Advertisment

Suspicious Death: ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ , କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ବରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା। କଲେଜ ବାହାରେ ତୁମୁଳକାଣ୍ଡ। ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

author-image
Manas Ranjan Mohanty
STUDENT DEATH

STUDENT DEATH Photograph: (OTV)

ଭୁବନେଶ୍ବରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ କ୍ୟାମ୍ପସରେ ପ୍ରବଳ ଉତ୍ତେଜନା। କଲେଜ ବାହାରେ ତୁମୁଳକାଣ୍ଡ। ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Advertisment

କ୍ୟାମ୍ପସରେ ଉତ୍ତେଜନାକୁ ଦେଖି ପୋଲିସ ମୁତୟନ ହୋଇଛନ୍ତି। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜରେ ଏଭଳି ଘଟିଛି। ମୃତ ଛାତ୍ର ଜଣଙ୍କ ଘର ଭଦ୍ରକ ଜିଲ୍ଲା।

ତାଙ୍କ ନାଁ ସତ୍ୟ ସାରଥି ବୋଲି ଜଣାପଡିଛି। ସେ BTech ପ୍ରଥମବର୍ଷରେ ପଢ଼ୁଥିଲେ।  ଛାତ୍ର ଜଣକ ହଷ୍ଟେଲ୍ ଭିତରେ ଆତ୍ମହତ୍ୟା କରିଥିବା ପୋଲିସ କହୁଛି। ସେ ରହୁଥିବା ହଷ୍ଟେଲ୍ ରୁମ୍ ଭିତର ପଟୁ ବନ୍ଦ ଥିବା ବେଳେ  ଝୁଲନ୍ତା ଅବସ୍ଥାରେ ପୋଲିସ୍ ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ କଲେଜରେ ରାଗିଂ ପାଇଁ ସତ୍ୟ ଆତ୍ମହତ୍ୟା କରିଛି। ପୂର୍ବରୁ ଏଭଳି ଘଟଣା ଘଟିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେଇଥିବା କହିଛନ୍ତି ଛାତ୍ରୀଛାତ୍ରୀ। 

ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା
ଭୁବନେଶ୍ବରରେ ଘରୋଇ ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା
ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା 
କ୍ୟାମ୍ପସରେ ଉତ୍ତେଜନା, ପୋଲିସ ମୁତୟନ

Advertisment
Related Articles
Advertisment