Advertisment

Student Death at KISS Hostel: ‘କିସ୍’ ଛାତ୍ର ମୃତ୍ୟୁରେ ବ୍ରେକ୍ କେବେ? ପୁଣି ମିଳିଲା ମୃତଦେହ

ପୁଣି କିସ୍ ଛାତ୍ରାବାସରେ ଛାତ୍ର ମୃତ୍ୟୁ। ଯୁକ୍ତ ଦୁଇ ଆର୍ଟସର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁର ଖବର ଆସୁଛି। ଛାତ୍ରାବାସ ଭିତରୁ ସଂପୃକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

author-image
Chinmayee Sahoo
Student Death at KISS Hostel

Student Death at KISS Hostel Photograph: (OTV)

ପୁଣି କିସ୍ ଛାତ୍ରାବାସରେ ଛାତ୍ର ମୃତ୍ୟୁ। ଯୁକ୍ତ ଦୁଇ ଆର୍ଟସର ଜଣେ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁର ଖବର ଆସୁଛି। ଛାତ୍ରାବାସ ଭିତରୁ ସଂପୃକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସଂପୃକ୍ତ ଛାତ୍ରଙ୍କ ଘର ନୂଆପଡ଼ା ଜିଲ୍ଲାରେ। ଖବର ପାଇବା ପରେ ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ତେବେ ଘଟଣା ସଂପର୍କରେ କିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ‘କିସ୍’ ଶିକ୍ଷାନୁଷ୍ଠାନରେ ଛାତ୍ର ମୃତ୍ୟୁ ନୂଆ ନୁହେଁ। ଗତ ଡିସେମ୍ବର ୧୨ରେ କେନ୍ଦୁଝର ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରକୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଉଠିଥିଲା ଝଡ଼। 

ଏହି ଘଟଣାର ଖୋଳତାଡ଼ କରୁ କରୁ ସାମ୍ନାକୁ ଆସିଥିଲା ‘କିସ’ରେ ଛାତ୍ର ମୃତ୍ୟୁର ମାଳ ମାଳ ଅଭିଯୋଗ। କେନ୍ଦୁଝର, ଗଜପତି, ମାଲକାନଗିରି ଭଳି ଆଦିବାସୀ ଜିଲ୍ଲାରୁ ଆସିଥିଲା ଛାତ୍ର ମୃତ୍ୟୁର ବହୁ ଅଭିଯୋଗ। କିଏ ୨୦୧୬ ତ ଆଉ କିଏ ୨୦୨୩, ପୁଣି ଆଉ କିଏ ୨୦୨୫। କାହାକୁ ହତ୍ୟା ଅଭିଯୋଗ ତ ଆଉ କାହାର ସନ୍ଦେହଜନକ ମୃତ୍ୟୁ। 

Advertisment

ଏଭଳି ନାନା ଅଭିଯୋଗ ରହିଛି କିସ୍ ବିରୋଧରେ। ଥାନାକୁ ଯାଇ ଜଣଙ୍କ ପରେ ଜଣେ ମୃତ ଛାତ୍ରଙ୍କ ପରିବାର ଏତଲା ବି ଦେଇଛନ୍ତି। ଏହାପରେ ବି ନା ବ୍ୟବସ୍ଥାରେ ଆସୁଛି ସୁଧାର, ନା ରୋକାଯାଇପାରୁଛି ଛାତ୍ର ମୃତ୍ୟୁର ଧାରାକୁ।

Bhubaneswar KISS Student Death Student Death KISS
Advertisment
Related Articles
Advertisment