍ପତ୍ତି ଲୁଚି ରାହିଛି ଯାହା ଉପରେ ଆମେରିକା ସମ୍ପୂର୍ଣ୍ଣ ଭାବେ ନିଜ ଅଧିକାର ଜମାଇବାକୁ ଚାହୁଁଛି। ୟୁରୋପୀୟ ଦେଶମାନଙ୍କ ଓ ଉତ୍ତର ଆମେରିକା ମଧ୍ୟରେ ସମୁଦ୍ରୀୟ ରଣନୀତିର ଦୃଷ୍ଟିକୋଣରୁ ଗ୍ରୀନଲ୍ୟାଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅନେକ ବର୍ଷ ଧରି ଆମେରିକୀୟ ସେନା ପିଟଫିକ୍ ଏୟାର ବେସ୍ରେ (ପୂର୍ବରୁ ଥୁଲେ ଏୟାର ବେସ୍) ଡେରା ପକାଇଛି ଏବଂ ସେଠାରୁ ସମଗ୍ର ଅଞ୍ଚଳ ଉପରେ ନଜର ରଖୁଛି।
ସବୁଠାରୁ ବଡ଼ ଆକର୍ଷଣ ହେଉଛି ଗ୍ରୀନଲ୍ୟାଣ୍ଡର ପ୍ରାକୃତିକ ସମ୍ପଦ। ଏଠାକାର ଅଧିକାଂଶ ଅଞ୍ଚଳରରେ ବରଫରେ ଢ଼ାଙ୍କି ହୋଇ ରହିଛି। କିନ୍ତୁ ଯେଉଁ ଅଞ୍ଚଳଗୁଡ଼ିକ ବରଫରୁ ମୁକ୍ତ, ସେଠାରେ ଅନେକ ଦୁର୍ଲଭ ଓ ମୂଲ୍ୟବାନ ଖଣିଜର ବଡ଼ ଭଣ୍ଡାର ରହିଛି। ଏହି ଖଣିଜମାନଙ୍କ ମଧ୍ୟରେ ଟାଇଟାନିୟମ, ରେଡିଅମ, କପର, ଗ୍ରାଫାଇଟ, ନିକେଲ, ନିଓବିୟମ ସହିତ ବହୁ ପରିମାଣର ରେୟର ଅର୍ଥ ମିନରାଲ୍ସ ମଧ୍ୟ ରହିଛି। ଅନୁମାନ କରାଯାଉଛି ଯେ, ଏହି ସମସ୍ତ ଖଣିଜର ପରିମାଣ ଲକ୍ଷ ଲକ୍ଷ ଟନ୍ରେ ହୋଇପାରେ।
ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଗ୍ରୀନଲ୍ୟାଣ୍ଡ ଉପରେ କବଜା କରିବା କିମ୍ବା ଏହାକୁ କିଣିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ଏହି ଉଦ୍ଦେଶ୍ୟରେ ସେ ୟୁରୋପୀୟ ଦେଶମାନଙ୍କ ବିରୋଧରେ ଟାରିଫ୍କୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଗ୍ରୀନଲ୍ୟାଣ୍ଡ ସମ୍ପର୍କିତ କୌଣସି ଡିଲ୍ ସମ୍ପନ୍ନ ନହେଲେ, ଡେନମାର୍କ, ସ୍ୱିଡେନ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡସ୍, ଫିନଲ୍ୟାଣ୍ଡ, ବ୍ରିଟେନ୍ ଓ ନରୱେ ଭଳି ଦେଶମାନଙ୍କ ଉପରେ ଟ୍ରମ୍ପ ଟାରିଫ୍ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏହି ସମସ୍ତ ଦେଶ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର କବଜାକୁ ଘୋର ବିରୋଧ କରୁଛନ୍ତି।
କେଉଁଠି ଅଛି ଗ୍ରୀନଲ୍ୟାଣ୍ଡ?
- ଆର୍କଟିକ୍ ସାଗର ଓ ଉତ୍ତର ଆଟଲାଣ୍ଟିକ୍ ସାଗର ମଧ୍ୟରେ ଅବସ୍ଥିତ ଏକ ଦ୍ୱୀପ ହେଉଛି ଗ୍ରୀନଲ୍ୟାଣ୍ଡ।
- ଗ୍ରୀନଲ୍ୟାଣ୍ଡ କୌଣସି ସ୍ୱାଧୀନ ଦେଶ ନୁହେଁ, ବରଂ ଏହା ଡେନମାର୍କର ଏକ ସ୍ୱାୟତ୍ତ ଅଞ୍ଚଳ।
- ଗ୍ରୀନଲ୍ୟାଣ୍ଡର ସୁରକ୍ଷା ବ୍ୟବସ୍ଥା ଏବଂ ଆବଶ୍ୟକୀୟ ନୀତିଗତ ଦାୟିତ୍ୱ ଡେନମାର୍କ ସରକାରଙ୍କ ଉପରେ ରହିଛି।
- ଗ୍ରୀନଲ୍ୟାଣ୍ଡର ମୋଟ ଜନସଂଖ୍ୟା ମାତ୍ର ୫୭ ହଜାର । ଏହା ଏକ ଅତ୍ୟନ୍ତ ସୁନ୍ଦର ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସ୍ଥାନ।
- ଇନୁଇଟ୍ ସମୁଦାୟର ଲୋକମାନେ ଏଠାରେ ହଜାର ହଜାର ବର୍ଷ ଧରି ବସବାସ କରିଆସୁଛନ୍ତି।
IPS Officer Suspended: ବାତେରାମି କରୁଥିଲେ ଦରବୁଢ଼ା ପୋଲିସ ବାବୁ, ସରକାରେ କଲେ ସସପେଣ୍ଡ୍

Choudwar Jail Under Scrutiny: କଏଦୀ ଫେରାର ମାମଲା, ଜେଲର ଓ ଅଧୀକ୍ଷକଙ୍କୁ ଏକ୍ସପ୍ଲାନେସନ୍ ଚିଠି

China’s Birth Rate Collapse: ଆଉ ଶୁଭୁନି କୁଆଁ କୁଆଁ, ଏଠି ବାହା ହେବାକୁ ଡରୁଛନ୍ତି ଲୋକେ

Smita Prakash on Channel Ban: ଚ୍ୟାନେଲ ବ୍ୟାନ୍ କରିବା ଭୁଲ ନିଷ୍ପତ୍ତି, ମତ ରଖିଲେ ବରିଷ୍ଠ ସାମ୍ୱାଦିକା ସ୍ମିତା ପ୍ରକାଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)