Advertisment

Education Vs Employment: କ୍ଲାସରେ ଥିଲେ ଟପ୍ପର, ଏବେ ରାପିଡୋ ଡ୍ରାଇଭର

ଜଣେ ଟପ୍ପର ରାପିଡ଼ୋ ଚଳାଇ ରୋଜଗାରକ୍ଷମ ହୋଇଛନ୍ତି । ଦିନେ ଯେଉଁ ପିଲା ପାଠପଢ଼ି କ୍ଲାସରେ ଟପ୍ପର ହୋଇ ନିଜକୁ ନେଇ ଅନେକ ସ୍ବପ୍ନ ଦେଖୁଥିଲା ସେ ଆଜି ଚାକିରି ନପାଇ ଡ୍ରାଇଭର ସାଜିଛନ୍ତି ।

author-image
Tanmay Kumar Mahalik
Rapido Driver Class Topper

Rapido Driver Class Topper Photograph: (OTV)

ଏବେ ପାଠର ମୂଲ୍ୟ କିଛି ବି ନାହିଁ । ସମ୍ମାନ ନାହିଁ, ଚାକିରି ନାହିଁ କି ଆଗକୁ ବଢ଼ିବାର ସେତେଟା ସୁଯୋଗ ନାହିଁ । ଏ କଥା କାହିଁକି ଆମେ କହିଲୁ, ଆପଣ ଏଇ ଦୁଇପଦ କଥାକୁ ଶୁଣିଲେ ନିଶ୍ଚୟ ଜାଣିପାରିବେ ।

Advertisment

ଜଣେ ଟପ୍ପର ରାପିଡ଼ୋ ଚଳାଇ ରୋଜଗାରକ୍ଷମ ହୋଇଛନ୍ତି । ଦିନେ ଯେଉଁ ପିଲା ପାଠପଢ଼ି କ୍ଲାସରେ ଟପ୍ପର ହୋଇ ନିଜକୁ ନେଇ ଅନେକ ସ୍ବପ୍ନ ଦେଖୁଥିଲା ସେ ଆଜି ଚାକିରି ନପାଇ ଡ୍ରାଇଭର ସାଜିଛନ୍ତି ।

ଏ ଭିଡିଓଟି ଯେମିତି ଆମ ବ୍ୟବସ୍ଥାକୁ ଧିକ୍କାର କରୁଛି । ଭାଇରାଲ ହେଉଥିବା ଏ ଭିଡିଓ କେଉଁ ସ୍ଥାନର ତା’ ଜଣାପଡ଼ିନାହିଁ । ହେଲେ ସଂପର୍କରେ ଦୁଇ ଜଣ ଭଲ ବନ୍ଧୁ ବୋଲି ତା’ ସ୍ପଷ୍ଟ ଜଣାପଡୁଛି । 

Advertisment

ଏହି ଭିଡିଓଟି ‘ଭାରତ ମାତା କା ସେବକ’ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି ।  ଭିଡିଓଟିର କ୍ୟାପସନରେ ଲେଖାରହିଛି, ସେ ତରବରରେ ଏକ ରାପିଡୋ ବୁକ୍ କରିଥିଲେ, ଜାଣି ନଥିଲେ ରାପିଡୋ ଚଳକ ତାଙ୍କ ଟପ୍ପର ବାହାରିବେ ।

ଉମର ବୋଲି ଜଣେ ଯୁବକ ତରବରିଆ ଥିଲେ, ତେଣୁ ସେ ଶୀଘ୍ର ରାପିଡୋରେ ଏକ ରାଇଡ୍ ବୁକ୍ କରିଥିଲେ । ବୁକିଂ ଡିଟେଲ୍ସ ପ୍ରକାଶ ପାଇବା ପରେ, ସେ ରାଇଡରଙ୍କ ନା - ଚନ୍ଦନ - ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ସେ ଭାବିଲେ ଏ କ'ଣ ସେହି ଚନ୍ଦନ ଯିଏ ଥରେ ତାଙ୍କ ଶ୍ରେଣୀରେ ଟପର୍ ହେଉଥିଲେ । ରାଇଡର ପହଞ୍ଚିବା ପରେ ଉମର ମଜାରେ କହିଲେ, "ହେ, ରାପିଡୋ, ଭାଇ ! ‘ଚନ୍ଦନ ହସି ଉତ୍ତର ଦେଲେ, ‘ପ୍ରଥମେ ମୋତେ OTP କୁହ।’

ପରେ ଉଭୟ ବନ୍ଧୁ ବାଇକରେ ଯାଇଥିଲେ । ରାସ୍ତାରେ ଅନେକ କଥା ବି ହୋଇଥିଲେ । ପୁରୁଣା ଦିନର କଥାକୁ ମନେପକାଇ ଖୁବ୍ ଖୁସି ହୋଇଥିଲେ । ହେଲେ ଏ ଭିଡିଓ ସାଧାରଣ ଲୋକଙ୍କୁ ଅନେକ କିଛି କଥା କହିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମାନେ କମେଣ୍ଟରେ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । 

JOB Education Viral Video Topper
Advertisment
Related Articles
Advertisment