/odishatv-khabar/media/media_files/2026/03/05/khamenei-death-2026-03-05-20-56-59.jpg)
Khamenei Death Photograph: (OTV)
ଧରାପଡ଼ିଲା ବଦମାସ ଟ୍ରଂପଙ୍କ ଚାଲାଖି ! ଖାମେନେଇଙ୍କୁ ହତ୍ୟା ପୂର୍ବରୁ ଦେଇଥିଲେ ୩ ସଙ୍କେତ । ସିଧା ନକହି ଇରାନକୁ ଚେତାବନୀ ଦେଇଥିଲେ ଟ୍ରଂପ । କିଛି ମାସ ଧରି ଖାମେନେଇଙ୍କ ଉପରେ ନଜର ରଖିଥିଲା ଆମେରିକା !
ମଉକା ଦେଖି ମିସାଇଲ୍ ପକାଇଦେଲା ଟ୍ରଂପ ସେନା । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ହତ୍ୟା ପରେ ଏବେ ପୁଣି ଆମେରିକାର ଆଉ ଏକ ପୂର୍ବ ଚାଲ୍ ବିଶ୍ବ ସାମ୍ନାକୁ ଆସିଛି । ଖାମେନେଇଙ୍କୁ ପୂର୍ବରୁ ଆମେରିକା ଦେଇଥିବା ତିନୋଟି ସଙ୍କେତ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।
୧. ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରଂପ ୨୦୨୫ ଜୁନରେ ଇରାନକୁ ଚେତାବନୀ ଦେଇଥିଲେ । ଟ୍ରଂପ କହିଥିଲେ, ଆମେ ଜାଣୁ ଖାମେନେଇ କେଉଁଠି ଅଛନ୍ତି । କିନ୍ତୁ ଆମେ ତାଙ୍କୁ ଏବେ ହତ୍ୟା କରିବୁ ନାହିଁ । ଟ୍ରଂପଙ୍କ ଏହି ମନ୍ତବ୍ୟ ବେଶ୍ ସାଧାସିଧା ଥିଲେ ମଧ୍ୟ ଏକଥା ପଛରେ ଧମକ ଲୁଚି ରାଧିଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି ।
ଯଦି ଆମେରିକା ଖୋଲାଖୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ହତ୍ୟା କରିବାକୁ ନେଇ ଚେତାବନୀ ଦେଇଥା’ନ୍ତା । ତେବେ ଇରାନ ସତର୍କ ହୋଇଥା’ନ୍ତା ଏବଂ ଖାମେନେଇଙ୍କୁ ସୁରକ୍ଷା ବଢ଼ାଇବା ସହ ଆମେରିକା ଉପରେ ଆଟାକ୍ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥା’ନ୍ତା ବୋଲି ଏବେ କୁହାଯାଉଛି ।
୨. ଫେବ୍ରୁଆରୀ ୧୩ ତାରିଖରେ ଏକ ସାମରିକ କାର୍ଯ୍ୟକ୍ରମରେ ଟ୍ରଂପଙ୍କୁ ପଚରାଯାଇଥିଲା, ଇରାନରେ ଶାସନ ପରିବର୍ତ୍ତନକୁ ସେ ସମର୍ଥନ କରନ୍ତି କି ନାହିଁ । ଟ୍ରଂପଙ୍କ ଉତ୍ତର ଥିଲା, ଏହା ହିଁ ସର୍ବୋତ୍ତମ ହେବ । କିଛି ଦିନ ପରେ, ଟ୍ରମ୍ପ୍ ତାଙ୍କ ଷ୍ଟେଟ୍-ଅଫ୍-ଦି ୟୁନିଅନ୍ ଭାଷଣରେ ଇରାନକୁ ପରମାଣୁ ମହତ୍ୱାକାଂକ୍ଷାକୁ ପୁନର୍ଜୀବିତ କରିଥିବା ମଧ୍ୟ ଅଭିଯୋଗ କରିଥିଲେ ।
ପୂର୍ବରୁ ଯୋଜନା କରି ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ମନେ ମନେ ସ୍ଥିର କରିସାରିଥିଲେ । ଟ୍ରମ୍ପଙ୍କ ଚାଲାଖି ଜାଣି ନପାରିବାରୁ ଆଜି ଇରାନ ତା’ର ଦେଶର ମୁରବୀଙ୍କୁ ହରାଇଦେଇଛି । ସବୁଠାରୁ ବଡ଼ କଥା ହେଉଛି, ଇରାନର ନେତୃତ୍ୱକୁ ଟାର୍ଗେଟ କରିବା ବିଷୟରେ ଖୋଲା ଆଲୋଚନା ବି ହୋଇଥଲା ।
୩. ଫେବୃଆରୀ ୧୯ ତାରିଖରେ ଏକ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ କୁହାଯାଇଥିଲା, ଆମେରିକୀୟ ଅଧିକାରୀମାନେ ଇରାନର ନେତୃତ୍ୱକୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପରମାଣୁ ପ୍ରତିଷ୍ଠାନ ସହ ଇରାନର ବରିଷ୍ଠ ବ୍ୟକ୍ତିମାନଙ୍କୁ ନିପାତ ପାଇଁ ଆମେରିକା ଯୋଜନା କରୁଛି । ତଥାପି ଇରାନ ଏହି ପ୍ରସଙ୍ଗରେ ସଜାଗ ନହୋଇଥିବାରୁ ଆମେରିକା ତା’ର ଫାଇଦା ଉଠାଇଛି ।
ତେବେ ଗତ ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଛି ଇରାନ-ଆମେରିକା ଯୁଦ୍ଧ । ଇସ୍ରାଇଲ ମଧ୍ୟ ଇରାନକୁ ମିସାଇଲ୍ ମାଡ଼ କରୁଛି । ଦୁଇ ଦେଶକୁ ପ୍ରତିଆକ୍ରମଣ କରି କଡ଼ା ଜବାବ ମଧ୍ୟ ଦେଉଛି ଇରାନ । ହେଲେ ଏବେ ବଦମାସ ଟ୍ରଂପଙ୍କ ସବୁ କୁଟନୀତି ଓ ବଦମାସୀ ବୁଦ୍ଧିର ସବୁ ପରିଚୟ ସାମ୍ନାକୁ ଆସୁଛି ।
India Oil Crisis: ଇରାନ-ଆମେରିକା ଯୁଦ୍ଧ: ଭାରତରେ ବଡ଼ ପ୍ରଭାବ, ମିଳିବନି କି ତେଲ ?

Education Vs Employment: କ୍ଲାସରେ ଥିଲେ ଟପ୍ପର, ଏବେ ରାପିଡୋ ଡ୍ରାଇଭର

Dubai War Panic: ଭୟରେ ଥରୁଛି ଦୁବାଇ, ଲାମ୍ବୋରର୍ଗିନି ଶବ୍ଦ ବଢ଼ାଉଛି ଲୋକଙ୍କ ମନରେ କମ୍ପନ

Show-Cause Notices Issued: ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟଣା, ୩ ସେବକଙ୍କୁ ଲିଖିତ କୈଫିୟତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)