/odishatv-khabar/media/media_files/2026/01/04/venezuela-attack-2026-01-04-13-14-09.jpg)
Venezuela-Attack Photograph: (OTV)
ଭେନେଜୁଏଲା ଉପରେ ଆମେରିକା କରିଛି ବଡ ଏୟାରଷ୍ଟ୍ରାଇକ୍। ରାଜଧାନୀ କାରାକସର ୭ଟି ସ୍ଥାନରେ ମିସାଇଲ ମାଡ଼ କରିଛି ଆମେରିକା। ଏପରିକି ଆକ୍ରମଣ ପରେ ଦେଶ ଛାଡ଼ି ପଳାୟନ କରୁଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୋରୋଙ୍କ ସହ ତାଙ୍କ ପତ୍ନୀଙ୍କୁ USA ସେନା ଦ୍ୱାରା ଅଟକ ରଖାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ସ୍ପଷ୍ଟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଶୁକ୍ରବାର ରାତିରେ ସ୍ଥାନୀୟ ସମୟ ପ୍ରାୟ ୨ ଟା ସମୟରେ USA ଏୟାରଫୋର୍ସ ଦ୍ୱାରା ଭେନେଜୁଏଲାର ୭ଟି ସ୍ଥାନରେ ବୋମାମାଡ଼ କରାଯାଇଛି। ଆକ୍ରମଣ ସମୟରେ ସହରର ବିଭିନ୍ନ ସ୍ଥାନରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ସହରର ଦକ୍ଷିଣ ଭାଗରେ, ଏକ ପ୍ରମୁଖ ସାମରିକ ଘାଟି ନିକଟରେ ମଧ୍ୟ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା।
ରାଜଧାନୀ କାରାକାସରେ ବିସ୍ଫୋରଣ ପରେ, ବିଭିନ୍ନ ଅଞ୍ଚଳର ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। କିଛି ଲୋକଙ୍କୁ କାରାକାସ ଛାଡିବା ମଧ୍ୟ ଦେଖାଯାଇଥିଲା। ପୂର୍ବରୁ, ଭେନେଜୁଏଲା ପାଞ୍ଚ ଜଣ ଆମେରିକୀୟ ନାଗରିକଙ୍କୁ ଗିରଫ କରିଥିଲା, ଯାହା ଆମେରିକାକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରେରଣା ଦେଇଥିଲା।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଆକ୍ରମଣ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଆଉ ଆଜି ତାହା କରି ଦେଖାଇଲେ। ତେବେ ଆକ୍ରମଣ ପରେ, ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭେନେଜୁଏଲା ସରକାର ଆମେରିକା ଉପରେ ସାଧାରଣ ନାଗରିକ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରିଛି।
କାରାକାସ ଏବଂ ମିରାଣ୍ଡା, ଆରାଗୁଆ ଏବଂ ଲାଗୁଆଇରା ରାଜ୍ୟର ନାଗରିକ ଏବଂ ସାମରିକ ଅଞ୍ଚଳ ଉପରେ କରାଯାଇଥିବା କଠୋର ସାମରିକ ଆକ୍ରମଣକୁ ନିନ୍ଦା କରିଛି। ଏହି କାର୍ଯ୍ୟ ଜାତିସଂଘ ଚାର୍ଟରର ଏକ ଗୁରୁତର ଉଲ୍ଲଂଘନ ବୋଲି କହିଛି ଭେନଜୁଏଲା।
ତେବେ ଗତ ୩ମାସ ହେଲା ଭେନେଜୁଆଲାର ଡ୍ରଗ୍ ବୋଟ୍କୁ ଟାର୍ଗେଟ୍ କରୁଥିଲା ଆମେରିକା। ଏପରିକି ଟ୍ରଂପ୍ ଙ୍କ ଆରୋପ ଥିଲା ଭେନେଜୁଆଲା ହେଉଛି ନିଶା ଦ୍ରବ୍ୟ ଓ ତୈଳ ସ୍ମଗଲିଂର ହବ୍। ଏପରିକି ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାର ଉପରେ ଆମେରିକାର ଆଖି ରହିଛି। ଏହାସହ ଚୀନ୍, ରୁଷ୍ ଓ ଇରାନ୍ ସହ ଭେନେଜୁଏଲାର ସଂପର୍କକୁ ସହିପାରୁନି ଆମେରିକା। ତେଣୁ ଏପରି ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି ।
Brutal Murder: ବୀଭତ୍ସ ହତ୍ୟାକାଣ୍ଡ; ଦାଦାର ଶାବଳ ମାଡରେ ପୁତୁରା ମୃତ, ଆଉ ୨ ଗୁରୁତର

Bank of India Recruitment: ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ପାଖେଇ ଆସୁଛି ଶେଷ ତାରିଖ; ଜାଣନ୍ତୁ କେମିତି କରିବେ ଆବେଦନ

Most-Wanted Naxal Leader Killed: ପୁଣି ବଡ଼ଧରଣର ମାଓ ଅପରେସନ, ଟଳିଲା ଟପ୍ ନକ୍ସଲ ନେତା ସଚିନ ମଙ୍ଗୁଡୁ

Vigilance Arrests CRRI Police Station's IIC: ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଘରୁ ବାହାରିଲାଣି ଲକ୍ଷାଧିକ ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)