/odishatv-khabar/media/media_files/2026/03/05/show-cause-notices-issued-2026-03-05-20-36-40.jpg)
ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟଣା Photograph: (OTV)
ମାର୍ଚ୍ଚ ୨୮ ତାରିଖ ଦିନ ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୩ ଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜଣେ ସେବକଙ୍କ ଶାଢୀବନ୍ଧା ଆଦେଶ ପ୍ରତ୍ୟାହାର ପାଇଁ ନୋଟିସ୍। ରାମକୃଷ୍ଣ ଖୁଣ୍ଟିଆ, ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ନୋଟିସ୍ ଜାରି କରାଯାଇଛି।
୭ ଦିନ ମଧ୍ୟରେ ଲିଖିତ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ। ଭିତରକାଠ ଦର୍ଶନ ପାଇଁ ୨୮ ତାରିଖରେ ହୋଇଥିଲା ନୀତି ବିଳମ୍ବ। ମହାପ୍ରଭୁଙ୍କ ଭୋଗମଣ୍ଡପ ଉଠିବାରେ ହୋଇଥିଲା ଅହେତୁକ ବିଳମ୍ବ। ଦୀର୍ଘଘଣ୍ଟା ଧରି ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ତେବେ ଶ୍ରୀଜୀଉଙ୍କ ନୀତି ବିଶୃଙ୍ଖଳାଙ୍କୁ ଗ୍ରହଣ କରାଯିବ ନାହିଁ।
ଉକ୍ତ ଦିନ ନୀତି ପରିଚାଳନା ସମୟରେ ଯେଉଁ ସେବକଙ୍କ ଦାଇତ୍ୱ ଥିଲା ତାହା ସଠିକ ଭାବେ ନିର୍ବାହ ହୋଇପାରିନଥିଲା। ତେଣୁ ୩ ଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।
- ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ ଘଟଣା
- ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତିକ୍ରିୟା
- 'ଶ୍ରୀଜୀଉଙ୍କ ନୀତି ବିଶୃଙ୍ଖଳାଙ୍କୁ ଗ୍ରହଣ କରାଯିବ ନାହିଁ'
- 'ଉକ୍ତ ଦିନ ସେବକ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିନାହାନ୍ତି'
- '୩ ଜଣ ସେବକଙ୍କୁ ଲିଖିତ କୈଫିୟତ ଦାଖଲ କରିବାକୁ କହିଛୁ'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)