/odishatv-khabar/media/media_files/2026/02/21/tariff-2026-02-21-08-45-48.jpg)
Tariff Photograph: (OTV)
ଡୋନାଲ୍ଡ ଟ୍ରମ୍ପଙ୍କୁ ଟାରିଫ୍ ଝଟକା। ରାଷ୍ଟ୍ରପତିଙ୍କ ଆର୍ଥିକ ଏଜେଣ୍ଡା ଉପରେ ବ୍ରେକ୍ ଲଗାଇଲେ ଆମେରିକା ସୁପ୍ରିମକୋର୍ଟ। ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ୍ କହିବା ସହ ରଦ୍ଦ କରିଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ସବୁଠାରୁ ବଡ଼ ପରାଜୟ ବୋଲି କୁହାଯାଉଛି।
ଆମେରିକା ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠରୁ ୬ ଜଣ ବିଚାରପତି ଟ୍ରମ୍ପଙ୍କ ଶୁଳ୍କ ନୀତି ବିରୋଧରେ ମତ ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି, ରାଷ୍ଟ୍ରପତି ନ୍ୟାସନାଲ୍ ଏମର୍ଜେନ୍ସୀ ଆଇନ ବ୍ୟବହାର କରି ଉଚ୍ଚ ଶୁଳ୍କ ଲାଗୁ କରି ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି।
ଏଥିସହ କୋର୍ଟ କହିଛନ୍ତି, ଟାରିଫ୍ ଧାର୍ଯ୍ୟ କରିବା କ୍ଷମତା କେବଳ ଆମେରିକା ସଂସଦ ପାଖରେ ଅଛି। ରାଷ୍ଟ୍ରପତି ଏକ ଜରୁରୀକାଳୀନ ଆଇନର (IEEPA) ବ୍ୟବହାର କରି ନିଜ ଇଚ୍ଛା ଅନୁସାରେ ବିଶ୍ୱବ୍ୟାପୀ ଶୁଳ୍କ ଲଦି ପାରିବେ ନାହିଁ। ଟ୍ରମ୍ପ ଟାରିଫ କସିବା ପରେ ଅନେକ ସାମଗ୍ରୀର ଦାମ ବଢ଼ିଥିଲା। ଅନେକ ଦେଶ ସହ ଆମେରିକାର ବ୍ୟାପାର ସମ୍ପର୍କ ବିଗିଡିଥିଲା।
ତେବେ "TARIFFSକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ନିରାଶାଜନକ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କୋର୍ଟ ଭୁଲ ଭାବରେ ପ୍ରତ୍ୟାଖ୍ୟାନ କରିଥିବାରୁ ଆମେ ଅନ୍ୟ ବିକଳ୍ପ ବ୍ୟବହାର କରିବୁ। ଆମ ଦେଶ ପାଇଁ ଯାହା ଠିକ୍ ତାହା କରିବାର ସାହସ ନଥିବା ପାଇଁ ମୁଁ କୋର୍ଟର କିଛି ସଦସ୍ୟଙ୍କ ପାଇଁ ଲଜ୍ଜିତ। ମୋର ମତ ହେଉଛି କୋର୍ଟ ବିଦେଶୀ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଛି।
ଟ୍ରମ୍ପ କହିଛନ୍ତି, ଧାରା ୨୩୨ ଏବଂ ଧାରା ୩୦୧ ଟାରିଫ୍ ଅନୁଯାୟୀ ସମସ୍ତ ଜାତୀୟ ସୁରକ୍ଷା ଟାରିଫ୍ ବଳବତ୍ତର ରହିବ। ଆମର ସାଧାରଣ ଟାରିଫ୍ ଉପରେ ଧାରା ୧୨୨ ଅନୁଯାୟୀ ବିଶ୍ବର ସମସ୍ତ ଦେଶ ଉପରେ ଆଉ ୧୦ ପ୍ରତିଶତ ଟାରିଫ୍ ଲାଗୁ ହେବ।
ସେପଟେ ପ୍ରେସମିଟରେ ଭାରତ ସହିତ ଆମେରିକାର ସମ୍ପର୍କ ଚମତ୍କାର ବୋଲି କହିଛନ୍ତି ଟ୍ରମ୍ପ। ଆମେ ଭାରତ ସହିତ ବାଣିଜ୍ୟ କରୁଛୁ। ଭାରତ ରୁଷରୁ ତେଲ ଆଣିଥିଲା, ଏବଂ ସେମାନେ ମୋ ଅନୁରୋଧରେ ପଛକୁ ହଟିଗଲେ। କାରଣ ଆମେ ଏକ ଭୟଙ୍କର ଯୁଦ୍ଧର ସମାଧାନ କରିବାକୁ ଚାହୁଁଛୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ। ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ମଧ୍ୟ ବନ୍ଦ କରିଦେଇଛି ବୋଲି ଟ୍ରମ୍ପ ପୁଣିଥରେ କହିଛନ୍ତି।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସୁପ୍ରିମକୋର୍ଟ ଶୁଳ୍କକୁ ଅବୈଧ କରିବା ସତ୍ତ୍ୱେ ଭାରତ ୧୮ ପ୍ରତିଶତ ଶୁଳ୍କ ପ୍ରଦାନ କରିବ। ଆମେରିକା-ଭାରତ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି କରିଛନ୍ତି। ଯାହା ଅଧୀନରେ ପୂର୍ବ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ଶୁଳ୍କ ହ୍ରାସ ହୋଇଛି। ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିରେ କିଛି ପରିବର୍ତ୍ତନ ହେବ ନାହିଁ। ସେମାନେ ଶୁଳ୍କ ଦେବେ ଏବଂ ଆମେ ଶୁଳ୍କ ଦେବୁ ନାହିଁ।
Student Death at KISS Hostel: ‘କିସ୍’ ଛାତ୍ର ମୃତ୍ୟୁରେ ବ୍ରେକ୍ କେବେ? ପୁଣି ମିଳିଲା ମୃତଦେହ

Connectivity Push: ଅପହଞ୍ଚ ଜନବସତିକୁ ଯୋଗାଯୋଗ ପାଇଁ ୧୦୦୦ କୋଟି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନରେ ୧୦୦ କୋଟି

Massive Health Outlay: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟୟବରାଦ ୨୩,୧୮୨ କୋଟି; କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି

Big Boost for Girls’ Education: ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା, ସ୍ନାତକ ସମାପ୍ତ ପରେ ମିଳିବ ୧ ଲକ୍ଷ ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)