/odishatv-khabar/media/media_files/2026/01/04/murder-case-2026-01-04-12-45-33.jpg)
Murder Case Photograph: (OTV)
କେନ୍ଦ୍ରାପଡା ସଦର ଥାନା ନରିଲୋ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ l ଦାଦାର ଶାବଳ ମାଡରେ ପୁତୁରା ମୃତ l ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି l ଜମିବାଡି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l
ଜମିବାଡି ବିବାଦକୁ କେନ୍ଦ୍ର କରି ଶନିବାର ସନ୍ଧ୍ୟାରେ ରାଜକିଶୋର ଓଝା ତାଙ୍କ ପୁତୁରା ଉପେନ୍ଦ୍ରଙ୍କ ସହିତ ଝଗଡ଼ା କରିଥିଲେ l ଧୀରେ ଧୀରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା l ରାଜକିଶୋର, ତାଙ୍କ ସ୍ତ୍ରୀ ଓ ପୁଅ ସଂଘବଦ୍ଧ ଭାବେ ଉପେନ୍ଦ୍ରଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ l
ପୁତୁରା ଉପେନ୍ଦ୍ର, ତାଙ୍କ ମା ସଂଯୁକ୍ତା ଓ ବାପା ସରୋଜକାନ୍ତ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ l ତେବେ ବିଳମ୍ବିତ ରାତିରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଛି l ପୋଲିସ ଅଭିଯୁକ୍ତ ଦାଦା ରାଜକିଶୋରଙ୍କ ପୁଅ ଉମାକାନ୍ତଙ୍କୁ ଅଟକ ରଖିଛି l
ଦାଦାର ଶାବଳ ମାଡରେ ପୁତୁରା ମୃତ
କେନ୍ଦ୍ରାପଡ଼ା ନରିଲୋ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ
ଦାଦାର ଶାବଳ ମାଡରେ ପୁତୁରା ମୃତ, ୨ ଗୁରୁତର
ଭାଇ ଓ ଭାଉଜ ଗୁରୁତର, କଟକ SCB ସ୍ଥାନାନ୍ତର
ଅଭିଯୁକ୍ତ ଦାଦା ରାଜକିଶୋରଙ୍କ ପୁଅ ଥାନାରେ ଅଟକ
ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା
Bank of India Recruitment: ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ପାଖେଇ ଆସୁଛି ଶେଷ ତାରିଖ; ଜାଣନ୍ତୁ କେମିତି କରିବେ ଆବେଦନ

Most-Wanted Naxal Leader Killed: ପୁଣି ବଡ଼ଧରଣର ମାଓ ଅପରେସନ, ଟଳିଲା ଟପ୍ ନକ୍ସଲ ନେତା ସଚିନ ମଙ୍ଗୁଡୁ

Vigilance Arrests CRRI Police Station's IIC: ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଘରୁ ବାହାରିଲାଣି ଲକ୍ଷାଧିକ ଟଙ୍କା

Delcy Rodriguez Venezuela's Interim President: ଭେନେଜୁଏଲା ଦାୟିତ୍ବରେ ଡେଲ୍ସି ରୋଡ୍ରିଗେଜ, ଅନ୍ତରୀଣ ରାଷ୍ଟ୍ରପତି ଭାବେ ନିଯୁକ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)