Advertisment

Odisha's Talcher tops AQI list: ତାଳଚେର ପାଇଁ ପ୍ରଦୂଷଣ କଟକଣା, ୬ରୁ ୧୦ ସମସ୍ତ ନିର୍ମାଣ ବନ୍ଦ

ଗ୍ରାପ ଷ୍ଟେଜ୍ -୨ ଗାଇଡଲାଇନ ଅନୁସାରେ ଅନେକ କଟକଣା। ତାଳଚେର ପୌରାଞ୍ଚଳ ପାଇଁ ଜାରି ହେଲା କଡ଼ା ଗାଇଡଲାଇନ। ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ।

author-image
Chinmayee Sahoo
TALCHER-POLLUTION

TALCHER-POLLUTION Photograph: (OTV)

ବାୟୁ ପ୍ରଦୂଷଣରେ ସାରା ଦେଶରେ ତାଳଚେର ସହର ଏକ ନମ୍ବର ହେବା ପରେ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ। ପ୍ରଦୂଷଣ ମୁକାବିଲା ପାଇଁ ତାଳଚେରରେ ଲାଗିଲା ୭ ଦିନିଆ କଟକଣା। GRAP ଷ୍ଟେଜ୍-୨ ଗାଇଡ୍ ଲାଇନ୍ ଅନୁସାରେ କଟକଣା ଲାଗିଛି। 

Advertisment

ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ବନ୍ଦ ରହିବ ସମସ୍ତ ନିର୍ମାଣ। ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI ଓ MCLକୁ ପରାମର୍ଶ ଦିଆଯାଇଛି। ତାଳଚେର ସହର ଭିତରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ଭାରୀ ଯାନ ପ୍ରବେଶ। ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ସମ୍ପୂର୍ଣ୍ଣ ମନା। 

କୋଇଲା ଓ ପାଉଁଶ ଟ୍ରକ୍ ଉପରେ କଟକଣା ପାଇଁ ଉପଜିଲ୍ଲାପାଳ ଓ RTOକୁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ପାଇଁ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ, ପୌରପାଳିକା, କାର୍ଯ୍ୟନିର୍ବାହୀ ସଂସ୍ଥା ଓ RTOକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅନୁଗୋଳ ଜିଲ୍ଲାପାଳ। 

Advertisment

ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରପ ସ୍ତରରେ ପହଞ୍ଚିଥିଲା। ଏହି ୬ ସହର ମଧ୍ୟରେ ଓଡି଼ଶାର ୪ଟି ସହର ରହିଥିଲା। ୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୯ ଏକ୍ୟୁଆଇ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ଅନୁଗୁଳ। 

ସେହିପରି ୩୨୪ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ତାଲିକାରେ ରହିଥିଲା। କଟକରେ AQI ୩୦୪ ଓ ଭୁବନେଶ୍ବରର AQI ରହିଥିଲା ୩୦୨।

ତାଳଚେର ପାଇଁ ପ୍ରଦୂଷଣ କଟକଣା
ଗ୍ରାପ ଷ୍ଟେଜ୍ -୨ ଗାଇଡଲାଇନ ଅନୁସାରେ ଅନେକ କଟକଣା
ତାଳଚେର ପୌରାଞ୍ଚଳ ପାଇଁ ଜାରି ହେଲା କଡ଼ା ଗାଇଡଲାଇନ
ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ
ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପରାମର୍ଶ
ପୌରପାଳିକା, NHAI, MCLକୁ ପାଣି ସିଞ୍ଚନ ପରାମର୍ଶ
ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ
ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ସମ୍ପୂର୍ଣ୍ଣ ମନା
କୋଇଲା ଓ ପାଉଁଶ ଟ୍ରକ୍ ଉପରେ କଟକଣା ପାଇଁ ଉପଜିଲ୍ଲାପାଳ ଓ RTOକୁ ନିର୍ଦ୍ଦେଶ
ଆସନ୍ତା ୭ ଦିନ ପାଇଁ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ
ପୋଲିସ, ପୌରପାଳିକା, କାର୍ଯ୍ୟନିର୍ବାହୀ ସଂସ୍ଥା, RTOକୁ ନିର୍ଦ୍ଦେଶ
ଆଜି ୩୫୫ AQI ସହ ଦେଶର ସବୁଠୁ ପ୍ରଦୂଷିତ ସହର ଥିଲା ତାଳଚେର

Talcher
Advertisment
Related Articles
Advertisment