/odishatv-khabar/media/media_files/2026/03/05/war-will-affect-india-2026-03-05-20-49-38.jpg)
War will affect India Photograph: (OTV)
ଇରାନ-ଆମେରିକା ଯୁଦ୍ଧ, ଭାରତରେ ବଡ଼ ପ୍ରଭାବ । ଦେଶରେ ଦେଖା ଦେଇପାରେ ତୈଳ ସଂକଟ ! ବଜାରରେ ମିଳିନପାରେ ଏଲପିଜି ସିଲିଣ୍ଡର । ଆମେରିକା-ଇସ୍ରାଏଲ ଓ ଇରାନ ଯୁଦ୍ଧ ଭିତରେ ଏବେ ଏମିତି ଅନେକ କିଛି ଆଶଙ୍କା କରାଗଲାଣି ।
ମଧ୍ୟପ୍ରଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତ ବେଶ୍ ପ୍ରଭାବିତ ହୋଇପାରେ ବୋଲି କୁହାଗଲାଣି । କାରଣ, ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଠିକ୍ ଦିନ ପୂର୍ବରୁ, ଫେବ୍ରୁଆରୀ ୨୭ରେ ପ୍ରାୟ କୋଟିଏ ୯୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ହର୍ମୁଜ୍ ପ୍ରଣାଳୀ ଆସିଥିଲା ।
ଆର୍ଥାତ୍ କୋଟିଏ ୯୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ପ୍ରତିଦିନ ଆସିଥାଏ । ହେଲେ କିନ୍ତୁ ଯୁଦ୍ଧର ପରଦିନ ଅର୍ଥାତ୍ ମାର୍ଚ୍ଚ ୧ରେ ମାତ୍ର ୨୦ ଲକ୍ଷ ବ୍ୟାରେଲ ବହନ କରୁଥିବା ଗୋଟିଏ ଟ୍ୟାଙ୍କର ହିଁ ଆସିଥିଲା । ଯାହାକି ଭାରତର ଆବଶ୍ୟକତା ଠାରୁ ଢେର ଅଶୋଧିତ ତୈଳ ଓ ଏଲପିଜି ସିଲିଣ୍ଡର ଆମଦାନୀ କମ୍ ହୋଇଛି । ତେଣୁ ଭାରତରେ ତୈଳ ସଙ୍କଟ ଦେଖାଦେବ ବୋଲି ଏବେ ଠାରୁ ଆଶଙ୍କା କରାଗଲାଣି ।
ସେହିଭଳି ଭାରତ ମଧ୍ୟ ଉପସାଗରୀୟ କ୍ଷେତ୍ରର ଅନେକ ଦେଶ ସହିତ ଦୃଢ଼ ବାଣିଜ୍ୟ ସମ୍ପର୍କ ବଜାୟ ରଖେ । ଯେମିତିକି, ୟୁଏଇ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାରମାନଙ୍କ ମଧ୍ୟରୁ ଗୋଟିଏ ।
୨୦୨୩-୨୪ରେ ଭାରତ-ୟୁଏଇ ବାଣିଜ୍ୟ ୮୦ ବିଲିୟନ ଡଲାର ଥିଲା ଏବଂ ୨୦୩୨ ସୁଦ୍ଧା ଏହା ୨୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଥିଲା ।
ହେଲେ ଯଦି ଆମେରିକା-ଇସ୍ରାଏଲ ଓ ଇରାକ ଯୁଦ୍ଧ ଏହିଭଳି ଲାଗିରୁହେ । ଅର୍ଥାତ୍ ବିବାଦ ନଛିଡ଼େ । ତେବେ ଭାରତର ବାଣିଜ୍ୟ ସମ୍ପର୍କକୁ ଏହି ଯୁଦ୍ଧ ବେଶ୍ ପ୍ରଭାବିତ କରିପାର ବୋଲି କୁହାଯାଉଛି ।
କେବଳ ଏତିକି ନୁହେଁ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହଙ୍କ ଦ୍ୱାରା ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ପ୍ରାୟ ୩୯ ଲକ୍ଷ ଭାରତୀୟ ୟୁଏଇରେ ରହୁଛନ୍ତି ।
ଯେମତିକି ପ୍ରାୟ ୨୭ ଲକ୍ଷ ସାଉଦି ଆରବରେ, ୧୦ ଲକ୍ଷ ଲୋକ କୁଏତରେ, ପ୍ରାୟ ୮ ଲକ୍ଷ ୩ ହଜାର ଲୋକ କାତାରରେ ଏବଂ ପ୍ରାୟ ୬.୬ ଲକ୍ଷ ଭାରତୀୟ ଓମାନରେ ରହୁଛନ୍ତି । ବାହାରିନରେ ମଧ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଭାରତୀୟ ବାସକରନ୍ତି । ଏବଂ ସେହି ଅଞ୍ଚଳରେ ନିର୍ମାଣ, ସ୍ୱାସ୍ଥ୍ୟସେବା, ଏବଂ ପର୍ଯ୍ୟଟନ ଶିଳ୍ପ ଭଳି ବିଭିନ୍ନ ରେ ନୀଳ କଲର ଚାକିରିରେ କାମ କରନ୍ତି ।
ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୩-୨୪ ପାଇଁ ଭାରତର ରେମିଟାନ୍ସ ସର୍ଭେ ଅନୁଯାୟୀ, କେବଳ ୟୁଏଇ ଭାରତର ମୋଟ ଅନ୍ତର୍ଦେଶୀୟ ପ୍ରବାସୀମାନଙ୍କର ୧୯.୨ ପ୍ରତିଶତ ଯୋଗଦାନ କରିଛି ।
ସାଉଦି ଆରବ ୬.୭ ପ୍ରତିଶତ ଅବଦାନ ରଖିଛି, ତା’ପରେ କାତାର ୪.୧ ପ୍ରତିଶତ, କୁୱେତ ୩.୯ ପ୍ରତିଶତ, ଓମାନ ୨.୫ ପ୍ରତିଶତ ଏବଂ ବାହାରିନ ୧.୫ ପ୍ରତିଶତ ଅବଦାନ ରଖିଛି । ଏକାଠି, ଏହି ଦେଶଗୁଡ଼ିକ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେମିଟେନ୍ସ ଚ୍ୟାନେଲ ମଧ୍ୟରୁ ଗୋଟିଏ ଗଠନ କରନ୍ତି ।
Education Vs Employment: କ୍ଲାସରେ ଥିଲେ ଟପ୍ପର, ଏବେ ରାପିଡୋ ଡ୍ରାଇଭର

Dubai War Panic: ଭୟରେ ଥରୁଛି ଦୁବାଇ, ଲାମ୍ବୋରର୍ଗିନି ଶବ୍ଦ ବଢ଼ାଉଛି ଲୋକଙ୍କ ମନରେ କମ୍ପନ

Show-Cause Notices Issued: ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟଣା, ୩ ସେବକଙ୍କୁ ଲିଖିତ କୈଫିୟତ

Iran Drone Attack: ଜଳୁଛି ଆମେରିକା ଦୂତାବାସ, ଇରାନ ଆକ୍ରମଣରେ ଟ୍ରଂପଙ୍କ ଶକ୍ତି ଧ୍ବଂସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)