Advertisment

Hyva Hits Sub-Collector’s Car: ବେଆଇନ ବାଲି ହାଇୱା ଧକ୍କା, ଅଳ୍ପକେ ବର୍ତ୍ତିଲେ ଉପ-ଜିଲ୍ଲାପାଳ

ଉପ-ଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା। ବରଗଡ ଜିଲ୍ଲା ପଦ୍ମପୁରରେ ଏକ ବାଲି ବୋଝେଇ ହାଇୱା ଉପ-ଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା। ଅଳ୍ପକେ ବର୍ତିଗଲେ ଉପ ଜିଲ୍ଲାପାଳ ସ୍ନେହା ଅର୍ଗୁଲା।

author-image
Pramod Behera
Hyva Hits Sub-Collector Car

ବେଆଇନ ବାଲି ହାଇୱା ଧକ୍କା Photograph: (OTV)

ଉପ-ଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା। ବରଗଡ ଜିଲ୍ଲା ପଦ୍ମପୁରରେ ଏକ ବାଲି ବୋଝେଇ ହାଇୱା ଉପ-ଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା। ଅଳ୍ପକେ ବର୍ତିଗଲେ ଉପ ଜିଲ୍ଲାପାଳ ସ୍ନେହା ଅର୍ଗୁଲା। ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରିଛି ଜଗଦଳପୁର୍ ପୋଲିସ୍।

Advertisment

ତେବେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। କେଉଁ ପରିସ୍ଥିତିରେ ଉପ ଜିଲ୍ଲାପାଳଙ୍କ ଗାଡ଼ିକୁ ହାଇୱା ଧକ୍କା ଦେଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍। 

ଅନ୍ୟପଟେ ଏହି ଘଟଣାରେ ମାଇନିଂ ବିଭାଗ ମଧ୍ୟ ମାମଲା ରୁଜ୍ଜୁ କରି ଉକ୍ତ ହାଇୱା ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡିଛି l ଏହି ଘଟଣାକୁ ନେଇ ଉପଜିଲ୍ଲାପାଳ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l

Advertisment
Bargarh Sub Collector Accident
Advertisment
Advertisment