/odishatv-khabar/media/media_files/2025/11/07/fishmarket-2025-11-07-08-44-06.jpg)
fishmarket Photograph: (OTV)
ଆଜି ଅସଲ ଛାଡ଼ଖାଇ। ଗତକାଲି ଗୁରୁବାର ଥିଲା, ଆଜି ଶୁକ୍ରବାର...ଆମିଷ ବାର ହୋଇଥିବାରୁ ଆଜି ଆମିଷ ବଜାରରେ ଗ୍ରାହକଙ୍କର ଜମିଛି ଭିଡ଼। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଆମିଷ ବଜାରରେ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି।
ଧର୍ମ ମାସ କାର୍ତ୍ତିକରେ ପ୍ରାୟତଃ ଅଧିକାଂଶ ଲୋକେ ଆମିଷ ଛାଡ଼ିଥିଲେ। ଆଜି ଛାଡ଼ଖାଇରେ ମାଛ ହେଉ କି ଚିକେନ୍ ଅବା ମଟନ୍ ନିଜ ପସନ୍ଦ ଅନୁସାରେ ନନଭେଜ୍ ଖାଇବା ପାଇଁ ସକାଳୁ ସକାଳୁ ଲୋକେ ଆମିଷ ହାଟରେ ପହଞ୍ଚି ଯାଇଛନ୍ତି। ମାସେ ଧରି ପାଟିରେ ଆମିଷ ବାଜି ନଥିବାରୁ ଆଜି ଭଲକି ପାଳିବେ ଛାଡ଼ଖାଇ। ସେଥିପାଇଁ ଆମିଷ ବଜାରରେ ମଧ୍ୟ ବେପାରୀ ମାନେ ଭଳିକି ଭଳି ଆମିଷ ସଜିଲ୍ କରି ରଖିଛନ୍ତି।
ମାଛରେ ରୋହି, ମିରିକାଳି, ଇଲିସି, ପମଫ୍ରେଟ୍, ଭାକୁର ଠାରୁ ଆରମ୍ଭ କରି ଚିଙ୍ଗୁଡି, କଙ୍କଡା ପର୍ଯ୍ୟନ୍ତ ଆଉ ଚିକେନରେ ଦେଶୀ, ବ୍ରୟଲର୍, ମୟୂରଭଞ୍ଜ ଗଞ୍ଜା ଠାରୁ ଆରମ୍ଭ କରି କଡକନାଥ ତଥା ବନରାଜ ପର୍ଯ୍ୟନ୍ତ କେଉଁଥିରେ ଉଣା ନାହିଁ....
ଆଜି ଅସଲ ଛାଡ଼ଖାଇ, ଜମିଲା ଭିଡ଼
ମାଛ, ମାଂସ କିଣିବାକୁ ନାହିଁନଥିବା ଭିଡ଼
ମାସେ କାଳ ପାଟିକୁ ବାଜି ନ ଥିଲା ଆମିଷ
Chaos Erupts Over OSSC Exam Error: ପଦାରେ ପଡ଼ିଲା OSSC ଦ୍ବାରା ପରିଚାଳିତ ପରୀକ୍ଷା ବିଭ୍ରାଟ, ମେରିଟ୍ ଲିଷ୍ଟ ପ୍ରକାଶ ନପାଇବାରୁ ଆଶାୟୀଙ୍କ ହଙ୍ଗାମା

Publishers Furious Over Book Tender Issue: ବାଲିଯାତ୍ରାରେ ପ୍ରହସନ କି ମାଗଣାରେ ଓଡ଼ିଆ ବହିବଣ୍ଟା ? ପୁସ୍ତକ କିଣା ଟେଣ୍ଡରକୁ ନେଇ ପ୍ରକାଶକ କ୍ଷୁବ୍ଧ

From Cricket to Skincare: ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ମହିଳା କ୍ରିକେଟ ଖେଳାଳି, ଜଣେ ପଚାରିଦେଲେ ସ୍କିନ୍ ଗ୍ଲୋ କରିବାର ରାଜ

Tragic End for Travel Star: ରାତିରେ ହୋଟେଲ ଗଲେ ଶୋଇବାକୁ , ସକାଳୁ ଉଠିଲେନି...କିଏ ଏହି ଟ୍ରାଭେଲ୍ ଇନଫ୍ଲୁଏନ୍ସର ଅନୁନୟ ସୁଦ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)