Advertisment

Global Tensions Rise: ନାଟୋ ଦେଶ ଉପରେ ଟ୍ରମ୍ପଙ୍କ ୨୫% ଟାରିଫ୍ ଧମକ, ଗ୍ରୀନଲାଣ୍ଡରେ ବିକ୍ଷୋଭ ଆରମ୍ଭ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ ନାଟୋ ସହଯୋଗୀ ଦେଶ ଉପରେ ୧୦% ଟାରିଫ୍ ଲଗାଇଛନ୍ତି। ଯଦି ଗ୍ରୀନଲାଣ୍ଡ ଦଖଲରେ ସହମତି ନମିଳେ, ତେବେ ଜୁନରୁ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ।

author-image
Tapan Swain
Trump

Trump Photograph: (OTV)

ବିପଦରେ ପୁଣି ବିଶ୍ବ ଶାନ୍ତି। ଏବେ ନାଟୋ ଦେଶ ଉପରେ ୨୫% ଟାରିଫ୍ ଧମକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ ନାଟୋ ସହଯୋଗୀ ଦେଶ ଉପରେ ୧୦% ଟାରିଫ୍ ଲଗାଇଛନ୍ତି। ଯଦି ଗ୍ରୀନଲାଣ୍ଡ ଦଖଲରେ ସହମତି ନମିଳେ, ତେବେ ଜୁନରୁ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ।

Advertisment

ଗ୍ରୀନଲାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣକୁ ବିରୋଧ କରୁଥିବା ଡେନମାର୍କ ଓ ଅନ୍ୟ ୟୁରୋପୀୟ ଦେଶରୁ ସାମଗ୍ରୀ ଉପରେ ୧୦% ଆମଦାନି ଶୁଳ୍କ ଘୋଷଣା କରିଛନ୍ତି ଟ୍ରମ୍ପ। 

ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ସ୍ବିଡେନ୍, ଫ୍ରାନ୍ସ, ଜର୍ମାନୀ, ୟୁକେ, ନେଦରଲାଣ୍ଡ, ନରୱେ, ଡେନମାର୍କ ଏବଂ ଫିନଲାଣ୍ଡ ଉପରେ ଆମଦାନୀ ଶୁଳ୍କ ଫେବ୍ରୁଆରି ୧ ତାରିଖରୁ ଲାଗୁ ହେବ। ଯଦି ଗ୍ରୀନଲାଣ୍ଡ ଦଖଲରେ ସହମତି ନମିଳେ ତେବେ ଜୁନରୁ ଟାରିଫ୍ ୨୫ ପ୍ରତିଶତକୁ ବଢିବ।

Advertisment

ଟ୍ରମ୍ପ ବାରମ୍ବାର ଯୁକ୍ତି କରୁଛନ୍ତି, ଆର୍କଟିକରେ ବଢୁଥିବା ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦୃଷ୍ଟିରୁ ଆମେରିକା ଜାତୀୟ ସୁରକ୍ଷା କାରଣରୁ ଗ୍ରୀନଲାଣ୍ଡ ଅଧିଗ୍ରହଣ ଆବଶ୍ୟକ। ଯଦି ଆମେରିକା ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ ନ କରେ, ତେବେ ପ୍ରତିଦ୍ୱନ୍ଦ୍ୱୀ ଶକ୍ତି ଚୀନ୍ କିମ୍ବା ରୁଷ ଦଖଲ କରିନେବେ। ଏପଟେ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଗ୍ରୀନଲାଣ୍ଡରେ ବିରାଟ ଜନ ବିକ୍ଷୋଭ ଆରମ୍ଭ ହୋଇଛି। 

ନାଟୋ ଦେଶକୁ ଟାରିଫ୍ ଧମକ


୮ ନାଟୋ ସହଯୋଗୀ ଦେଶ ଉପରେ ଲାଗିଲା ୧୦% ଟାରିଫ୍ 
ଫେବ୍ରୁଆରି ୧ରୁ ଲାଗୁ ହେବ ୧୦% ଆମଦାନୀ ଶୁଳ୍କ 
ଯଦି ଗ୍ରୀନଲାଣ୍ଡ ଦଖଲରେ ସହମତି ନମିଳେ ୨୫%କୁ ବଢିବ ଟାରିଫ୍ 
ଜୁନ ୧ରୁ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଟମ୍ପଙ୍କ ଚେତାବନୀ
ଟ୍ରମ୍ପଙ୍କ ବିରୋଧରେ ଗ୍ରୀନଲାଣ୍ଡରେ ବିରାଟ ଜନବିକ୍ଷୋଭ

Donald Trump NATO
Advertisment
Related Articles
Advertisment