/odishatv-khabar/media/media_files/2026/01/20/china-population-2026-01-20-17-10-04.jpg)
China Population Photograph: (OTV)
ଆଉ ଶୁଭୁନି କୁଆଁ କୁଆଁ। ପଡୋଶୀ ଦେଶରେ ଆଉ ଜନ୍ମ ହେଉନାହାନ୍ତି ଶିଶୁ। କମୁଛି ଯୁବପିଢ଼ି ସଂଖ୍ୟା, ବଢ଼ିବାରେ ଲାଗି ବୟସ୍କଙ୍କ ସଂଖ୍ୟା। ଧୀରେ ଧୀରେ ବୁଢ଼ା ହେଉଛି ଡ୍ରାଗନ୍। ଚାଇନାରେ ଲଗାତାର ଖସୁଛି ଜନ୍ମ ହାର। ଫେଲ୍ ମାରୁଛି ସକରାରଙ୍କ ସବୁ ପ୍ଲାନ୍। ନିଜ ଉପରେ ହିଁ ଭାରି ପଡିଛି ନିଜ ଏକ ଶିଶୁ ନୀତି। ଏପରିକି ଲୋକେ ଏଠି ବାହା ହେବାକୁ ବି ଭୟ କରିଲେଣି।
ଦଶନ୍ଧି ଧରି ଏକ ଶିଶୁ ନୀତି ଦ୍ବାରା ଜନସଂଖ୍ୟାକୁ ସିମିତ କରିବା ପରେ ଏବେ ବିପଦରେ ଡ୍ରାଗନ। ଆଉ ନବଜାତ ଏଠି ଜନ୍ମ ନେଉନାହାନ୍ତି। ଏକ ଶିଶୁ ନୀତି ଏଠୁ ଉଠି ସାରିଥିଲେ ମଧ୍ୟ ଏକାଧିକ ଶିଶୁ ଜନ୍ମ କରିବାକୁ ମଙ୍ଗୁ ନାହାନ୍ତି ଦମ୍ପତି। ଫଳରେ ବର୍ଷକରେ ଏଠାକାର ଜନସଂଖ୍ୟା ୪୦ ଲକ୍ଷ ହ୍ରାସ ପାଇଛି।
ବର୍ଷକରେ ୪୦ ଲକ୍ଷ ଖସିଲା ଜନସଂଖ୍ୟା
୨୦୨୫ରେ ଚୀନରେ ଜନ୍ମ ହୋଇଛନ୍ତି ମାତ୍ର ୭୯.୨ ଲକ୍ଷ ଶିଶୁ। ସେହିପରି ୨୦୨୪ରେ ଜନ୍ମ ହୋଇଥିଲେ ୯୫.୪ ଲକ୍ଷ ଶିଶୁ। ୧ ବର୍ଷ ମଧ୍ୟରେ ୧୭ ପ୍ରତିଶତ ଖସିଛି ଜନ୍ମହାର। ୧୯୪୯ ପରଠାରୁ ୨୦୨୩ରେ ଚୀନରେ ଜନ୍ମ ହୋଇଥିଲେ ସବୁଠୁ କମ୍ ଶିଶୁ।
୨୦୨୫ରେ ଚୀନର ଜନସଂଖ୍ୟା ୩୩.୯ ଲକ୍ଷ ହ୍ରାସ ପାଇ ୧.୪୦୪୯ ଅରବରେ ପହଞ୍ଚିଛି। ୨୦୨୪ରେ ଏହି ସଂଖ୍ୟା ୧.୪୦୮୩ ଅରବ ଥିଲା। ୧୯୫୯ରୁ ୧୯୬୧ ଯାଏଁ ଚୀନରେ ପଡିଥିବା ଭୀଷଣ ଅକାଳ ପରେ ୨୦୨୫ରେ ସବୁଠୁ ଅଧିକ ଜନସଂଖ୍ୟା ହ୍ରାସ ପାଇଛି। ସେହିପରି ଗତ ବର୍ଷ ପ୍ରାୟ ୧.୧୩ କୋଟି ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ଗତ ୫ ଦଶକ ମଧ୍ୟରେ ସବୁଠାରୁ ଅଧିକ।
ଚୀନରେ ବଢ଼ୁଛି ବୃଦ୍ଧଙ୍କ ସଂଖ୍ୟା
ଚୀନରେ ଏବେ ବୃଦ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୪ ଶେଷ ସୁଦ୍ଧା ଚୀନରେ ୬୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩୧ କୋଟିରେ ପହଞ୍ଚିଛି। ପୂର୍ବାନୁମାନ ଅନୁଯାୟୀ, ୨୦୩୫ ସୁଦ୍ଧା ଏହି ବୟସର ଲୋକଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ ହେବ।
ଚୀନ ସରକାରଙ୍କ ଏକ ସନ୍ତାନ ଜନ୍ମ ନୀତି ପାଇଁ ଜନସଂଖ୍ୟା ସଙ୍କଟ ସୃଷ୍ଟି ହୋଇଛି। ଏହାର ଏଡାଇବା ପାଇଁ ସରକାର ଯେତେ ଚେଷ୍ଟା କଲେବି କିଛି ସୁଫଳ ମିଳୁନି। ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି।
ସୂଚନାନୁଯାୟୀ, ଚୀନ ସରକାର ୨୦୧୬ରେ ଏକ ସନ୍ତାନ ନୀତି ସମାପ୍ତ କରି ଦୁଇଟି ସନ୍ତାନ ଜନ୍ମ କରିବାକୁ କହିଥିଲେ। ହେଲେ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଥିପାଇଁ ୨୦୨୧ରେ ଜନସଂଖ୍ୟା ନୀତିରେ ସଂଶୋଧନ କରାଯାଇଥିଲା। ଏହି ନୀତି ଅନୁଯାୟୀ, ସରକାର ୩ଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦେଇଥିଲେ।
First Phase of Census : ପ୍ରକାଶ ପାଇଲା ବିଜ୍ଞପ୍ତି, ଏଇ ମାସରୁ ଜନଗଣନା ଆରମ୍ଭ

‘Private Moment’ Video Triggers Action: 'ବ୍ୟକ୍ତିଗତ ମୁହୂର୍ତ୍ତ'ର ଭିଡିଓ ଭାଇରାଲ ହେବା ପରେ ଡିଜିପି ରାଙ୍କ ଅଧିକାରୀ ନିଲମ୍ବିତ, ସରକାର ନିନ୍ଦିତ

Brutal Murder: ତାନ୍ତ୍ରିକ ମାଗିଲା ମଣିଷ ବଳି, ୩ ସାଙ୍ଗ ମିଶି ଅଟୋ ଡ୍ରାଇଭରକୁ ମାରି ଜାଳିଦେଲେ

Man Dies After DJ Noise: ବଜାରରେ ବାଜିଲା ଡିଜେ, ଟଳିପଡ଼ିଲେ ଯୁବକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)