Advertisment

Ragging Allegations Government School Hostel: ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ, ୩ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ଦେଲେ

ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ। ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ। ୩ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ରଖିଲେ ନବମ ଛାତ୍ର। ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା। ଅଧିକ ସମୟ ଖେଳିବାକୁ ନେଇ ଛାତ୍ରମାନଙ୍କୁ ଆଣ୍ଠେଇଥିବା ସୂଚନା।

author-image
Pramod Behera
Ragging Allegations Government School Hostel

ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ Photograph: (OTV)

ସ୍କୁଲ ହଷ୍ଟେଲ ପରିସରରେ ରାଗିଙ୍ଗ । ମୟୂରବଞ୍ଜ ଖୁଣ୍ଟାସ୍ଥିତ ଏକ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ। ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ନବମ ଶ୍ରେଣୀ ଛାତ୍ର ଆଣ୍ଠେଇ ରଖିଥିବା ଅଭିଯୋଗ ଉଠିଛି । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ହୋଇଛି ନିର୍ଯାତନା। ଯାହାର ଭିଡିଓ ସାମ୍ନାକୁ ଆସିଛି।

Advertisment

ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଛି। ଏପଟେ ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ଅଭିଭାବକଙ୍କୁ ଏଭଳି ହଷ୍ଟେଲ ଛାତ୍ରମାନେ କହିଛନ୍ତି । ତେବେ ଏନେଇ ସଂପୃକ୍ତ ସ୍କଲୁ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

  • ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ
  • ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ
  • ୩ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ରଖିଲେ ନବମ ଛାତ୍ର
  • ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା
  • ଅଧିକ ସମୟ ଖେଳିବାକୁ ନେଇ ଛାତ୍ରମାନଙ୍କୁ ଆଣ୍ଠେଇଥିବା ସୂଚନା
Advertisment
Ragging Odisha School Odisha News
Advertisment
Advertisment