Advertisment

Smita Prakash on Channel Ban: ଚ୍ୟାନେଲ ବ୍ୟାନ୍ କରିବା ଭୁଲ ନିଷ୍ପତ୍ତି, ମତ ରଖିଲେ ବରିଷ୍ଠ ସାମ୍ୱାଦିକା  ସ୍ମିତା ପ୍ରକାଶ

ଓଡ଼ିଶାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଓଟିଭିକୁ ବ୍ୟାନ୍ ନିଷ୍ପତ୍ତିକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି । ସେ ସିଧାସଳଖ କହିଛନ୍ତି ମୋର ମତ ଏଥିରେ ସ୍ପଷ୍ଟ । ଯେଉଁମାନେ ବ୍ୟାନ ନିଷ୍ପତ୍ତି ନେଇଛନ୍ତି ସେମାନେ ଲସ୍ କରୁଛନ୍ତି, ସେମାନେ ମତ ରଖିବା ଦରକାର ।

author-image
Tapan Swain
Foresight

Foresight Photograph: (OTV)

ଓଟିଭି ଫୋରସାଇଟ୍ ୨୦୨୬ରେ ANI ସମ୍ପାଦକ ସ୍ମିତା ପ୍ରକାଶ ତାଙ୍କ ସ୍ପଷ୍ଟ ମତ ରଖିଛନ୍ତି ।  OTV ଏକଜିକ୍ୟୁଟିଭ ଏଡିଟର ରାଧାମାଧବ ମିଶ୍ରଙ୍କ ସହ ବାର୍ତ୍ତାଳପରେ ସେ କହିଛନ୍ତି ଯେ ବର୍ତ୍ତମାନ ରିଜିଓନାଲ ମିଡିଆର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ । ଆମେ ସବୁ ଷ୍ଟେଟ୍ ରନ୍ ମିଡିଆ ଦେଖି ବଡ଼ ହୋଇଛେ । ସେତେବେଳେ ଟିଭି, ରେଡିଓ ସବୁ ସରକାରଙ୍କ ନିୟନ୍ତ୍ରଣରେ ଥିଲା । ଆଜି ସେହି ସ୍ଥିତି ନାହିଁ, ସବୁ କିଛି ବଦଳି ସାରିଛି । 

Advertisment

ନ୍ୟାସନାଲ ମିଡିଆ ଦିଲ୍ଲୀ ଓ ଏହା ସହ ଜଡ଼ିତ ନ୍ୟୁଜ୍କୁ ଫୋକସ୍ କରୁଥିଲେ । ରାଜ୍ୟ ଖବରକୁ ଏତେ ଗୁରୁତ୍ୱ ଦେଉନଥିଲେ ।  ଓଡ଼ିଶାରେ ବାତ୍ୟା ନ ହେଲେ ନ୍ୟାସନାଲ ମିଡିଆ କଭର କରୁ ନ ଥିଲେ ବୋଲି ସେ ତାଙ୍କର ମତ ରଖିଛନ୍ତି ।  

ନେଗେଟିଭ ଖବର ବାରମ୍ବାର ପ୍ରସାରଣ କ୍ଷତିକାରକ

ସେହିପରି ନେଗେଟିଭ ଖବର ପ୍ରସାରଣ ଦିଗ ଉପରେ ନିଜର ଆଭିମୁଖ୍ୟ ସେ ସ୍ପଷ୍ଟ କରିଛନ୍ତି ।  ଗୋଟିଏ ନେଗେଟିଭ ଖବର ବାରମ୍ବାର ପ୍ରସାରଣ କ୍ଷତିକାରକ । ଗୋଟିଏ ସ୍ଥାନକୁ ରେପ୍ କ୍ୟାପିଟାଲ କହିବା ଦ୍ବାରା ଶତ୍ରୁ ଫାଇଦା ଉଠାନ୍ତି । ଦେଶରେ ପୁଞ୍ଜି ନିବେଶ ପାଇଁ ଆସିବାକୁ ଚାହୁଁଥିବା ବ୍ୟକ୍ତି ମୁହଁ ଫେରାନ୍ତି । କିନ୍ତୁ ଲୋକମାନେ ଆଗ ନେଗେଟିଭ ଖବର ଦେଖୁଥିବାର ସେ କହିଛନ୍ତି ।  

Advertisment

ଓଡ଼ିଶାରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଓଟିଭିକୁ ବ୍ୟାନ୍ ନିଷ୍ପତ୍ତିକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି । ସେ ସିଧାସଳଖ କହିଛନ୍ତି ମୋର ମତ ଏଥିରେ ସ୍ପଷ୍ଟ । ଯେଉଁମାନେ ବ୍ୟାନ ନିଷ୍ପତ୍ତି ନେଇଛନ୍ତି ସେମାନେ ଲସ୍ କରୁଛନ୍ତି, ସେମାନେ ମତ ରଖିବା ଦରକାର । ଚ୍ୟାନେଲ ବ୍ୟାନ୍ କରିବା ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି  ସ୍ମିତା ପ୍ରକାଶ ।

OTV Foresight Smita Prakash
Advertisment
Related Articles
Advertisment