Advertisment

Odia Woman Murdered: ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା, ମୃତଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ

ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିଙ୍କୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। ସମ୍ପର୍କୀୟ ମାନେ ଲାଲପୁରକୁ ଯାଇ ଖୋଜାଖୋଜି ପରେ କୌଣସି ପତ୍ତା ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ।

author-image
Manas Ranjan Mohanty
odia girl death

odia girl death Photograph: (OTV)

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ହତ୍ୟା ପରେ ଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ । ମୃତକ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ସୃଷ୍ଟି ଶର୍ମା। ସେ ଉତ୍ତାରଖଣ୍ଡ ଲାଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ରହୁଥିବା ଭଡ଼ା ଘର ମାଲିକର ପୁଅ ଅମିତ କୁମାର ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି।

Advertisment

ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିଙ୍କୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। ସମ୍ପର୍କୀୟ ମାନେ ଲାଲପୁରକୁ ଯାଇ ଖୋଜାଖୋଜି ପରେ କୌଣସି ପତ୍ତା ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଅମିତକୁ ପଚରାଉଚରା କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଅମିତ ସୃଷ୍ଟିଙ୍କୁ ହତ୍ୟା କରିବା ପରେ ଶରୀରରେ ପଥର ବାନ୍ଧି ସ୍ଥାନୀୟ ନଦୀରେ ଫିଙ୍ଗିଦେଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତକୁ ଗିରଫ କରିଛି । ତେବେ କାହିଁକି ଅମିତ ସୃଷ୍ଟିଙ୍କୁ ହତ୍ୟା କଲା କାରଣ ଜଣାପଡ଼ିନି । 

Advertisment

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା
ମୃତଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ
ମୃତକ ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ସୃଷ୍ଟି ଶର୍ମା
ଉତ୍ତାରଖଣ୍ଡ ଲାଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ
ଭଡ଼ାଘର ମାଲିକର ପୁଅ ହିଁ ହତ୍ୟାକାରୀ ବୋଲି ପୋଲିସର ସୂଚନା
ନଦୀରୁ ମୃତଦେହକୁ ଉଦ୍ଧାର କଲା ପୋଲିସ
ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଗିରଫ

Advertisment
Related Articles
Advertisment