/odishatv-khabar/media/media_files/2026/01/04/venezuela-2026-01-04-11-07-59.jpg)
Venezuela Photograph: (OTV)
ଭେନେଜୁଏଲାକୁ ଆମେରିକା ଦଖଲକୁ ନେବା ପରେ ଡେଲ୍ସି ରୋଡ୍ରିଗେଜ ହେଲେ ଅନ୍ତରୀଣ ରାଷ୍ଟ୍ରପତି । ଡେଲ୍ସି ରୋଡ୍ରିଗେଜଙ୍କ ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି। ସେ ୨୦୧୮ରୁ ଭେନେଜୁଏଲାର ଉପରାଷ୍ଟ୍ରପତି ଅଛନ୍ତି। ଏହା ପୂର୍ବରୁ ସେ ବିଦେଶ ମନ୍ତ୍ରୀ ଓ ସଂଚାର ମନ୍ତ୍ରୀ ଭାବେ କାମ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ୍ ଓ ମାଦୁରୋଙ୍କ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଛନ୍ତି।
ସେପଟେ ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ ପରେ ପ୍ରଥମ ସମ୍ବୋଧନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭେନେଜୁଏଲା ଏବେ ଆମ ନିୟନ୍ତ୍ରଣରେ ରହିଛି । ଆମେ ଭେନେଜୁଏଲାକୁ ଚଳାଇବୁ। ଭେନେଜୁଏଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ସର୍ବାଙ୍ଗୀନ ଉନ୍ନତି ସହ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରିବୁ। ଆମେରିକାର ତୈଳ କଂପାନୀ ଏବେ ଭେନେଜୁଏଲା ଯିବ।
ଟ୍ରମ୍ପ କହିଛନ୍ତି, ଭେନେଜୁଏଲାର ଏକଛତ୍ରବାଦୀ ନେତା ଥିଲେ ନିକୋଲାସ ମାଦୁରୋ। ଉଭୟ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଆମେରିକା। ଆମେରିକୀୟ କୋର୍ଟରେ ଦୁହିଁଙ୍କ ବିରୋଧରେ ମାମଲା ଚାଲିବ। ଏକଛତ୍ରବାଦୀ ମାଦୁରୋଙ୍କୁ ହଟାଇବାକୁ ଆମେରିକା ଏହି ଅପରେସନ୍ କରିଥିଲା। ଆମ ସୈନ୍ୟ ସଫଳ ଅପରେସନ କରିଛନ୍ତି ।
ସେ ଆହୁରି କହିଛନ୍ତି, ଆମେ ଯାହା କରି ଦେଖାଇଲୁ ତାହା ଅନ୍ୟ କୌଣସି ଦେଶ କରି ପାରିବେନି। ନାର୍କୋ ଟେରରିଜିମର କିଙ୍ଗପିନ୍ ଥିଲେ ମାଦୁରୋ । ସମୁଦ୍ର ପଥରେ ଆସୁଥିବା ୯୭% ଡ୍ରଗ୍ସକୁ ନଷ୍ଟ କରାଯାଇପାରିଛି । ସେପଟେ ଆମେରିକା ଆକ୍ରମଣକୁ ଋଷ, ଇରାନ ସମେତ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି ।
ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବଳପୂର୍ବକ ଦେଶରୁ ହଟାଇ ଗିରଫ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ଋଷ୍ । ଆମେରିକା ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଥିବାରୁ ଏହାକୁ ଜାତିସଂଘ ବିରୋଧ କରିବାକୁ ଦାବି ହୋଇଛି ।
Patha Utsav Street Festival: ଶୀତୁଆ ସକାଳରେ ରାଜରାସ୍ତାରେ ମଉଜ, ଜମିଲା ପଥଉତ୍ସବ

Odisha's Talcher tops AQI list: ତାଳଚେର ପାଇଁ ପ୍ରଦୂଷଣ କଟକଣା, ୬ରୁ ୧୦ ସମସ୍ତ ନିର୍ମାଣ ବନ୍ଦ

Bike Falls 25 Feet: ୨୫ ଫୁଟ ତଳକୁ ଖସିଲା ବାଇକ୍, ଚାଳକଙ୍କ ମୃତ୍ୟୁ

India Advises Against Venezuela Trips: ଭାରତୀୟଙ୍କୁ ଭେନେଜୁଏଲା ଯିବାକୁ ବାରଣ କଲା MEA, ଜରୁରୀକାଳୀନ ନମ୍ବର ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)