/odishatv-khabar/media/media_files/2025/11/07/typhoon-2025-11-07-11-38-33.jpg)
TYPHOON Photograph: (OTV)
ପ୍ରଳୟ ରଚିଲା ଟାଇଫୁନ୍, ସବୁକିଛି ଛିନଛତ୍ର କରିଦେଲା । ଉଡାଇଲା, ବୁଡାଇଲା, ଭସେଇଲା... । ବଡ଼ ବଡ଼ ଗାଡ଼ିମୋଟରଠୁ ଆରମ୍ଭ କରି ମଣିଷ, ଜୀବଜନ୍ତୁ ସବୁ ଭାସିଗଲେ ।
ଭୟଙ୍କର ବେଗରେ ବହିଲା ପବନ । ମାଡିଆସିଲା ବନ୍ୟା । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ପାଣିରେ ବୁଡି ଚାଲିଗଲା ଶହ ଶହ ଜୀବନ । ଏଭଳି କିଛି ଘଟିଛି ଦକ୍ଷିଣ ଏସୀୟ ଦେଶ ଫିଲିଫାଇନ୍ସର । ଶକ୍ତିଶାଳୀ ଟାଇଫୁନ୍ ବା ଝଡବାତ୍ୟା 'କାଲମେଗି' ଏମିତି ଦୋହଲାଇ ଦେଇଛି ପୂରା ଦେଶକୁ । ଏବେ ସୁଦ୍ଧା ଏଠି ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ନିଖୋଜ ଅଛନ୍ତି ।
କେନ୍ଦ୍ରୀୟ ଫିଲିଫାଇନ୍ସରେ ତାଣ୍ଡବ କରିଛି ଟାଇଫୁନ୍ । ପ୍ରବଳ ପବନ ସାଙ୍ଗକୁ ଲଗାଣ ବର୍ଷା ଓ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଘରଦ୍ୱାର ସବୁ ପାଣିରେ ବୁଡି ରହିଛି । ପ୍ରାୟ ୨୪୧ ଜଣଙ୍କ ମୃତ୍ୟୁ ଘଟିଥିବା ଓ ନିଖୋଜ ଥିବା ଜଣାପଡିଛି । ସେହିପରି ୫ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପିତ କରାଯାଇଛି । ଫିଲିଫାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ଯାଉଥିବାବେଳେ କ୍ରାସ ହୋଇଯାଇଛି । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଟାଇଫୁନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ସେବୁ ପ୍ରଦେଶ । ବନ୍ୟା ଓ ଭୂମିକମ୍ପରେ ଏଠି ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏମିତି ସାଂଘାତିକ ସ୍ଥିତିକୁ ଦେଖି ଦେଶରେ ଏମର୍ଜେନ୍ସି ଘୋଷଣା କରିଛନ୍ତି ରାଷ୍ଟ୍ରପତି ।
ଫିଲିଫାଇନ୍ସ ଉପରେ ଯେମିତି ଦାଉ ସାଧୁଛି ପ୍ରକୃତି । ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଗ୍ରାସୁଛି ଦେଶକୁ । ସେପ୍ଟେମ୍ବର ୩୦ରେ ଏଠି ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ପ୍ରଳୟ ଆଣିଥିଲା ବାତ୍ୟା ରାଗାସା । ଆଉ ଏବେ ପୁଣି ଗୋଟିଏ ବାତ୍ୟା ଦୋହଲିଯାଇଛି ଫିଲିଫାଇନ୍ସକୁ ।
Odia Woman Murdered: ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା, ମୃତଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ

Bus Overturns: ଓଲଟିଲା ଯାତ୍ରୀବାହୀ ବସ୍ , ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା

Suspicious Death: ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ , କ୍ୟାମ୍ପସରେ ଉତ୍ତେଜନା

Odias Celebrate Chadakhai: ଆଜି ଅସଲ ଛାଡ଼ଖାଇ, ମାଛ ମାଂସ କିଣିବାକୁ ନାହିଁନଥିବା ଭିଡ଼

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)