Advertisment

Choudwar Jail Under Scrutiny: କଏଦୀ ଫେରାର ମାମଲା, ଜେଲର ଓ ଅଧୀକ୍ଷକଙ୍କୁ ଏକ୍ସପ୍ଲାନେସନ୍ ଚିଠି

ଚୌଦ୍ବାର ଜେଲ ପୂର୍ବତନ ଜେଲର ଓ ଅଧୀକ୍ଷକଙ୍କ କଳି ନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଛନ୍ତି ଜେଲ DIG ବୀରେନ୍ ସାହୁ। ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ explanation ମଗାଯାଇଛି ।

author-image
Madhupriya Mistry
Prisoner

Prisoner Photograph: (OTV)

ଚୌଦ୍ବାର ଜେଲ ପୂର୍ବତନ ଜେଲର ଓ ଅଧୀକ୍ଷକଙ୍କ କଳି ନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଛନ୍ତି ଜେଲ DIG ବୀରେନ୍ ସାହୁ। ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ explanation ମଗାଯାଇଛି । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିବା ସହ ଜେଲ ବିଭାଗକୁ ରିପୋର୍ଟ ମାଗିଛନ୍ତି ବୋଲି କହିଛନ୍ତି।

Advertisment

ସେପଟେ ଜେଲରୁ କଏଦୀ ଚମ୍ପଟ ସହ ଅବାଧ ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ  ଜେଲରେ AI କ୍ୟାମେରା ଲାଗିବ ବୋଲି କହିଛନ୍ତି। କୌଣସି କଏଦୀ ଚମ୍ପଟ ମାରିବା ପାଇଁ ଉଦ୍ୟମ କଲେ ଅଟୋମେଟିକ୍ ଭାବେ ବାଜିବ ସାଇରନ। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଏହି AI କ୍ୟାମେରା ଲାଗିବ।

ଦ୍ବିତୀୟ ପର୍ଯ୍ୟାୟରେ ୪ଟି ବଡ ଜେଲ-  ଚୌଦ୍ବାର ସର୍କଲ ଜେଲ,  ଭୁବନେଶ୍ବର ଝାରପଡ ଜେଲ, ବ୍ରହ୍ମପୁର ସ୍ପେଶାଲ ଜେଲ ଓ ସମ୍ବଲପୁର ଜେଲରେ AI କ୍ୟାମେରା ଲାଗିବା ପାଇଁ ସ୍ଥିର ହୋଇଛି ବୋଲି ଜେଲ DIG କହିଛନ୍ତି । 

Advertisment
Choudwar Jail Prisoner Escapes From Jail
Advertisment
Related Articles
Advertisment