Advertisment

Iran confirms Khamenei killed: ମଧ୍ୟପ୍ରାଚ୍ୟ ଅଶାନ୍ତ; ଭୟଙ୍କର ବିମାନ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ। ଆମେରିକା-ଇସ୍ରାଏଲ ପକ୍ଷରୁ କରାଯାଇଥିବା ଆକ୍ରମଣରେ ମୃତ୍ୟୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗଣମାଧ୍ୟମକୁ ସୂଚନା।

author-image
Chinmayee Sahoo
Ayatollah Ali Khamenei

Ayatollah Ali Khamenei Photograph: (OTV)

ମଧ୍ୟପ୍ରାଚ୍ୟରୁ ବଡ଼ ଖବର। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ । ଆମେରିକା-ଇସ୍ରାଏଲ ପକ୍ଷରୁ କରାଯାଇଥିବା ଭୟଙ୍କର ବିମାନ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ଘଟିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି। 

Advertisment

ଟ୍ରମ୍ପ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଥିଲା ଏବଂ ଏଥିରେ ଖାମେନେଇଙ୍କ ସମେତ ଅନେକ ଶୀର୍ଷ ନେତା ମୂଳପୋଛ ହୋଇଯାଇଛନ୍ତି। ଇତିହାସର ସବୁଠାରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଜଣେ, ଖାମେନେଇଙ୍କ ମୃତ୍ୟୁ ଘଟିଛି। 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ କହିଛନ୍ତି, ଏହି ଆକ୍ରମଣରେ ଖେମିନିଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଇସ୍ରାଏଲ ହମଲାରେ ଇରାନ ପ୍ରତିରକ୍ଷା ମନ୍ତ୍ରୀ ଏବଂ IRGC କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଅନ୍ୟପକ୍ଷରେ, ଇରାନର ସରକାରୀ ଗଣମାଧ୍ୟମ ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଖାମେନେଇଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଶତ୍ରୁ ପକ୍ଷ କେବଳ ‘ମାନସିକ ଯୁଦ୍ଧ’ ଚଳାଇଛନ୍ତି। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଇସ୍ରାଏଲ ଏଭଳି ଗୁଜବ ପ୍ରଚାର କରୁଛି ବୋଲି ତେହେରାନ ଦାବି କରିଛି। 

ଆମେରିକା-ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଇରାନ ନାଗରିକଙ୍କ ମୃତ୍ୟୁ ହେଲାଣି। ୭୦୦ରୁ ଅଧିକ ଆହତ ହୋଇଛନ୍ତି। ଇରାନ ସ୍କୁଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି । ଏପଟେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣର କଡ଼ା ଜବାବ ଦେଉଛି ଇରାନ। 

ମଧ୍ୟପ୍ରାଚ୍ୟରେ ମିସାଇଲ୍ ବର୍ଷା ସହ ଡ୍ରୋନ୍ ହମଲା କରିଛି ଇରାନ୍। ବାହାରିନରେ ଥିବା ଆମେରିକୀୟ ନୌସେନାର ମୁଖ୍ୟାଳୟ ନିକଟରେ ଏକ କୋଠା ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ୍।

Ayatollah Ali Khamenei USA Israel Iran
Advertisment
Related Articles
Advertisment